ଅଧ୍ୟାୟ ୧୧ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ସହରୀ ବାବୁ! ନା ନା ମୋ’ ଝିଅକୁ ମୁଁ ସେଠି ବିବାହ ଦେବିନି। ସେ ଆଜି ଆମ
ପଡ଼ାକୁ ଆସିଛି ଡାକତର ହୋଇ। କାଲି ସହରକୁ ଫେରିଯିବ। ଜାଣିଛ ତୁମେମାନେ...!
ଭାରି ଚତୁର ଏଇ ସହରୀ ବାବୁମାନେ। ସଜ ଫୁଲ ବଗିଚାକୁ ଆସି ବାଛି ବାଛି
ଛିଣ୍ଡାଇ ନିଅନ୍ତି। ତାଙ୍କ ମନ ବୁଝିଗଲେ ଦଳିମକଚି ଫିଙ୍ଗି ଦିଅନ୍ତି। ଆମ ସୁନ୍ଦର ଝିଅ
ବୋହୂ ଉପରେ ସେମାନଙ୍କର ଭାରି ଆଖି। ତାଙ୍କ ଆଖିରୁ ଲୁଚି ରହ ପରୀ।
ଝିଅ ପରୀକୁ ତାଗିଦ୍ କଲା ମା’ ସିମି। ବାପା କଥାରେ ମୁଁ ପ୍ରସ୍ତାବରେ ରାଜି
ନୁହେଁ। ଏମିତି କହୁଥିଲା ମା’ ସିମି।
ଆଦିବାସୀ ମଫସଲି ଗାଁ। ପାହାଡ଼ ଝରଣା ସହିତ ଏମାନଙ୍କର ସାଙ୍ଗ। ପ୍ରକୃତି
କୋଳରେ ଏମାନଙ୍କ ଜୀବନ। ଝିଅ ପରୀ କିନ୍ତୁ ଗାଁରେ ପାଠ ପଢ଼ିଛି। ଦେଖିବାକୁ
ଖୁବ୍ ସୁନ୍ଦରୀ।
ଦିନେ ଦେହ ଅସୁସ୍ଥ ହେବାରୁ ମେଡିକାଲ ଯାଇଥିଲା। ସେଇଠି ଦେଖାହେଲା
ସହରୀବାବୁ ଡାକ୍ତର ସଞ୍ଜୟ ସହ। କମ୍ ବର୍ଷ ନୂଆ ନୂଆ ଚାକିରି। ଆଖିରେ ଆଖିଏ
ସ୍ୱପ୍ନ। ସୁଢ଼ଳ ଶରୀର। ସୁନ୍ଦର ଚେହେରା ଡେଙ୍ଗା ଗୋରା ସ୍ୱାଭିମାନ ଭରପୁର।
ଦୁଇ ଆଖିର ମିଳନ ଟିକେ ଟିକେ ପ୍ରେମର ସୁରାକ।
ହେଲେ ମା’ ନାହିଁ ନଥିବା କଥା କହିଲେଣି। ସହରୀବାବୁ ଭାରି ବିଷାକ୍ତ, ଜମା
୪୪ ମୁଠାଏ ସ୍ୱପ୍ନ
ତାଙ୍କ ବୋଲରେ ପଡ଼ନା ଝିଅ। ସେମାନେ ଦେଖାଇବେ କେତେ ରଙ୍ଗିନ ସ୍ୱପ୍ନ।
ଲୁଟିନେବେ ଇଜ୍ଜତ କରିଦେବେ ବରବାଦ।ଦେବାକୁ କିଛି କହି ଲୁଟିନେବେ ସବୁ।
ପ୍ରେମ କି ମାନିବ ବାଡ଼ ବନ୍ଧ। ସେ ତ ଅମାନିଆ ନଈଟେ। ବହିଯାଏ କେତେ
ବନ୍ଧୁର ପଥ ଦେଇ। ସାଗର ତା’ର ମିଳନ ସ୍ଥଳ। ନୂଆ ନୂଆ ଆଶାର ତାଜ୍ ଗଢ଼ିଛି
ସିମି। ସବୁବେଳେ ମନ ତା’ର ଆନମନା। ଖୋଜେ କେତେ କେତେ ବାହାନା
ଟିକେ ମନ କାନଭାସରେ ପ୍ରିୟତମର ଛବି ଆଙ୍କିବା ପାଇଁ। ମସଗୁଲ ପ୍ରେମରେ
ଅମାନିଆ ମନକୁ ଅମାନିଆ ବୟସ।
ଯୌବନର ଜଉଘରେ ଛଟପଟ ମନ। ନିଆଁ ଲାଗେ ଦେହ ଆଉ ମନରେ।
ଲୁଚି ଲୁଚି ଦେଖା କେଉଁ ବଗିଚାରେ। କେଉଁ ନଦୀକୂଳେ। ଝରଣାର କୁଳୁକୁଳୁ
ନାଦରେ ମିଳନର ଗଜଲ୍ ଶୁଭେ। ପବନରେ ଶାହାନାଇ ଶୁଭେ।
ମେଘ ମହ୍ଲାର ଗାଏ ଶ୍ରାବଣୀ। ମନ ହୁଏ ଓଦା ଓଦା।
ପ୍ରୀତି ପୋଖରୀରେ ସଦ୍ୟ ସ୍ନାନ। ଶତ ପଦ୍ମ ବିରହର କଥା କହିଲା ପରେ ବି
ପରୀ ବୁଲିଯାଏ ମନ ପବନ ଘୋଡ଼ାରେ ପରୀରାଇଜ। ଇଚ୍ଛା ଜହ୍ନରେ ତୋଳିବ ଘର।
କରିବ ପ୍ରେମର ମନ୍ଦିର ପ୍ରେମ ନଗରୀରେ।
ସଞ୍ଜୟ କରେ ଅପେକ୍ଷା ସମୟକୁ। ସେ ଜାଣିସାରିଛି ସିମି ତା’ ପଞ୍ଝାରେ। ସଞ୍ଜୟ
କୁହେ ମିଠା ମିଠା କଥା, କୁହେ ସହରୀ ଜୀବନ କଥା। ଆଧୁନିକତାର କଥା। ସହରରେ
ବିବାହ କରି ରହିବା, ବଡ଼ଲୋକିର ଅବହାୱାରେ ବଞ୍ଚିବା। ଜୀବନକୁ ଉପଭୋଗ
କରିବା ମନଭରି। ଏ ଗାଉଁଲି ଜୀବନ ରହିବନି ତୋର। ଏ ମହୁଲି ଫୁଲର ବାସ ଏ
ରଜନୀଗନ୍ଧା ବାସି ହୋଇଯାଏ ସହରର ଫୁଲ ଦୋକାନରେ।
କାଗଜ ଫୁଲର ସୌନ୍ଦର୍ଯ୍ୟ ଥାଏ। ନଥାଏ ମହକ, ସେକଥା ପରୀ ବୁଝେନି।
ପାଗଳୀ ହୁଏ କୁଆଁରୀ ପ୍ରେମରେ ପଡ଼ିଯାଏ ସହରୀ ବାବୁ ଫାଶରେ। ପରୀ ଖୁସି
ହୋଇଯାଏ। ଆଖିରେ ନାଚେ ଚିକିମିକି ନାଲି ନେଳି ଆଲୁଅର ସହର। ଦ୍ୱିତୀୟ
ପ୍ରାସାଦ। ସେ ବୁଝିପାରେନା ସହରୀବାବୁର କାମୁକତାକୁ। ସେ ବୁଝିପାରେନା ତା’
ଆଖିର ନିଆଁକୁ। ସେ ବୁଝିପାରେନା ତା’ ଦେହର ଭୋକକୁ।
ଦିନେ ଘରୁ ଲୁଚି ଚାଲିଯାଏ ବାବୁ ସହ ସହରକୁ। ନୂଆ ଆଶା ଧୂଳିସାତ୍ ହୁଏ
ଯେତେବେଳେ ଜଣେ ପରେ ଜଣେ ପୁରୁଷ ଆସନ୍ତି ବାବୁଙ୍କ ଘରକୁ ଦେହର ଭୋକ
ମେଣ୍ଟାଇବାକୁ। ଧୋକା ଦିଅନ୍ତି ବାବୁ। ବଦଳି ହୋଇ ଆସନ୍ତି ସହରକୁ। ଛାଡ଼ିଦିଅନ୍ତି
ସେ ଗାଁକୁ।
ପରୀ ହତାଶ ହୁଏ ନିଜ ଲୋକଙ୍କୁ ନ ଦେଖି। ନିଜ ମା’ କଥା ମନେପଡ଼େ। ଏ
ମୁଠାଏ ସ୍ୱପ୍ନ ୪୫
ମୁଠାଏ ସ୍ୱପ୍ନ ୪୫
ସହରୀ ଭାବୁ ଜମା ଭଲ ମଣିଷ ନୁହଁନ୍ତି। ତାଙ୍କ ସରଳ ପୋଷାକ ତଳେ ଥାଏ କାମୁକତା
ଲୁଚି। ତାଙ୍କ ମିଠା କଥାରେ ଥାଏ ହଳାହଳ ବିଷ। ପରୀ ହତବାକ୍ ହୁଏ ବାବୁଙ୍କୁ
ଦେଖି। ସୁରା ନାରୀରେ ଜୀବନ ତାଙ୍କର ରଙ୍ଗିନ। ରଙ୍ଗଶାଳାରେ ତାଙ୍କୁ ରଖନ୍ତି ଉପଭୋଗ
ପାଇଁ।
ଦିନେ ଶୁଣେ ବାବୁ ତାକୁ ସେ କୋଠିରେ ବିକ୍ରି କରିଦେଇଛନ୍ତି। ଭାଙ୍ଗିଗଲା
ଆଶାର ମିନାର୍। ଭାଙ୍ଗିଗଲା ସ୍ୱପ୍ନ ସବୁ। ସ୍ପନ୍ଦନ ବନ୍ଦ ହୋଇଗଲା କିଛି ସମୟ ସତେ।
ସତେ କ’ଣ ଏ ସହରୀବାବୁ ଗୁଡ଼ା ଏମିତି! ପରୀ କେଉଁ ମୁହଁରେ ଘରକୁ ଯିବ।
ଲୁଚିକି ଚାଲିଆସିଛି ବାବୁ ସହିତ। ମା’ ପରୀକୁ ଝୁରୁଥିବ। ବାପାକୁ ଲାଜ ଲାଗୁଥିବ।
ଭାଇକୁ ସାଙ୍ଗମାନେ ଟାହି ଟାପରା କରୁଥିବେ। କ’ଣ କରିବ ପରୀ?
ଭାସି ଉଠେ ଆଖିରେ ସବୁ କିଛି ଅତୀତ। ଦେଖୁଛି ସ୍ୱପ୍ନ ସେ ବଡ଼ଲୋକ
ହୋଇଯାଇଛି। ଆଖିରେ ଚଷମା ଦେହରେ ଦାମି ଶାଢ଼ି। ବଡ଼ ଗାଡ଼ିରୁ ସେ ଓହ୍ଲାଉଛି
ବଡ଼ଲୋକ ଘରର ବୋହୂ ହୋଇ।
କାହାର ଆଘାତରେ ଭାଙ୍ଗିଗଲା ସ୍ୱପ୍ନ। ଗରାଖ ଆସିଲେଣି ବ୍ୟବସାୟ ପାଇଁ...।
ମା’ କଥା ମନେ ପଡୁଛି ସେ କହୁଛି, ଯାଆନି ପରୀ। ସେମାନେ ଶୋଷିନେବେ
ମହୁ, ଫେରିଯିବେ ସେ ଆନ ଫୁଲକୁ। ସେ ପରା ଭଅଁର। ଝିଅ ଲୋ ଜମା ବିଶ୍ୱାସ
କରିବୁନି ଏ ସହରୀ ବାବୁମାନଙ୍କୁ।
ଆଜି ବିଶ୍ୱାସର ଶେଷ ହୋଇଛି। ପରୀ ବିଷ ପାନ କରି ଆତ୍ମହତ୍ୟା କରିବ।
ପିଇଦେଲା କିଛି... ବିଷାକ୍ତ ହେଲା ଶରୀର। କହୁଥିଲା ଚିକôାର କରି, “ମା’ଲୋ
ତୋ କଥା ସତ। ମୁଁ ହାରିଯାଇଛି ଏ ସହରୀବାବୁ ପାଖରେ। ତା’ ଧୋକାରେ ମୁଁ
ବିଷାକ୍ତ ହୋଇଗଲି ଫେରିଯାଉଛି। କହିଦେବୁ ଆମ ପଡ଼ାର ଝିଅମାନଙ୍କୁ, କେହି
ବିଶ୍ୱାସ କରିବେନି ଆଉ ଏ ସହରୀବାବୁମାନଙ୍କୁ...। ଆମ ଗାଁ ବହୁତ ଭଲ। ସେଠି
ଲୋକମାନେ ସରଳ। ଏମାନଙ୍କ ପରି ନୁହନ୍ତି।
ସତରେ ଆଜି ସମୟ ଆସିଛି ନାରୀମାନେ ସତର୍କ ହେବା ଉଚିତ। ସହରର
ଚାକଚକ୍ୟ ପ୍ରତି ଆକୃଷ୍ଟ ହୋଇ କାହାର ମିଠା କଥାକୁ ବିଶ୍ୱାସ କରିଲେ ନିଶ୍ଚୟ
ଏମିତି ଅବସ୍ଥା ହେବ। ଲଜ୍ଜା ଅପମାନରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ।
ବେଳହୁଁ ସାଧୁ ସାବଧାନ।
୪୬ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ