କବିତା · ଅକ୍ଟୋବର ୧୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି..୫୫
ସ୍ମୃତି ତୁମେ ଫୁଙ୍ଗୁଳା
ଅତିତ ମୋର
ଶିଶିର ଟୋପା ଘାସ
ଗାଲିଚା ର...
ମୃଦୁ ମୃଦୁ ସିହରଣ
ସତେ କି ଶୀତୁଆ ସକାଳ..
ଭିଜା ଭିଜା କୁହୁଡ଼ି ଚାଦର...
ସ୍ମୂତି ତୁମେ...
ଅଳସୀ ଫଗୁଣ ସତେ..
ଭରିଦିଅ ମାଦକତା କେତେ
ଧୀମେଇ ଧୀମେଇ ଆସୁଥାଅ
ହୃଦୟେ ସ୍ପନ୍ଦନ ବଢାଇ ଦିଅ...
ସ୍ମୃତି ତୁମେ..
ଜୋଚ୍ଛନା ପଖଳା ଜହ୍ନ ରାତି
ଚାନ୍ଦିନୀ ରେ ଦିଅ ପୋତି...
ଶରତ ର ନିରିମଳ ଆକାଶ ସତେ
କାଶତଣ୍ଡି ଫୁଲ ପରି
ତୋଫା ତୋଫା ଲାଗ କେତେ
ସ୍ମୃତି ତୁମେ....
ସକାଳର ଶୀତ ଛୁଆଁ...
ଲଗାଅ ଦେହରେ ନିଆଁ...
ତୁମେ ଏଣୁତେଣୁ ଭାବନାର
ନିଛାଟିଆ ରେ ଗୋଟାପଣ...
ସ୍ମୃତି ତୁମେ...
ଦିପହରେ ତାତି
ଅନ୍ଧାରୁଆ ଅମାବାସ୍ୟା ରାତି
ଫୁଲେଇ ଫଗୁଣ ପୁଣି
ବର୍ଷା ଭିଜା ଶ୍ରାବଣ....
ଆସ ତୁମେ ନିତି ନିତି
ଜାଳୁଥାଅ ଛାତି...
ତଥାପି ଦିଅ ତୁମେ ମିଠା ମିଠା
ଅନୁଭୂତି ....
ସ୍ମୃତି ତୁମେ .... ସ୍ମୃତି..... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ