କବିତା · ନଭେମ୍ବର ୨୪, ୨୦୨୩ · ୩ ମିନିଟ୍ ପଢ଼ା
ସମ୍ପର୍କ...୮
ସମ୍ପର୍କ କେତେ ମିଠା ସତେ
ଅନୁଭବି ପାରେ ଜାଣି.....
ଅନ୍ତରୁ ଅନ୍ତର ହୋଇଗଲେ ଅନ୍ତର
ହୃଦୟ ହୁଅଇ ହାଣି..
ହୃଦୟ ରୁ ହୃଦୟ କୁ ଛୁଇଁ ଯାଏ
ଥାଅ ଯେତେ ଦୂରେ....
ସମ୍ପର୍କ ର ପରିଭାଷା କେତେ ସୁନ୍ଦର
ଯିଏ ବୁଝି ପାରେ..।
ମାନସ ପଟରେ ଅଙ୍କା ଥାଏ ଛବି
ଏକ ହୃଦୟ ର କଥା ଆନ ହୃଦୟ
ପାରେ ସହଜେ ବୁଝି..
ବିପଦ ଆପଦେ ଦରକାର ଆସେ
ସମ୍ପର୍କ ଟିଏ ଗଢିଥିଲେ ଖୋଜି।
ନୀରବତା ଭଙ୍ଗ କରି ଖୋଜିଲି ସମ୍ପର୍କ କୁ
ଛୋଟ ଠୁ ବଡ଼ ଯାଏ ଆତ୍ମିୟ ଠୁ ପରଯାଏ
ଏଠି ସେଠି ସଵୁଠି କାହିଁ ପାଇଲିନି କେଉଁଠି ତାକୁ...।
ଅଛି ତ ସମ୍ପର୍କ କିଛି ଦେଖିଲି ସବୁ ଆଡ଼େ
କିଛି ଅହଙ୍କାର କିଛି ଆତ୍ମ ଗର୍ବ କିଛି ଇର୍ଷା
ଆଉ ପରଶ୍ରୀ କାତରତା ସ୍ୱ।ର୍ଥ ଭିତରେ...।
ହେଲେ ଆଜି କାଲି ସମ୍ପର୍କ ର
ମାନେ ସ୍ୱ।ର୍ଥ ଆଉ ସ୍ୱ। ର୍ଥ
ନେଣେ ଦେଣେ ନିତିରେ ତିଷ୍ଠି ପାରେ....।
ଆଜିକାଲି ସମ୍ପର୍କ ରେ ଅଳନ୍ଧୁ
ଠିକ୍ କାନ୍ଥର ଆଇନା ପରି ପୋଛିଲେ ଵି
ପୁଣି ସଫା ଲାଗେନା ଆଗପରି.
ସଫା ହୃଦୟ ଟିଏ ମିଳେନା ଯେତେ ଖୋଜିପାର
ଗର୍ବ ଅହଙ୍କାର ଆତ୍ମ ଅଭିମାନ ରେ
ସମ୍ପର୍କ ର ବାଡ଼...।
କିଛି ତ ନିଶ୍ଚୟ ମିଠା କିଛି ଭାରି ଖଟା
କିଛି ତ ଭଲ ଲାଗେ
ଆଉ କିଛି ରହି କଷ୍ଟ ଦେଇଥାଏ....
ଯେଉଁ ସମ୍ପର୍କ ରହି କଷ୍ଟ ଦିଏ
ସେ ସମ୍ପର୍କଠୁ ମନ ଦୂରେଇ ଦିଏ
ଯିଏ ବୁଝିଛି ସମ୍ପର୍କ ର ମାନେ
ତାକୁ ହୃଦୟ ରୁ ମଣିଷ ଭଲ ପାଏ..।
ମୁଁ ଗଢିଥିବା ସମ୍ପର୍କ ବା ତୁମେ
ଗଢିଥିବା ସମ୍ପର୍କ..
ତିଷ୍ଠି ପାରିଲାନି ଵୋଧେ ଏଥିପାଇଁ
ସେଥିରେ ମମତା ନାହିଁ...।
ସମ୍ପର୍କ ର ପରିଭାଷା ନୁହେଁ
ସମାଲୋଚନା ..
ସମ୍ପର୍କ ର ପରିଭାଷା ନୁହେଁ ଇର୍ଷା
ସମ୍ପର୍କ ଆସେ ହୃଦୟ ର ମମତା ରୁ
ସମ୍ପର୍କ ଆସେ ମିଠା ମିଠା ଭାବନା ରୁ
ମୋତେ ଭଲ ଲାଗେନା ମିଛ ସମ୍ପର୍କ
ତେଣୁ ମୁଁ ଦୂରେଇ ଯାଏ ସେ ସମ୍ପର୍କ ରୁ।
ଅନେକ ଆସନ୍ତି ଛଳନାରେ ଗଢ଼ିବାକୁ
ସମ୍ପର୍କ ର ସେତୁ
ଅନେକ ଆସନ୍ତି କିଛି ଶିଖିବାକୁ ବା
ଶିଖାଇବାକୁ.
ଅନେକ ଆସନ୍ତି ସମ୍ପର୍କ ନାମରେ
ତୁମ ଭାବନାକୁ କଷ୍ଟ ଦେବାକୁ
ମୁଁ ଚାହେଁ ନା ସେ ସମ୍ପର୍କ ଯେଉଁଠି
ମିଛ ଅହଙ୍କାର ଆଉ ବଡ ଲୋକିର
ଅବହାୱ। ରେ ଗଢା ହେବ ସେତୁ।
ସମ୍ମାନ ଦିଏ ହୃଦୟ ରୁ ସମ୍ପର୍କ କୁ
ପୁଣି ମୋ ହାତରେ କାଟି ଦିଏ ସେ
ମିଛ ସମ୍ପର୍କ କୁ...
ଯେଉଁ ଠି ମଣିଷ ଭାବେ ମଣିଷ କୁ ନ୍ୟୁନ
ସମ୍ମାନ ନଥାଏ ସମ୍ପର୍କ ର..
ଏତେ ଵଡଵିଶାଳ ସଂସାର
ଜ୍ଞାନର ଗନ୍ତାଘର ଏ ପୃଥିବୀ
ଏଠି ସବୁ କେହି ଆଜି ଯାଏ ଜାଣନ୍ତିନି
କି ଜାଣିପାରିବେ ନି..
ପରଷ୍ପର ଭାବନାକୁ ସମ୍ମାନ ଦେଲେ
ସମ୍ପର୍କ ର ତାଜ ଠିଆ ହୁଏ ଆଜୀବନ ..ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ