କବିତା · ଅପ୍ରେଲ ୮, ୨୦୨୧ · ୧ ମିନିଟ୍ ପଢ଼ା
ସ୍ମୃତି ୬୮
ସ୍ତୁତି ତୀରେ ବସି ଭାବେ ତୁମ କଥା...
କେଜାଣି କାହିଁକି ମନେ ଆଜି ନୀରବତା
ଫିକା ଫିକା ଜୀବନଟା ରଙ୍ଗ ଉଡିଗଲା
ଯେ ଦିନୁ ସାଥି ତୁମ କଥା ସ୍ମୃତି ହୋଇ
ରହି ଗଲା...।
ସ୍ମୃତି ସେତ ଶାମୁକା ଭିତରେ ଯେପରି ମୁକ୍ତ।
ସ୍ମୃତି ପରା ଅଲିଭା କାହାଣୀ ଜୀବନର ଗାଥା
ଆସେ ଛପି ଛପି ଗୋପନ ବେଳରେ ପାଖେ
ଲେଖେ ସବୁ ଟିକିନିଖି ଅନୁଭୂତି ଛାତିରେ.।
ଭାରି ଭଲ ଲାଗେ ପଢିବାକୁ ସ୍ମୃତିର ଡାଏରୀ
ଭାରି କଷ୍ଟ ହୁଏ ଲେଖିବାକୁ ସ୍ମୃତିର ସାୟେରୀ
ଛାତି ରେ ଲେଖା ସୁଖ ଦୁଃଖର କାହାଣୀ
ହଜିଗଲା ପରେ ଥାଏ ହୋଇ ମନରେ ସ୍ମୃତି।
ଜୀବନର ଦୋଛକି ରେ କେତେ ଘଟଣା
ସବୁ ମନେ ରୁହେ ହୋଇ ସ୍ମୃତି ରେ ଗଣା
ହାରିଲି ଜିତିଲି କେତେ ହିସାବ ରଖେ ନାହିଁ
ଖାଲି ଅଛି ମନେ ସ୍ମୃତି ର ଡାଏରୀ. ହୃଦୟ
ରେ ସାଇତା ହୋଇ...।
କାଲି ପରି ମନେ ସଵୁ ଗୋଟି ଗୋଟି ପଡେ
ହଜିଗଲା ପରେ ସଵୁ ସ୍ମୃତି ଖେଳେ ମନ
ଅଗଣା ରେ.
ଆଖି ବୁଜି ଦେଲେ ସ୍ମୃତି ଅଳସ ମନରେ ଆସେ
ସ୍ମୃତି ସେତ ଚଇତାଳି ବା ପରି ଧେସଇ ପସେ
ସ୍ମୃତି ସେତ ଦିକ୍ ଦିକ୍ ଜଳେ ପାଉଁଶ ତଳର ନିଆଁ
ଦିକ୍ ଦିକ୍ ଜଳେ ଅଦେଖା ନିଆଁ ରେ ହିଆ ... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ