କବିତା · ଜୁନ ୩, ୨୦୨୧ · ୨ ମିନିଟ୍ ପଢ଼ା
ସ୍ମୃତି ୭୦
ତୁମେ ଦେଇଥିବା ଟିକେ ପ୍ରିତି
ଆଜି ମୋ ପାଇଁ ହୃଦୟ ରେ ସ୍ତୁତି
ଵାସଭରା ସେରଙ୍ଗ ଫୁଲଟିଏ..
ମହମହ ମୋ ମନ ଅଗଣାରେ
ସତେ ରଜନୀ ଗନ୍ଧା ହାର ଟିଏ. ।
କାଲି ର ସେକଥା ଭାରି ମିଠା ମିଠା
ମିଠା ଅନୁଭଵ ଟିଏ..
ଦେହକୁ ଭିଜାଏ ମନକୁ ଛୁଇଁ ଯାଏ
ଯିଏ ଚାନ୍ଦିନୀ ର ସଫେଦ ଚାଦର ପରି
ମନକୁ ମୋର ଘୋଡାଇ ଦିଏ
ଛାତି କୁ ସ୍ପନ୍ଦନ ପରି ଜାଵୋଡି ଦିଏ।
ତୁମେ ଆସିଥିଲ ଏ ମନ ଅଗଣାକୁ
ଧୀରେ ଧୀରେ....
ଭିଜାଇଥିଲ ମୂଷଳ ଧାରାରେ ପ୍ରେମ
ବର୍ଷାରେ..।
କିଛି ସେଦିନର ଏଣୁତେଣୁ କଥା ଆମର
ଆଜି ସ୍ତୁତି ଫୁଲ ଟିଏ ଏ ମନର...
ସ୍ତୁତି ସେ ଛାତି ର ଅଲିଭା ଗାର ମୋର
ଆଖି ତଳର କଜ୍ଜଳ ଧାର କିଛି ହୃଦୟ ରେ
ଦରଜ ଆଉ କିଛି କଥା ଆମର..।
ନିରୋଳା ରେ ଭଲ ଲାଗେ ଟିକେ ଭାଵିଲେ
କିଛି କିଛି ସ୍ତୁତି ରେ ଭିଜି ଲେ....
ହେଉ ଅତିତ ତଥାପି ସେ ସାଥୀ ମୋ
ବର୍ତ୍ତମାନ ଜୀବନ ର..।
ମୋତେ ଭିଜାଏ ମନଇଛା ଆଖି ଲୁହରେ
ତତାଏ ମନଇଛା ଵିରହ ତାତି ରେ
ପୁଣି ଓଠରେ ଭରେ ମୋନାଲିସା ର ହସ
ଆଖିବୁଜି ଆସିଦିଏ ମିଳନର ସ୍ୱ।ଦ..
ପୁଣି କେତେ ବେଳେ କରେ ଆପଣାର..
କେତେ ବେଳେ କରେ ଦୂର...
ସ୍ତୁତି ସେ ଏ ଜୀବନ ର.... ।ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ