କବିତା · ଅକ୍ଟୋବର ୧୩, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ୫୭
କେତେ ମୁଁ ତୋଳି ବି ସ୍ମୃତି ଫୁଲ ସବୁ
ସେ ପରା ଶୀତୁଆ ସକାଳ ଗଙ୍ଗଶିଉଳି...
ଗୋଟାଇ ଆଣିଲେ ଵାସି ହେଉ ପଛେ
ମହମହ ବାସ ରେ ଥାଏ ଭରି..
ସ୍ମୃତି ତ ସେମିତି ଅଫେରା ଅତିତ ଟିଏ
ତଥାପି ମନରେ ତରଙ୍ଗ ଆଘାତ ଦିଏ.
ସେ ପରା ଫିକା ଫିକା ଫଗୁଣ ପରି
ରଙ୍ଗ ଯାଇଥାଏ ସବୁ ଉଡ଼ି.....
ମନେ ପଡେ ଯେତେବେଳେ
ମନ ଆକାଶ ରେ ଇନ୍ଦ୍ର ଧନୁ ଗୋଟା ପଣେ.....
ସ୍ମୃତି ସେତ ଶୀତ ସକାଳ ର କଅଁଳ ଖରା ପରି
ଭାର ଭଲ ଲାଗେ ସକାଳୁ ସକାଳୁ ଦିଏ ଉତ୍ତାପ
ମନେ ଭରି...
କୋମଳ ହୃଦୟେ ଥାଏ ସିଏ ,ନରମ ଫୁଲଟେ ପରି...
ଟିକେ ହୃଦୟ ର ଆଘାତ ରେ ଯାଏ ସେ ମଉଳି..
ଚିକିମିକି ତାରା ଫୁଲ ପରି , ମନ ଆକାଶ ରେ
ସାଜେ ରୋଷଣୀ..
ଦେଖିବାକୁ ଇଛା ସେ ଚିକିମିକି ତାରା ଫୁଲ କୁ...
ସ୍ମୃତି ଫୁଲ ଟି ଦିଶେ ସତେ ହୀରା ଫୁଲଟିଏ..
ଭାରି ଦାମି ଗହଣା ଟିଏ ମୋ ହୃଦୟ ରେ...
ଦେଖୁଥାଏ ନିତି ମୁଁ ମୋ ହୃଦୟ ସିନ୍ଧୁକ ରୁ ଆଣି
ପୁଣି ଲୁଚାଇ ଦିଏ ମନ ସିନ୍ଧୁକ କରେ କାଳେ କିଏ
ଦେବ ଜାଣି.....
ସ୍ମୃତି ବିନା କେ ରହିଛି କୁହ ,ସେତ ହୃଦୟ ର କୋହ
କନ୍ଦାଇ ଯେତିକି ହସାଏ ସେତିକି ତା'ପରି କିଏ କୁହ
ନିରୋଳା ର ବନ୍ଧୁ ଟିଏ , ଦରଦୀ ମନର ସ୍ୱର ଟିଏ
ଭୂଲି ନାହିଁ ଭୂଲି ବି ନାହିଁ ତାକୁ ଭଲ ପାଏ ମୁହିଁ..♥️🌹 ସ୍ୱର୍ଣ୍ଣ...
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ