ଅଧ୍ୟାୟ ୧୨ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
କପଟପଶାର ପରାଭବ ତୁମେ ଭୋଗିବ ଦୁର୍ଯେ୍ୟାଧନ! ଏକ ବସ୍ତ୍ରାବୃତା ନାରୀକୁ
ସଭାସ୍ଥଳରେ ଉଲଗ୍ନ କରିବାର ଅପଚେଷ୍ଟା ଜାଳିପୋଡ଼ି ଛାରଖାର କରିଦେବ ଏଇ
କୁରୁବଂଶକୁ। ନାରୀ ଆଖିର ନିଆଁରେ ତୁମେ ଜଳିପୋଡ଼ି ଭଷ୍ମ ହୋଇଯିବ
ଦୁର୍ଯେ୍ୟାଧନ...!
ଏତେ କାକୁତି ମିନତି ହେବା ପରେ ବି ତୁମେ ନେଇଛ ଦୁଃସାହସିକ
ପଦକ୍ଷେପ।
ମୁଁ ଯାଜ୍ଞସେନୀ ଯଜ୍ଞକୁ ଉତ୍ପତ୍ତି। ଜନ୍ମରୁ ମୁଁ ଭୋଗୁଛି ନିର୍ଯାତନା। ପିପାସା ରହିଗଲା
ମନେ କର୍ଣ୍ଣକୁ ସୂତପୁତ୍ର କହି କରାଗଲା ଉପେକ୍ଷା। ସ୍ୱୟଂବରରୁ ହୃଦୟର କେଉଁ
ନିଭୃତକୋଣରେ ରହିଗଲା ପ୍ରେମ ଲୁଚିଛପି।
ବାଣ୍ଟି ହେଲି ପାଞ୍ଚ ଭାଗରେ ମୁଁ ପାଞ୍ଚାଳୀ ରାଜକନ୍ୟା।
ନାରୀ ହେଲେ ବି କୁନ୍ତୀଙ୍କର ନିଷ୍ଠୁର ନିଷ୍ପତ୍ତି ପାଖରେ ମୁଁ ହାରିଥିଲି ବାସୁଦେବ!
ଗୋଟିଏ ସପନକୁ ମୁଁ ପାଞ୍ଚଭାଗ କରିଦେଲି। ମୋର ରକ୍ତମାଂସର ଶରୀରକୁ
ପାଞ୍ଚ ଭାଇ ଭିତରେ ବାଣ୍ଟିଦେଲି। ପାଞ୍ଚ ଜଣଙ୍କର ଶଯ୍ୟାଶାୟୀ ହୋଇଗଲି। ତଥାପି
ପବିତ୍ର ମୁଁ... ପାଞ୍ଚାଳୀ ମୋର ଦେହକୁ ଥରକେ ଧୋଇଦିଏ ପବିତ୍ର ଗଙ୍ଗାରେ। ମୋ’
ମନକୁ ବୁଡ଼ ଦିଏ ଶହେ ଥର ପବିତ୍ର ଗଙ୍ଗାରେ। ତନୁ ମନକୁ ପବିତ୍ର କରେ ଗୋଟିଏ
ମୁଠାଏ ସ୍ୱପ୍ନ ୪୭
ଗୋଟିଏ ସ୍ୱାମୀ ପାଖରେ...। ପତିମାନଙ୍କ ସହ ବନଗାମିନୀ ହୋଇ ଅଜ୍ଞାତବାସ କଲି
ନିଜ ମାତୃଗୃହରେ। ରାଜବଧୂ ହୋଇ ପୁଣି ହେଲି ହୀନିମାନି।
ଦୁଃଖ ମୋର କେଉଁଠି ଜାଣିଛ ବାସୁଦେବ!
ତୁମେ ମୋତେ ଜନ୍ମ ଦେଲ କରିବାକୁ ସୃଷ୍ଟି ମହାଭାରତ ଯୁଦ୍ଧ। ପୁଣି ଯୁଦ୍ଧରେ ମୁଁ
ହେଲି ଅସ୍ତ୍ର। ବଡ଼ ଦୁଃଖ ହେଲା ମୋର ପତି ଯେଉଁମାନେ ମୋତେ ଭାବିଲେ ଗୋଟିଏ
ଦ୍ରବ୍ୟ, ପଶା ଖେଳରେ ବାଜି ଲଗାଇଦେଲେ ମୋତେ ସଭାସ୍ଥଳରେ। ମୁଁ କ’ଣ
କାହା ହାତର ଖେଳନା।
ତୁମ ଅନବଦ୍ୟ ସୃଷ୍ଟି ମୁଁ ନାରୀଟିଏ। ତୁମେ ଗଢ଼ିଲ ସୁନ୍ଦରୀ ନାରୀ କରି। ମୋ’
ପାଇଁ ହଜାଇ ଦେଲ କେତେ ରାଜକୁମାର ଆଖିର ନିଦ। ଶେଷରେ ସ୍ୱୟଂବରରୁ
ମୋତେ ଜିତିଲେ ଅର୍ଜୁନ। ତଥାପି ମୁଁ ହେଲି ପାଞ୍ଚ ପତିର ପତ୍ନୀ।
ମନ ମୋର ନାହିଁ। ମୁଁ ମୋର ନୁହେଁ, ମୁଁ ପାଞ୍ଚ ଜଣଙ୍କର ଉପଭୋଗ୍ୟ ବସ୍ତୁ
ପାଲଟିଗଲି। ଜାଣିଛ! ମୁଁ ମନକୁ ପାଷାଣ କରିଦେଲି। ସମାଜରେ ଲୋକଲଜ୍ଜା ପାଇଲି।
ତଥାପି ଧୈର୍ଯ୍ୟର ବାଲିବନ୍ଧ ଦେଇ ବାଟ ଚାଲିଲି।
ଭାଙ୍ଗିଗଲି ସେଇଦିନ, ଯେଉଁଦିନ ଦୁଃଶାସନ କଲା ମୋର ବସ୍ତ୍ରହରଣ ସଭା
ମଧ୍ୟରେ। ଘୋଷାରି ଘୋଷାରି ଚୁଟି ଧରି ଆଣିଲା ମୋତେ ରାଜସଭାକୁ। ଲହୁଲୁହାଣରେ
ଭିଜିଗଲା ସଭା। ମୋ’ ଲୁହରେ ଭାସିଗଲା ମୋର ମାନ ମହତ। କାନ୍ଥ ପଥର ପରି
ନିର୍ଜୀବ ଥିଲା ରାଜ ରାଜସଭା। ଦୁଃଖରେ ଭାଙ୍ଗି ପଡ଼ିଲା ହୃଦୟର କାନ୍ଥ।
ଆଖିରେ ଲୁହର ସାଗର। ଧୈର୍ଯ୍ୟଚୁ୍ୟତ ହେଲା ମନର।
ସବୁଠୁ ଆଶ୍ଚର୍ଯ୍ୟ ହେଉଥିଲି ଦେଖି ପ୍ରିୟଜନଙ୍କୁ।
ପିତାମହ ଭୀଷ୍ମ ଥିଲେ ନୀରବ ପଥର ପରି ନୀରବ ନିସ୍ପନ୍ଦ। ଧ୍ରୁତରାଷ୍ଟ୍ର ଗାନ୍ଧାରୀ
ଥିଲେ ସେଦିନ ଅନ୍ଧ ମୂକ ଆଉ ବଧିର।
କର୍ଣ୍ଣର ଅଟ୍ଟହାସ୍ୟ ମୋତେ ଶତ ଶରବିଦ୍ଧ କରୁଥିଲା।
ଦୁର୍ଯେ୍ୟାଧନର ପିପାସା ଆଖି ମୋର ଯୌବନକୁ ଭପଭୋଗ କରିବାକୁ ବ୍ୟସ୍ତ
ହୋଇଉଠୁଥିଲା।
ହେ ପ୍ରଭୁ, ଏଇ କ’ଣ ତୁମେ ଦେବା ଜୀବନ?
ଏତେ ସୁନ୍ଦର କରି ଗଢ଼ିଥିବା ଜୀବନରେ ଏତେ ଦୁଃଖର ଗାର ଦେଇଥିଲ
କପାଳରେ। ଘରର କୂଳବଧୁ ଆଜି ଲଜ୍ଜା ଅପମାନରେ ଆତୁର କ୍ରନ୍ଦନ କରୁଛି।
ଦେଖୁଛନ୍ତି ପତିମାନେ ମୁଖ ତଳକୁ କରି। ସେମାନେ ହରାଇବା ଶିଖିଛନ୍ତି, ହେଲେ
ଆଣିବା ଶିଖିନାହାନ୍ତି। ବାଜି ମାରି ଶିଖିଛନ୍ତି, ହେଲେ ବାଜି ଜିତିବା ଶିଖିନାହାନ୍ତି।
୪୮ ମୁଠାଏ ସ୍ୱପ୍ନ
ପତିର ସଂଜ୍ଞା କ’ଣ ପ୍ରଭୁ! ପନôୀକୁ ଯିଏ ସୁରକ୍ଷା ଦିଏ, ସେ ପତି। ପତିର ବାହୁଛାୟା
ତଳେ ପନôୀ ନିଜକୁ ସୁରକ୍ଷିତ ମଣେ। ପତିର ଛାତିରେ ସେ ଶାନ୍ତି ଆଶ୍ୱସ୍ତି ଲାଭ
କରେ। ପତି ପାଖରେ ସେ ତା'ର ଅଧିକାର ଦାବି କରେ।
ତା'ର ରୂପ ଲାବଣ୍ୟକୁ ସେ ସମର୍ପି ଦିଏ ଅଯାଚିତ ଭାବେ ପତି ପାଖରେ।
କାହିଁକି ନା ସେ ପତିଙ୍କୁ ତା'ର ସର୍ବସ୍ୱ ଭାବେ। ତା'ର ବଳୟ କେବଳ ତା'ର ପତି;
କିନ୍ତୁ ଏଠି କ’ଣ ପ୍ରଭୁ ବ୍ୟତିକ୍ରମ?
ନିଜ ମନର ଖୁସି ପାଇଁ ପତି ପଶା ଖେଳି ପନôୀଙ୍କୁ ବାଜି ଲଗାଇପାରନ୍ତି। ପୁଣି
ପନôୀର ଇଜ୍ଜତ ନିଲାମ ବେଳେ ପତି ନୀରବଦ୍ରଷ୍ଟା। କୁଆଡ଼େ ଗଲା ଗାଣ୍ଡିବ? କୁଆଡ଼େ
ଗଲା ଧନୁ? କାହିଁ ଗଦା କାହିଁ ପାଞ୍ଚ ପତିର ଅସ୍ତ୍ରଶସ୍ତ୍ର? ଆଜି କ’ଣ ଶକ୍ତିହୀନ
ସେମାନେ? ଏଇ କ’ଣ ପତିର ସୁରକ୍ଷା ବଳୟ?
କେମିତି କେମିତି କରିବି ପ୍ରଭୁ ଏଠି ବିଶ୍ୱାସ କାହିଁକି ଆଉ କାହାକୁ? ଯେଉଁଠି
ମୁଁ ଏକା ଆଜି ନିଜକୁ ନିଜେ ବଞ୍ଚାଇବାକୁ ଚେଷ୍ଟା କରୁଛି। ସଂଗ୍ରାମ କରୁଛି ଜୀବନ
ସହ। ଏଠି ତ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ ବିଶ୍ୱାସ।
ଏଠି ଭରସା ତ ଭାସିଯାଏ ଲୁହର ସାଗରରେ ସୁନାମିର ରୂପ ନେଇ। ଏଠି ତ
କ୍ଷଣକେ ହଜିଯିବ ନାରୀର ସର୍ବସ୍ୱ। ତା'ର ସ୍ୱାଭିମାନ। ନାରୀର କ’ଣ ମାନ ସନମାନ
କିଛି ନାହିଁ। ସେ କ’ଣ ଯୁଗେ ଯୁଗେ ଖେଳଣା। ମନ ଇଚ୍ଛା ଖେଳନ୍ତି ମନ ଭାଙ୍ଗିଗଲେ
ଫିଙ୍ଗି ଦିଅନ୍ତି ଡଷ୍ଟବିନ୍ରେ ଅଦରକାରୀ ଭାବି।
ପୁରୁଷ ଭୁଲିଯାଏ କେମିତି ନାରୀ ସୃଷ୍ଟିକର୍ତ୍ତା ସର୍ବଂସହା ଧରିତ୍ରୀ ପରି ସହନଶୀଳ।
ଆକାଶ ପରି ବିଶାଳ ହୃଦୟ। ସ୍ନେହ ମମତାର ଫଲ୍ଗୁଧାରା। ପବିତ୍ର ଗଙ୍ଗା ସେ
ସଂସାରରେ। ତା'ର ପବିତ୍ରତା ପାଇଁ ଧୋଇଯାଏ ପାପ ସଂସାରରୁ। ସକାଳ ଧୂପରେ
ସଞ୍ଜ ଦୀପରେ ସେ ମନାସିଥାଏ ଜଗତର ମଙ୍ଗଳ। ଦୀପର ସଳିତା ପରି ଜଳି ଜଳି
ଆଲୋକ ଦିଏ ସଂସାରକୁ, ନିଜେ ଅନ୍ଧାରରେ ରହି।
ସେଇ ନାରୀ ଆଖିର ନିଆଁରେ ଜଳି ପୋଡ଼ି ଛାରଖାର ହୋଇଥାଏ ସଂସାର,
ଯେତେବେଳେ ନାରୀ ହୁଏ ନାରାୟଣୀ। ତ୍ରିଶୂଳରେ ବଦ୍ଧ କରେ ପାପୀକୁ।
ଏ କେଶ ଖୋଲା ରହିବ ସେଇ ଯାଏ ଯେଉଁ ଦିନ ବାନ୍ଧିବ ସେଦିନ ଦୁଃଶାସନର
ରକ୍ତରେ ତର୍ପଣ କଲା ପରେ। ଦିଅ ଏହି ସାହସ ରଖ ପାଞ୍ଚାଳୀର ମାନ କୁରୁସଭା
ତଳେ।
ତା'ର ସୃଷ୍ଟି କ’ଣ ଅକାରଣ ପ୍ରଭୁ। ତୁମ ସୃଷ୍ଟି ବଞ୍ଚାଇବା ପାଇଁ କେବଳ ସୃଷ୍ଟି
କଲ ନାରୀ। ବହୁତ କଷ୍ଟ ଲାଗେ ଏ ଜୀବନ ହେ ସଖା ମୋର...!
ମୁଠାଏ ସ୍ୱପ୍ନ ୪୯
ମୁଠାଏ ସ୍ୱପ୍ନ ୪୯
ଦେଖ ତୁମ ଆଗରେ କେମିତି ବଳି ପଡ଼େ ନାରୀଟିଏ।
କେତେ ସହିବ ନାରୀଟିଏ? ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା ପ୍ରଭୁ।
ଆଉ ପାରୁନି ସଖା ଶ୍ରୀକୃଷ୍ଣ।
ହେ କୃଷ୍ଣ, କୃଷ୍ଣାର ଦୁଃଖ ହର ପ୍ରଭୁ।
ବନ୍ଧୁ ପନôୀର ମାନ ରଖ ପ୍ରଭୁ।
ସବୁଠି ନିରାଶ ହେଲା ପରେ ଦୁଇ ହାତ ଟେକିଦେଲି ପ୍ରଭୁ, ଏ ଇଜ୍ଜତ ତୁମର....
ଯାହା ତୁମ ଇଚ୍ଛା..
ହୃଦୟର କୋହ ଲୁହର ସାଗର ହୋଇ ଆଖି ପଣା ଦେଇ ଦୁଇ ହାତ ଟେକି
ଦେଲେ ଦ୍ରୁପଦର କନ୍ୟା ଦ୍ରୌପଦୀ।
କୋଟି ବସ୍ତ୍ର ଦେଲ ପ୍ରଭୁ ଲଜ୍ଜା ନିବାରଣ କଲ।
ଯୁଗେ ଯୁଗେ ନାରୀର ଲଜ୍ଜା ରଖ ପ୍ରଭୁ!
ଜୟ ଶ୍ରୀ କୃଷ୍ଣ।
୫୦ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ