କବିତା · ଅଗଷ୍ଟ ୨୩, ୨୦୨୨ · ୨ ମିନିଟ୍ ପଢ଼ା
ସ୍ମୃତି ..୮୩
ସ୍ମୃତି ହସେ ନିତି ମନ ଅଗଣାରେ
ଫଗୁଣର ଫୁଲ ପରି
ସ୍ମୃତି ବାସି ହେଲେ
ମହମହ ବାସେ ଭାରି।
ମନେ ପଡେ ...
ମା ଦେଇଥିଲା ଦିନେ
ମିଠା ମିଠା ମମତା ଢାଳି
ନାହିଁ ଆଜି ସିଏ ମନେ ପଡେ
ତା କଥା ଭାରି..।
ସ୍ମୃତି ମୋ ପାଠ ବହି ପରି
ନିତି ପଢିଦିଏ ହୃଦୟ ଡାଏରୀ ଖୋଲି
କିଛି ମନେ ରହେ କିଛି ଯାଏ ଭୂଲି।
ସ୍ମୃତି... ମୋ ପ୍ରେମର ଫଗୁଣ
ଯୈ।ବନ ଡାଏରୀ ରେ କେତେ ବାସି ଫୁଲ
ଖୋଲି ଦେଲେ ଥରେ ବାସ ଚହଟାଏ
ମୋର ଏଇ ଅପରାହ୍ନ
ସ୍ମୃତି ଫଗୁଣ ର ରଙ୍ଗ ପରି
ଦେଇଛି ସେ କେତେ ରଙ୍ଗ ଭରି।
ସ୍ମୃତି..
ପାହାନ୍ତି ଶୀତ ରାତି
କେତେ ସ୍ପନ୍ଦିତ ଏଇ ଛାତି
ଚୁପି ଚୁପି କିଏ ଆସେ
ଛୁଇଁ ଦେଇ ଯାଏ ନିତି ଛାତି।
ସ୍ମୃତି...
ଆଷାଢରର ଲୁହ ଧାର
ସ୍ମୃତି କାନ୍ଦେ ଏ ନୟନରେ
ଶ୍ରାବଣୀ ସେ ଶ୍ରାବଣର...
ସ୍ମୃତି ଜାଳେ ନିତି ନିତି
ସତେ ସେ ବୈଶାଖୀ ର ତାତି
ସ୍ମୃତି ହସେ ସବୁ ରାତି
ନିଶବ୍ଦ ପ୍ରହରେ ନିତି
ମନର ଏକ ନିବୃତ କୋଣରେ
ଆସେ ଛପି ଛପି..।
ସ୍ମୃତି ମହମହ ମନ ଅଗଣାରେ
ସ୍ମୃତି କେବେ ଲୁହ ଧାର ଆଖିରେ
ଓଳି ପାଣିର ଫୋଟକା ପରି
ଯାଏ ଚିବୁକୁ କୁ ଛୁଇଁ ସରି...
ସ୍ମୃତି ସେ ମୋ ଅତିତ ଜୀବନର
ଆସେନି ଆଉ ଫେରି
ଏମିତି ବେଳେବେଳେ ଆସେ
କୁହୁଳାଇ ଧୁଆଁ ପରି
କେବେ ଲଗାଏ ମନେ ନିଆଁ
କେବେ ଦେହେ ନିଆଁ
କେବେ ଛାତିରେ କୋହ
କେବେ ଭାଙ୍ଗେ ସଂସାର ପ୍ରତି ମୋହ।
ସେ ସ୍ମୃତି ସେ ସ୍ମୃତି.....
ଆସେ ମୋ ମନ ଅଗଣାରେ
ଛମ ଛମ ନାଚେ ହୃଦୟ ପ୍ରାଙ୍ଗଣରେ
ରହେ ଆଖିର ପରଦାରେ
କେବେ ଲିଭେନା ମନୁ ସ୍ମୃତି....
ସବୁ ମନେ ଅଛି ମୋ ମା ମୋ ବାପା
ମୋ ସାଙ୍ଗ ସାଥି ମୋ ଭାଇ ଭଉଣୀ
ମୋ ପିଲାଦିନ ଆମ ଗାଁ ନଈ କୂଳ
ମୋ ମନର ମଣିଷ.....
କିଛି ଅଛି କିଛି ନାହିଁ ପାଖେ
ସବୁର କିନ୍ତୁ ଅଛି ସ୍ମୃତି ମୋ ଆଖି ଆଗେ........ ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ