ଅଧ୍ୟାୟ ୧୦ · ନଭେମ୍ବର ୧୩, ୨୦୨୬ · ୬ ମିନିଟ୍ ପଢ଼ା
ନୀରବତାର ଯୋଗୀଟିଏ ପାଲଟିଛନ୍ତି ସୁବ୍ରତ ଦାସ! ଆଜି ବି ମନ ଟାଣି ହୋଇଯାଏ
ସେଇ ଗାଁକୁ, ଯେଉଁଠି ଅଛି ସବୁ ନିଜରପଣିଆ ଆତ୍ମୀୟ ଭାବ। ନଥାଉ ପଛେ
ଭୂଗୋଳରେ ତାର ନାଁ, ତଥାପି ଭାରି ସୁନ୍ଦର ତାଙ୍କ ଗାଁ।
ଅଙ୍କାବଙ୍କା ସର୍ପିଳ ରାସ୍ତା। ଧାଡ଼ି ଧାଡ଼ି ତାଳ ନଡ଼ିଆ ଗଛ। ଦୁଇ ପଟେ ସବୁଜ
ବନାନୀ ଘେରା ଗାଁ। ଅନତି ଦୂରରେ ଧ୍ୟାନମଗ୍ନ ଋଷି ପରି ନୀରବ ବଜ୍ରଗିରି ପାହାଡ଼
ଦଣ୍ଡାୟମାନ ତଳେ ଝାଟିମାଟି ସୁବ୍ରତଙ୍କ ଗାଁ।
ସେଠି ଫଗୁଣ ଖେଳେ ନିତି ଦୋଳି। ପବନ ବଜାଏ ଶାହାନାଇ। ଟିକି ଝରଣା
ଗାଏ ଗୀତ। ବେଙ୍ଗୁଲି ପକାଏ ସଞ୍ଜ ସକାଳେ ହୁଳହୁଳି। କାକଳୀର କିଚିରିମିଚିରି
ଶବ୍ଦରେ ଆସେ ସକାଳ।
ଉଚ୍ଛୁଳା ନଦୀର ସୁଅରେ ଭାସିଯାଏ ସ୍ୱପ୍ନିଳ ମନ। ନୀଳ ତରଙ୍ଗରେ ତରଙ୍ଗାୟିତ
ହୁଏ ଚହଲା ମନ। ସବୁଜ ଓଢ଼ଣୀ ଟାଣି ଖିଲିଖିଲି ହସୁଥାଏ ତାଙ୍କ ଗାଁ।
ସୁବ୍ରତ ଦାସଙ୍କର ସୁନ୍ଦର ଘର। ପନôୀ ସୁପ୍ରଭା, ଦୁଇ ପୁତ୍ର ଶୁଭମ୍ ଓ ସୁନନ୍ଦଙ୍କୁ
ନେଇ ତାଙ୍କ ସଂସାର। ମଧ୍ୟବିତ୍ତ ପରିବାର ହେଲେ, ସୁନ୍ଦର ପରିବାର। ପୁଅ ଦୁଇଟି
ରାଜକୁମାରଠୁ କମ୍ ନୁହନ୍ତି। ଶଶିକଳା ପରି ବଢୁଥାନ୍ତି ସେ ଘରେ। ସୁନ୍ଦର ସ୍ୱାସ୍ଥ୍ୟବାନ
ସୁଢଳ ଚେହେରା। ଗୁଣ ବି କମ୍ ନୁହେଁ। ଶାନ୍ତ ସରଳ ପିଲା। ପାଠ ବି ଭଲ ପଢ଼ନ୍ତି।
୪୦ ମୁଠାଏ ସ୍ୱପ୍ନ
ସୁବ୍ରତ ବାବୁଙ୍କ ଖୁସି କହିଲେ ନ ସରେ। ସୁନ୍ଦରୀ ଗୁଣବତୀ ସ୍ତ୍ରୀ ବି ପାଇଛନ୍ତି।
ସେ ଆକାଶର ଛତା ହେଲେ ସ୍ତ୍ରୀ ବସୁମତୀ। ସୁଖର ସଂସାର କରିଛନ୍ତି ଗାଁଠାରୁ ବହୁ
ଦୂର ସହରରେ।
ସକାଳର ଓମ୍କାର ଧ୍ୱନିରେ ସେ ଘରେ ସମସ୍ତଙ୍କ ଆଖି ଖୋଲେ। ହସ ଖୁସି
କର୍ତ୍ତବ୍ୟ ଆଉ କର୍ମ ଭିତରେ ଦିନ ସରିଯାଏ। ଆରାମଦାୟକ ଜୀବନ ସୁଖୀ ପରିବାର।
ସୁବ୍ରତ ବାପା ମା’ଙ୍କର ବଡ଼ ପୁଅ। ଗାଁରେ ତାଙ୍କ ଘର। ସରକାରୀ ଚାକିରି ପରେ
ସେ ସହରରେ ରୁହନ୍ତି ପିଲା ସ୍ତ୍ରୀଙ୍କ ମେଳରେ। ଚାକଚକ୍ୟ ଘରେ ବିଜୁଳି ଆଲୁଅ
ଭିତରେ ଆଧୁନିକ ପରିପାଟୀ ଭିତରେ।
ସୁବ୍ରତ କେବେଠାରୁ ଭୁଲି ସାରିଛନ୍ତି ତାଙ୍କ ଝାଟିମାଟିର ଘରକୁ। ଯେଉଁଠି ଥିଲା
ତାଙ୍କ ଷଠିଘର। ଯେଉଁ ଘରେ ଥିଲା ଅନ୍ତୁଡ଼ିଶାଳ। ଯେଉଁଠି ଥିଲେ ତାଙ୍କ ବାପା ମା’
ଭାଇ ଭଉଣୀ। ଯେଉଁଠି ଥିଲା ମମତାର ବନ୍ଧନ। ମିଠା ମିଠା ସମ୍ପର୍କ। ପରସ୍ପର ଉତ୍ତମ
ବୁଝାମଣା। ଭାଇ ଭଉଣୀ ବାବା ମା’ଙ୍କ ସାଥେ ଜୀବନ ଥିଲା ଖୁବ୍ ସୁନ୍ଦର। ଗୋଟିଏ
ସୂତାରେ ବନ୍ଧା ଅନେକ ଜୀବନ। ସତେ ଫୁଲ ହାରଟିଏ ଭାରି ସୁନ୍ଦର ସଂସାର।
କାହାର ନଜର ଲାଗିଲା କେଜାଣି ଭାଙ୍ଗିଗଲା ସେ ଝାଟିମାଟି ଘର ଯେଉଁଦିନ
ସେ ବିବାହ କଲେ ସହରୀ ଝିଅ ସୁପ୍ରଭାକୁ। ସୁପ୍ରଭା ଚଳି ପାରିଲେନି ସେ ମାଟି
ଘରେ। ତାଙ୍କ ଜୀବନ ତ ଇଟା କାନ୍ଥରେ ଗଢ଼ା। ସେ କି ବୁଝିବେ ମାଟିର ମହକ
କେତେ। ସେ ବାସ୍ନା କେତେ ଆତୁର କରେ, ଦୂରରେ ଥିବା ପୁଅ ଝିଅମାନଙ୍କୁ ବି
ଗାଁକୁ ଟାଣିଆଣେ। ସବୁବେଳେ ଏକା ଜିଦ୍ ସେ ଏଠି ଚଳିପାରିବେନି। ଏତେ
ଗହଳିରେ ସେ ଅଣନିଃଶ୍ୱାସୀ ହୋଇ ପଡ଼ିବେ। ସେଇଆ ହିଁ ହେଲା ବାପା ମା’ ନିଜ
ଇଚ୍ଛା ବିରୁଦ୍ଧରେ କହିଲେ ପୁଅକୁ, ସରକାରୀ କ୍ୱାର୍ଟରକୁ ଚାଲିଯିବାକୁ।
ସୁବ୍ରତ ସବୁର ସମାଧାନ ପାଇଁ ସ୍ତ୍ରୀଙ୍କୁ ନେଇ ଆସିଲେ ପାଖକୁ। ଛାଡ଼ିଦେଲେ
ଆଦରର ଘରକୁ ଗାଆଁକୁ ସମ୍ପର୍କକୁ।
ସୁବ୍ରତ ବାବୁ ଆଉ ଗଲେନି ଘରକୁ। ଧୀରେଧୀରେ ଛନ୍ଦି ହୋଇଗଲେ ସହରୀ
ଜୀବନରେ। ଧାଁ ଦୌଡ଼ ଭିତରେ ସେ ଯେବେ ଅଣନିଃଶ୍ୱାସୀ ହୋଇପଡ଼ନ୍ତି, ମନେପଡ଼େ
ତାଙ୍କର ପିଲାଦିନ, ମନେପଡ଼େ ତାଙ୍କର ଘର।
ଯେଉଁଠି ମା’ର ପଣତକାନି ଧରି ସେ ଅଳି କରୁଥିଲେ। ମା’ କୋଳରେ ବସାଇ
ଗେଲ କରୁଥିଲା। ସାଙ୍ଗସାଥି ମେଳରେ ସେ ଖେଳି ବୁଲି ସମୟ କାଟୁଥିଲେ ଗାଁ
ନଦୀକୂଳରେ। କେତେ ଖୁସିରେ ଜୀବନ କଟୁଥିଲା ସତେ। ଆଜି ଭାରି କ୍ଳାନ୍ତ ସେ
ଏଇ ସହରର ଅବହାୱା ଭିତରେ। ରୁଟିନବନ୍ଧା ଜୀବନଚର୍ଯ୍ୟାରେ।
ମୁଠାଏ ସ୍ୱପ୍ନ ୪୧
ମୁଠାଏ ସ୍ୱପ୍ନ ୪୧
ଫେରିଯିବାକୁ ଇଚ୍ଛା ହେଉଛି ଗାଁକୁ ଭେଟିବାକୁ ତାଙ୍କର ଅନ୍ତୁଡିଶାଳକୁ। ତାଙ୍କ
ନିଜ ଘରକୁ ଆତ୍ମୀୟମାନଙ୍କୁ। ନାଁ ଆଉ ରହି ହେବନି ଏ ସହରରେ। ଅତ୍ୟାଧୁନିକ ସ୍ତ୍ରୀ
ତଥା ପିଲାମାନଙ୍କ ବଡ଼ଲୋକି ଚଳଣିରେ। ସେ ପିଜା ବର୍ଗର ମ୍ୟାଗି ଚାଓମିନରେ।
ପଖାଳ କଂସାର ମୋହ ଛାଡ଼ିନି ସୁବ୍ରତ ବାବୁଙ୍କୁ। ଗାଁ ମାଟିକୁ ସେ ଝୁରୁଛନ୍ତି
ସବୁବେଳେ।
ସ୍ଥିର କଲେ ପିଲାମାନେ ବଡ଼ ହେଲେଣି, ମୁଣ୍ଡକୁ ହାତ ପାଇଲାଣି। ସେମାନେ
ସବୁ ସହରରେ ରୁହନ୍ତୁ। ସ୍ତ୍ରୀ ବି ରୁହନ୍ତୁ। ସେ କିନ୍ତୁ ଯିବେ ଗାଁକୁ। ଯେଉଁ ମା’ ବାପା
ମଣିଷ କରିଥିଲେ ତାଙ୍କର ଯନô ନେବେ ତାଙ୍କ ବାପାଙ୍କ ହାତ ତିଆରି ସେଇ ମାଟି
ଘରେ ରହିବେ ଶାନ୍ତିରେ।
ସେଇ ଘର ସ୍ୱର୍ଗଠୁ ବଡ଼। ଯେଉଠି ଅଛି ମମତାର ବନ୍ଧନ ପରସ୍ପର ବୁଝାମଣା
ଆଉ ସ୍ନେହ ଆଦର ସମ୍ମାନ ଆଉ ଭଲପାଇବା। ମାନବିକତାକୁ ବଳି ଦେଇ ସେ
ସହରରେ ରହିପାରିବେନି। ଏଠି ଚାକଚକ୍ୟ ଦୁନିଆ। କାଗଜଫୁଲର ସୁନ୍ଦରତା, ନାହିଁ
ଜୀବନର ବାସ୍ନା।
ସୁବ୍ରତବାବୁ ସବୁ ଛାଡ଼ି ଫେରି ଆସିଛନ୍ତି ଗାଁ ମାଟିକୁ। ଭେଟିଛନ୍ତି ନିଜର ମଣିଷକୁ।
କେତେ ଆତ୍ମୀୟତା କେତେ ନିଜର ଭାବ କେତେ ଆପଣାର ସେ ପଖାଳ କଂସା
ବଢ଼ାରେ। ସେ ପିଲାମାନଙ୍କୁ କହିଛନ୍ତି ସେ ଗାଁରେ ରହିବେ। ବେଳେବେଳେ ଯିବେ
ତାଙ୍କ ପାଖକୁ ବୁଲିବାକୁ। ହେଲେ ଏଇଠି ଜଳାଇବେ ପିଲାମାନେ ତାଙ୍କ ଜୁଇକୁ।
ସେ ଭଲପାଆନ୍ତି ତାଙ୍କର ଜନ୍ମ ମାଟିକୁ। ଏଇଠି ରହିବ ତାଙ୍କର ସମାଧି। ତାଙ୍କ
ଆତ୍ମୀୟ ପୂର୍ବଜମାନଙ୍କ ପାଖରେ। ମିଳିବ ତାଙ୍କୁ ଆତ୍ମତୃପ୍ତି।
ସେଇ ବରଗଛ ଅଛି ତାକୁ ଲଗାଇଥିଲେ ଅଣଜେଜେ। ସେଇ ଆମ୍ବତୋଟା ଅଛି
ଜେଜେ ଲଗାଇଥିଲେ। ସେଇ ଘର ଅଛି ବାପା ତିଆରି କରିଛନ୍ତି।
ତାଙ୍କ ଗାଁ ଆଜି ବି ସୁନ୍ଦର ବୋହି ଯାଉଛି ସେଇ କେଲୁଅ ନଈ। ଅଛି ଆମ୍ବ
ତୋଟା, ଗାଁ ଭାଗବତ ଟୁଙ୍ଗି ଆଉ ସେଇ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଦେବୀ
ମନ୍ଦିର। ଆଜି ବି ସକାଳୁ ଶୁଭେ ଶଙ୍ଖ ଘଣ୍ଟ ଧ୍ୱନି, ଗାଁ ବୋହୂମାନଙ୍କର ହୁଳହୁଳି ଶବ୍ଦ।
ପାଳନ ହେଉଛି ଓଷା ବ୍ରତ। ଦିଆନିଆ ଭାଇଚାରା ଭାବ।
ସୁବ୍ରତ ବାବୁ ଚାହିଁଛନ୍ତି ଆକାଶର ନୀଳିମାକୁ। ପୁଣି ଦେଖୁଛନ୍ତି ଆଖି ପୂରେଇ
ତାଙ୍କ ଗାଁକୁ। ସେଇ ସମୀର ଆଜି ବି ଛୁଇଁ ଯାଉଛି ତାଙ୍କ ଦେହକୁ। ଆହାଃ କି ମିଠା
ସତେ! କେତେ ତୃପ୍ତ ଲାଗୁଛି ଗାଁରେ। ନାହିଁ ସେ ଧାଁ ଦୌଡ଼, ନାହିଁ ସେ ରୁଟିନବନ୍ଧା
ଜୀବନ। ନାହିଁ ସେ ଅଣନିଃଶ୍ୱାସୀ ଭାବ। ନାହିଁ କର୍ତ୍ତବ୍ୟ ଡାକରା। ଭାରି ଶାନ୍ତି ଲାଗୁଛି
୪୨ ମୁଠାଏ ସ୍ୱପ୍ନ
ଆଜି ଜୀବନଟା। ସେ ହଜିଯିବେ ଏଇ ପରିବେଶରେ। ଆତ୍ମବିଭୋର ହୋଇ ଯାଉଛନ୍ତି
ସୁବ୍ରତ ବାବୁ।
ଚମକି ପଡ଼ିଲେ କାହାର ଡାକରେ। ଆରେ ଏ କ’ଣ ସୁପ୍ରଭା ବି ଫେରିଆସିଛନ୍ତି।
“ସୁପ୍ରଭା ତୁମେ!”
“ହଁ ମୁଁ ଆସିଛି। ମୁଁ ବି ତୁମ ପାଖରେ ରହିବି। ପିଲାମାନେ ସେଠି ଥାଆନ୍ତୁ।
ଆମେ ଏଇଠି ରହିବା ଗାଁରେ। କିଛି କରିବା। ସମସ୍ତଙ୍କୁ ଭଲପାଇବା। ତାଙ୍କ ସହିତ
ବାର୍ଦ୍ଧକ୍ୟ ଜୀବନ କାଟିଦେବା। ସବୁ ତ ପାଇଛନ୍ତି, ହେଲେ ଶାନ୍ତି ନାହିଁ। ସେଇ ଶାନ୍ତି
ଏଇଠି ଅଛି। ଚାଲ ମିଶିକି ରହିବା।”
ସୁବ୍ରତ ବାବୁଙ୍କ ଖୁସି କହିଲେ ନ ସରେ... ଯାହାହେଉ ଶେଷରେ ସୁପ୍ରଭା
ଗାଁରେ ରହିବେ। ଶାଶୁ ଶ୍ୱଶୁର ବୟସ୍କ ତାଙ୍କ ସେବା କରିବେ... ଏମିତି ସିନା ସୁନା
ସଂସାର... ଗାଁ ବିନା ସେ କି ଜୀବନ...। ଯେଉଁଠି କୋଇଲି ଗାଉନି ଫଗୁଣର ଗୀତ।
ମିଠା ମଳୟ ଛୁଇଁ ଯାଉନି ତନୁ ମନ। ନାହିଁ ଖୋଲା ପବନ। ରାତି ପାହିଲେ କାଉ
ବୋବାଉ ନାହିଁ। ସକାଳର ଧୂପ ବାସ୍ନା ଚଉଁରା ମୂଳରେ ନାହିଁ। ସଞ୍ଜ ଆସୁନି
ଗୋଧୂଳିରେ, ଗାଈଆଳ ଗାଉନି ଘରକୁ ଫେରିବା ଗୀତ। ଗାଇ ଫେରୁନି ଆଉ ଗୋଠକୁ।
ଗୀତା ଭାଗବତ ରାମାୟଣ ଶୁଭୁନି। ଜଳୁନି ସଞ୍ଜ ଦୀପ ଅଗଣାରେ ଚଉଁରା ମୂଳରେ।
ମା’ ପୋଛି ଦେଉନି ପଣତରେ ଧୂଳିଧୂସର ପିଲାର ଦେହ। ଯେଉଁଠି ନାହିଁ ମା’
ଡାକ, ସେଠି କେମିତି ରହିବ ଗାଉଁଲି ମଣିଷ।
ତାଙ୍କ ପାଇଁ ଗାଁ ତ ସ୍ୱର୍ଗ। ତାଙ୍କ ଜନ୍ମ ମାଟି ମା’ ତାଙ୍କ ପାଇଁ ପବିତ୍ର।
ବଡ଼ ତୀର୍ଥ ତାଙ୍କ ବାପା ମା’ର ଚାରିପାଖ। ଅମୃତ ସେ ପଖାଳ କଂସା। ନୁହେଁ
ତା’ ସରି ସହରର ବିରିୟାନି। ନାହିଁ ଈର୍ଷା ପରଶ୍ରୀକାତରତା ଗୋଡ଼ଟଣା ନୀତି। ଏଠି
ଗୋଟିଏ ମନ ଗୋଟିଏ କଥା ଭାଇଚାରା ଭାବ ଗୋଟିଏ ସ୍ୱର ସେଇ ଆମ ଗାଁ...।
ମୁଠାଏ ସ୍ୱପ୍ନ ୪୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ