କବିତା · ସେପ୍ଟେମ୍ବର ୨୬, ୨୦୨୧ · ୨ ମିନିଟ୍ ପଢ଼ା
ତୁମେ ..୧୧
ତୁମେ ଜାଳିଦିଅ ଏତେ ସତେ ତୁମେ
ଫଗୁଣ ହାଏ ମୁଁ କୃଷ୍ଣ ଚୂଡା ଟିଏ..
ତୁମେ ଏମିତି ଭିଜାଅ ମୋତେ
ଆହାଃ ଶ୍ରାବଣର ମିଠା ଛୁଆଁ ସତେ..!
ଲାଗିଗଲା ନିଆଁଲାଗିଗଲା ଏ ଦେହେ
ସତେ ଶୀତ ସକାଳ ର ଥରଥର ଛୁଆଁ
ଦେଇ ଦେଲା କିଏ....
ହାଏ ପୋଡ଼ି ଗଲା କୁହୁଡି ରେ ସତେ ସଜ
ଗୋଲାପ ଫୁଲ ଟିଏ.....।
ତୁମେ ଆସ ମୋର ଏମିତି ଭାବନା ରେ
ଯା ଭାବନା ରେ ହଜାର କବିତା ଝରେ..
ତୁମେ ଏ ମନର ଏମିତି ମହମହବାସ୍ନା
ଜୁଇ, ଜାଇ, କାମିନି, ହେନା, ରଜନୀ
ଗନ୍ଧା ର ବାସ ତୁମ ପାଖେ ହଜିଯାଏ..।
ତୁମେ ମୋ ପାଇଁ ଏମିତି ରଙ୍ଗିନ୍ ଗୋଲାପ ଟିଏ
ସବୁ ବଗିଚାର ଗୋଲାପ ରଙ୍ଗ ଫିକା କରିଦିଏ.
ତୁମେ ସୁରିଲା ସୁରିଲା ଏ ମନରେ ସତେ ପ୍ରିତି
ମଦିରାର ପିଆଲା ଟିଏ...
ପିଇ ଯାଏ ଯେତେ ପିପାସା ଆହୁରି ଵଢିଯାଏ..।
ତୁମେ ଏମିତି ରଙ୍ଗିନ ସ୍ୱପ୍ନ ମୋର
ସ୍ୱପ୍ନରେ ସରେ ଜହ୍ନି ଫୁଲିଆ ମହୁଲି ରାତି....
ଭାଵି ଭଵି ସରିଯାଏ ଦିନ ତମାମ ତାତି.
କୁହେଳିକା ତୁମ ପ୍ରେମ ସତେ ଆକାଶ କୁସୁମ
ମରୁ ମରିଚିକା ଖାଲି ପାଣି ଆଉ ପାଣି
ପଥିକ ସିନା ତୁଷାର୍ତ ଜଳ ଟୋପେ ମିଳେନାହିଁ..।
ତୁମେ ଏମିତି ଭାଵନା ଟିଏ ଏ ଜୀବନ
ବେଳାଭୂମି ରେ
ଭେଟେ ସଞ୍ଜ ସକାଳେ,ଦିଅ ଭାବନା
ରାଇଜେ ହଜାଇ
ସମୟ ସରେ ଭାବନା ସରେ ନାହିଁ...
ଢେଉ ପରି ଭାବନାରେ ଛୁଇଁ ଯାଅ
ମୁଁ ନିରଵରେ କୂଳେ ଓଦା ହେଉଥାଏ..।
ତୁମେ ଏମିତି ଚିରଵସନ୍ତ ମଳୟ ଟିଏ ମୃଦୁ
ମୃଦୁ ସିହରଣରେ ଦିଅ ତନୁ ମନ ଥରାଇ..
ମିଠା ମିଠା ଲାଗେ ଭାରି ମିଠା,
ମିଠା ତୁମ ଭାବନା ମିଠା ତୁମ ଯାତନା
ତୁମ ପ୍ରେମ ମିଠା ତୁମ ବିରହ ବି ମିଠା ..।
ତୁମେ ଏ ମନରେ ଏମିତି ଫଗୁଣ ଟିଏ
ଖାଲି ଛୁଇଁ ଯାଅ ନାହିଁ ମନ ଇଛା ଦିଅ ରଙ୍ଗ
ରେ ଗାଧୋଇ..
ହୃଦୟର ଚାରି କାନ୍ଥ ହୁଏ ରଙ୍ଗିନ
ଆଖି ରଙ୍ଗିନ ସ୍ୱପ୍ନ ରଙ୍ଗିନ
ପୃଥିବୀ ଟା ଲାଗେ ରଙ୍ଗିନ ରଙ୍ଗିନ୍..।
ତୁମେ ଏମିତି ମିଠା ମିଠା ରାତ୍ରୀ
ଦିଅ ମିଠା ବର୍ଷାରେ ଭିଜାଇ..
ଅନ୍ଧାର ରାତି ତୁମ ଭାବନାରେ
ଦିଏ ମଧୁଚନ୍ଦିକା ବିଞ୍ଚି....
ତୁମେମୟ ହୁଏ ଭାବନା ମୋର
ତୁମେ ହଁ ତୁମେ ଖାଲି ମୋର....।
ଶୟନେ ସପନେ ଅବା ଜାଗରଣେ
ତୁମେ ତୁମେ ତୁମେ ଖାଲି ତୁମେ..
ଭରିଦିଅ ପ୍ରେମର ପିଆଲା..
ଭରି ଦିଅ ଦେହରେ ଉଷ୍ମତା ବଢାଇ ଦିଅ ପିପାସା...
ଆଖିରେ ଭରି ଦିଅ ମାଦକତା ତୁମେ।.... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ