ଅଧ୍ୟାୟ ୯ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ସତରେ, ଯେଉଁ ବାପା ମା’ କଷ୍ଟ ସହି ସନ୍ତାନକୁ ମଣିଷ କରନ୍ତି, ସେ ବଡ଼ ହେଲେ
କାହିଁକି ଯେ ଅମଣିଷ ହୋଇଯାଆନ୍ତି। ଜୀଅନ୍ତା ଶବ କରିଦିଅନ୍ତି ବାପା ମା’ଙ୍କୁ।
ମା'ର ବାର୍ଦ୍ଧକ୍ୟ ବୋଝ ହୋଇ ଯାଉଛି ଦୀପକ ଆଉ ସୀମା ଉପରେ।
ସବୁବେଳେ ଖଁ ଖାଁରେ କାନ ଫାଟି ପଡୁଛି।
“ନେଇଯାଅ ବୁଢ଼ୀକୁ, ବୃଦ୍ଧାଶ୍ରମରେ ଛାଡ଼ିଦେଇ ଆସ। ନା ତ ମୁଁ ଘର ଛାଡ଼ି
ମୋ’ ବାପଘରକୁ ଚାଲିଯିବି। ସନ୍ଧ୍ୟା ସମୟରେ ଚା’ ଟିକେ ପିଇପାରୁନି କି କୁଆଡ଼େ
ବୁଲିପାରୁନି ଏଇ ବୁଢ଼ୀଟା ପାଇଁ। ମୋ’ ପିଲାର ପଢ଼ାରେ ବି ଅସୁବିଧା ହେଉଛି।”
ପୁଅ ନାଚାର। କାହାର ହେବ - ମା’ର ନା ସ୍ତ୍ରୀର?
ପୁଅର ଭବିଷ୍ୟତ ଦେଖିବାର ଅଛି। ସେ ଡାକ୍ତର ହେଉ, ଏହା ହିଁ ଇଚ୍ଛା
ଦମ୍ପତିଙ୍କର... ହେଲେ ମା’...!!
ଦୀପକ ଫେରିଗଲା ଅତୀତକୁ। ଏବେ ସିନା ସେ ବଡ଼ ଅଫିସର। ବଡ଼ଲୋକିର
ଅବହାୱାରେ ମଖମଲି ଚାଦର ନାଲି ନେଳି ଚିକ୍ମିକ୍ର ଆଲୁଅରେ ଦିନ କାଟୁଛି
କାଲି... କିନ୍ତୁ ଦିନ ଥିଲା ସେ ଥିଲା କିରାଣିର ପୁଅ। ସ୍ୱଳ୍ପ ଦରମା ଭିତରେ ଚାରି ଭାଇ
ଭଉଣୀ ବାପା ମା’ ପୁଣି ରୋଗୀଣା ଜେଜେ ବାପା ଆଉ ମା’। ସମସ୍ତଙ୍କୁ ଦେଖିବାକୁ
ହୁଏ... ବାପା ତ ଅଫସ୍ କାମରେ ବ୍ୟସ୍ତ। ସବୁ ଭାର ଏଇ ମା’ ଉପରେ। ପେଟକୁ
ମୁଠାଏ ସ୍ୱପ୍ନ ୩୭
ପିଠି କରି ତିନି ଓଳିରେ ଥରେ ଖାଇ ତାକୁ ମଣିଷ କରିଛି। ଦୁଃଖର ଚାଦର ଢାଙ୍କି
ଢାଙ୍କି ସମୟ କାଟିଛି। ସୁଖର ସୂରୁଜ କେବେ ସେ ଦେଖିନି। ବହୁତ କଷ୍ଟରେ
ଅନ୍ୟମାନଙ୍କୁ ପାଠ ନ ପଢ଼ାଇ ବଡ଼ପୁଅ ବୋଲି ପାଠ ପଢ଼ାଇ ମଣିଷ କରିଛି। ଜମିବାଡ଼ି
ବିକ୍ରି କରିଛି। ଶେଷରେ ଭିଟାମାଟି ବିକି ପାଠ ପଢ଼ାଇ ପୁଅକୁ ଅଫିସର କରିଛି।
ଅନ୍ୟମାନେ ମୂଲ ଲାଗି ପେଟ ପୋଷୁଛନ୍ତି।
ବାପା ଚାଲିଗଲା ପରେ ମା’ଙ୍କୁ ସେ ସାଙ୍ଗରେ ଆଣିଛି। ପନôୀର ଇଚ୍ଛା ନାହିଁ ମା’
ପାଖରେ ରହୁ ବୋଲି। କ’ଣ କରିବ ସେ...
ପନôୀ ତାଙ୍କର ବଡ଼ ଅଫିସର୍ ଝିଅ। ଖାପ ଖୁଆଇ ଚଳି ଶିଖିନି। ଉଗ୍ର ଆଧୁନିକ
ବେଶ ପରିପାଟୀରେ ବଡ଼ଲୋକିଆର ଗନ୍ଧ ବାରି ହୋଇଯାଏ...।
ଅଗାଧ ସମ୍ପତ୍ତିର ମାଲିକ। ଗର୍ବରେ ଫାଟିପଡ଼ନ୍ତି ସୀମା ଦେବୀ। ସୁନ୍ଦରୀ ସୁଶିକ୍ଷିତା,
ହେଲେ ଓଡ଼ିଆ ଘରର ବୋହୂ ପରି ନୁହେଁ। ତାଙ୍କର ବ୍ୟବହାର ବହୁତ କଷ୍ଟ ଦିଏ।
ତଥାପି ହସିହସି କୁହେ ଦୀପକ। ହେଉ କିଛି ଗୋଟାଏ ବ୍ୟବସ୍ଥା କରିବା...।
ସୀମାର ଇଚ୍ଛା ନୁହେଁ ଯେ ଶାଶୁ ଘରେ ରୁହନ୍ତୁ ବୋଲି। କ’ଣ କରିବା, ମା’ ତ
ଅଳ୍ପଦିନର କୁଣିଆ।
ଅପରାହ୍ନର ସୂର୍ଯ୍ୟଟା ପାଖେଇ ଆସିଲାଣି। ବୁଡ଼ିଯିବାର ବେଳ। ବୁଡ଼ିଯିବ ଆଉ
ଟିକେ ପରେ... ସବୁ ଦିନେ ତ ଏଇ ପନôୀ ପାଖେ ଚଳିବାକୁ ହେବ।
ସତରେ କ’ଣ ମା’କୁ ନେଇ ସେ ଛାଡ଼ିଦେବ ବୃଦ୍ଧାଶ୍ରମରେ? ଯେଉଁ ମା’ ତା’
ପାଇଁ ତ୍ୟାଗର ମୂ•ର୍ିମନ୍ତ ପ୍ରତୀକ। ଦେବୀଟିଏ ସେ ଯାହାର ଖର ନିଃଶ୍ୱାସରେ ଏ ସୁନା
ସଂସାର ଜଳିଯିବ। ଠିକ୍ ବୁଝିପାରୁଛି ଦୀପକ।
ସୀମାର ଡାକରେ ହଠାତ୍ ପ୍ରକୃତିସ୍ଥ ହେଲା ଦୀପକ।
: ଯାଅ ତୁମ ମା’ଙ୍କର ବ୍ୟାଗ୍ ସଜାଡ଼ିଦିଅ। ନେଇ ଛାଡ଼ିଦେଇ ଆସ। ମୁଁ
ସହିପାରୁନି ଆଉ... ସେବା କରିପାରିବିନି।
ଶାଶୁ ସବୁ ଲକ୍ଷ୍ୟ କରୁଥାଆନ୍ତି। କିଛି ଗୋଟାଏ ଘଟଣା ଘଟିବ।
ଜୀଅନ୍ତା ଶବ ସେ ପାଲଟି ଯାଇଛନ୍ତି। ହାରିଯାଇଛନ୍ତି ଜୀବନ ସଂଗ୍ରାମରେ।
ସ୍ୱାମୀକୁ ହରାଇ ସାରିଛନ୍ତି କେବେଠୁ। ଝିଅମାନେ ପରଘରେ। ପୁଅମାନେ ରଖିବାକୁ
ରାଜି ନୁହଁନ୍ତି। କିଏ କାହାର ଏଠି? ସବୁ ସ୍ୱାର୍ଥର ଗୋଲାମ। ମା’ ମା’ ହୋଇ ଯେଉଁ
ପିଲା ଛୋଟ ବେଳେ ଗୋଡ଼ାଉଥିଲେ, ଯାହାଙ୍କ ପାଇଁ ଏଇ ପଣତ ଲମ୍ବା ଥିଲା। ଆଜି
ସେଇ ପୁଅ ଘରେ ତା’ର ତାଙ୍କର ଜାଗା ନାହିଁ। ମନର କୋହକୁ ଛାତିରେ ଧରି
ଅଭିନୟ କଲେ ମା’।
୩୮ ମୁଠାଏ ସ୍ୱପ୍ନ
“ଆରେ ବାପା କୁଆଡ଼େ ଯିବୁ କି?”
“ହଁ ହଁ, ମା’ ଚାଲେ ବୁଲି ଆସିବୁ ଟିକେ। ତୋତେ ଭଲ ଲାଗୁନଥିବ ବୋଧେ।”
“ହେଉ ବାବା ଯିବା। ମୁଁ ଟିକେ ଆସୁଛି ଘର ଭିତରୁ।”
ଭିତରେ ଯାଇ ସ୍ୱାମୀଙ୍କ ଫଟୋକୁ ନମସ୍କାର ହେଲେ। କହିଲେ- ଜାଣିଲ ଆମ
ପିଲାଙ୍କ ଘର ଖୁବ୍ ଛୋଟ। ମୋର ରହିବାକୁ ସ୍ଥାନ ନାହିଁ। ମୁଁ ଯାଉଛି।
ବାସ୍ ବୋହୂ ଖୁସି କହିଲେ ନ ସରେ। ବୁଢ଼ୀ ଆଜି ଗଲାନି ଯେ ଗୋଟିଏ କଣ୍ଟା
ରାସ୍ତାରୁ ଗଲା। ପୁଅ ଗାଡ଼ି ନେଇ ପହଞ୍ଚିଗଲା ବୃଦ୍ଧାଶ୍ରମରେ। ମା'ର ହାତ ଧରି
ଓହ୍ଲାଇଦେଲା ଗାଡ଼ିରୁ। କହିଲା- ମା’ ତୁ ଆଜିଠୁ ଏଇଠି ରହିବୁ। ମୋତେ କ୍ଷମା
କରିଦେବୁ ମା’।
ମା’ ହତବାକ ହୋଇଗଲା ସତରେ। ପୁଅ ତାଠୁ ଦୂରେଇଯିବ। ସେ ଆଉ ତା’
ନୟନ ପିତୁଳାକୁ ଦେଖି ପାରିବନି। ଭୋ ଭୋ ହୋଇ କାନ୍ଦି ଉଠିଲା। କହିଲା-
ଆରେ ପୁଅ! ମୁଁ ତ କେବେଠୁ ମରି ସାରିଛି। ଜଳିଯାଇଛି ସଂସାର ଜୁଇରେ। ଜୀଅନ୍ତା
ଶବଟିଏ ମୁଁ। ମୋତେ କ’ଣ ଆଉ ମାରୁଛୁ ରେ।
ମା’ ପୁଅକୁ କୋଳେଇନେଲା। କହିଲା- ମୁଁ ତୋ’ ପାଇଁ ଆଜିଯାଏ ବଞ୍ଚିଥିଲି
ଜୀଅନ୍ତା ଶବଟିଏ ହୋଇ...। ଆଉ କ'ଣ ପାଇଁ ବଞ୍ଚିବି। ଦେ ବାପା ଟିକେ ପାଣି
ପିଇବି।
ପୁଅ ପାଣି ଟୋପେ ପେଇଦେଲା ପରେ ମା’ ଧୀରେଧୀରେ ଆଖି ବୁଜିଦେଲା...।
ପୁଅର ମା’ ମା’ ଡାକ ଆଉ ଶୁଭିଲାନି ମା’କୁ...
ପୁଅ ଚାହିଁଲା ଶୂନ୍ୟ ଆକାଶକୁ... ଶୁଣୁଥାଏ ଜୀଅନ୍ତା ଶବ କ’ଣ ମରିପାରେ...
ତୋ’ ହୃଦୟରେ ହାତ ମାରି ଦେ, ଦେଖିବୁ ସେଇଠି ଅଛି ତୋ’ ମା’...
ବାର୍ଦ୍ଧକ୍ୟ ସମୟରେ କେବେହେଲେ ବାପା ମା’ଙ୍କୁ କଷ୍ଟ ଦେବା ଉଚିତ ନୁହେଁ।
ସେଇ ପରା ଆମକୁ ଦୁନିଆ ଦେଖାଇଲେ... ମରି ମରି ବଞ୍ଚନ୍ତି ତାଙ୍କ ସଂସାର ପାଇଁ
କେତେ ଦୁଃଖ ଯନ୍ତ୍ରଣା ସହି... ପୁଅ କାନ୍ଦରେ ହୃଦୟ ଫାଟି ଯାଉଥାଏ।
ଆଜି ସେ ବି ଜୀଅନ୍ତା ଶବଟିଏ। ସବୁ ଦେଖୁଛି କିଛି କରିପାରୁନି... କରିବାର
ସାମର୍ଥ୍ୟ ହରାଇସାରିଛି କେବେଠୁ।
ମୁଠାଏ ସ୍ୱପ୍ନ ୩୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ