କବିତା · ମଇ ୨, ୨୦୨୩ · ୨ ମିନିଟ୍ ପଢ଼ା
ବେଳାଭୂମି ୭
କହ ବେଳାଭୂମି କାହିଁକି ଡାକିଛୁ
ଫେରାଇ ଦେବୁ କି ମୋତେ କିଛି
ଯାହା ତ ହଜିଛି ଖୋଜୁଛି ଆଜି ମୁଁ
ସିଏ ମୋ ଅଭୂଲା ସ୍ମୃତି..।
ତୁ ପରା ସାଖି ମୋ ହଜିଲା ସ୍ମୃତି ର
ମନେ ପଡୁନିକି ତୋର
ତୋ ବାଲି ଶେଯରେ କେତେ ମୋର
ସ୍ୱପ୍ନ ର ଗଢା ଘର।
ଆସିଛି ଆଜି କୋଳେଇ ନେ ଥରେ
ସେଦିନ ନେଲା ପରି
ମନେ ପଡିଯାଉ ସେକଥା ସବୁ ମୋ
ମନେ ସୀହରଣ ଭରି।
ଆଜି ତଲାଗୁଛି ସତେ କାଲି ପରି
ଏଇଠି ମୁଁ ବସି ଥିଲି
ଲହରୀ କୁ ଫିଙ୍ଗି ଚଗଲି ମନ କୁ
ତୋ ସାଥେ ଖେଳୁଥିଲି।
ସାଥୀ ଟିଏ ଆସି ତୋଳୁଥିଲା ଏଇଠି
ମୋ ସାଥେ ସ୍ୱପ୍ନ ର ଘରଟିଏ
ମମତାର ଫୁଲ ଫୁଟାଇ ଥିଲା ଏଇ
ତୋ ବାଲି ଶେଯରେ।
ତୋ ଓଦା ବାଲି ରେ ଆମେ ନିତି ଗଢି
ନିତି ଭାଙ୍ଗୁଥିଲୁ କେତେ ଘର
ଜାଣି ନ ଥିଲୁ ଭାଙ୍ଗି ଯିବ ଦିନେ ଆମ
ସ୍ୱପ୍ନ ର ତାଜମହଲ।
ଅଦିନ ତୋଫାନ ଭାଙ୍ଗି ଦେଲା ଆସି
ଲହରୀ ନେଲା ଭସାଇ
ସେଦିନୁଁ ଖୋଜୁଛି ଆସି ନିତି ଆଉ ତା'ର
ଚିହ୍ନ ପାଉନାହିଁ।
କହ ରେ ସାଗର ରଖିଛୁ କି ସାଇତି ତୋ
ଛାତି ତଳେ
କହରେ ବେଳା ଭୁମି ପୋତି ଦେଲୁ କି ତୋ
ଓଦା ବାଲି ତଳେ।
ପଚାରିବାକୁ ଆସୁଥିବି ନିତି ଏଇ ମୁହଁ ସଞ୍ଜ
ବେଳେ ପୂର୍ଣ୍ଣିମା ତିଥିରେ
ଜହ୍ନ ଶୋଇଥିବ ଯେବେ ସାଗର ଛାତିରେ
ମୁହଁ ଲୁଚେଇ
ଆସୁଥିବ ଲହରି ଧାଇଁ ତୋତେ ଛୁଇଁବାକୁ
ଶୀତଳତା ଭରି ଦେଇ।
ଛୁଇଁ ଛୁଇଁ ଯାଉଥିବ ତୋ ଶୁଖିଲା ଦେହକୁ
ଲହରୀ ମାଳା ମହୁଲି ଛୁଆଁ ରେ
ମୁଁ ଦେଖୁଥିବି ସେଠି ମୋ ସୁନେଲି ଅତିତ କୁ
ମୋ ମନ ଆଇନାରେ।
ତୁମ ମିଳନରେ ମୋ ମିଳନ ଗୀତ ଶୁଣିବାକୁ
ଭାରି ଇଚ୍ଛା ମୋର
ଆସୁଥିବି ପୂର୍ଣ୍ଣିମା ସଞ୍ଜରେ ସ୍ମୃତି ଖୋଜିବାକୁ
ଏଇ ବେଳାଭୂମିକୁ ତୋର।
ମିଠା ମଳୟ ଯିବ ତା କଥା ଚୁପ୍ ଚାପ୍ ମୋ
କାନେ କହି
ସାଗର ଆସି ଛୁଇଁଵ ତା ମିଠା ଛୁଆଁ ରେ
କେତେ ମାଦକତା ଦେଇ
ଏଇ ଓଦା ବାଲିରେ ଲେଖୁଥିବି ନାଁ ସାଥୀ ର
ବାରଂବାର ...
ମନେ ଭରିଯାଊଥିବ କେତେ କେତେ ସୀହରଣ
ଆଖି ବୁଜି ଦେବି ଆଖିରେ ଥିବ ଅଭୂଲା ଛବି
ସାଥୀ ର
ସାଥୀ ନ ଆସିଲେ ବି ମୁଁ ଏକା ଏକା ଆସୁ ଥିବି
ଦେଖିବାକୁ ମିଳନ ତୁମର।
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ