ଅଧ୍ୟାୟ ୧୩ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଏକୁଟିଆ ଘରେ ବସି ବସି ମନଟା ବିରକ୍ତ ହୋଇଯାଏ। ସୁନିତା ଦେବୀ ପଦାକୁ
ଟିକେ ବାହାରି ଆସିଲେ ଚାରିକାନ୍ଥର ସେ ଉଆସରୁ। ଶଙ୍ଖ ମଲମଲ ଘର ଚିକ୍କଣ
ଚଟାଣ। ଶୀତତାପ ନିୟନ୍ତ୍ରିତ ଘର। ଏ ଘର କାହିଁକି କଷ୍ଟ ଦିଏ ସୁନୀତା ଦେବୀଙ୍କୁ।
ବାହାର ଗଛପତ୍ର, ଶୂନ୍ୟ ଆକାଶ, ରଙ୍ଗ ବେରଙ୍ଗର ଫୁଲ, ପକ୍ଷୀଙ୍କ କିଚିରିମିଚିର
ଶବ୍ଦ ତାଙ୍କୁ ଭଲ ଲାଗେ। ଶାନ୍ତି ଲାଗେ ମନକୁ। କିନ୍ତୁ କାହିଁକି ଭଲ ଲାଗେନା ଏ
ଚାକଚକ୍ୟ ଘରଟା। କାହିଁକି ଖାଇଯାଏ ମନକୁ ତାଙ୍କର ଏଇ ନୀରବତା।
ଜୀବନର ଅପରାହ୍ନରେ ତର୍ଜମା କରନ୍ତି ନିଜକୁ... ଦିନେ ହସି ଉଠୁଥିଲା ସଂସାର,
ଫୁଲି ଉଠୁଥିଲା ଛାତି। ଯୌବନର ଉଦ୍ଦାମତାରେ ଜୀବନ ଥିଲା ଖୁବ୍ ସୁନ୍ଦର। ସତେ
ସେ ରଙ୍ଗିନ ପ୍ରଜାପତି ଏ ଡାଳରୁ ସେ ଡାଳ ଉଡ଼ିଲା ପରି ସେ ଘୂରି ବୁଲୁଥିଲେ।
ସ୍ୱପ୍ନରେ ଖୁବ୍ ବିଭୋର ଥିଲେ। ସ୍ୱର୍ଗର ନନ୍ଦନକାନନ ପାରିଜାତ ଫୁଲ ସତେ ତାଙ୍କ
ହାତ ମୁଠାରେ ଜୀବନ ଥିଲା ଖୁବ୍ ମିଠା।
ସମୟର ଉଜାଣି ସୁଅରେ ଭାସିଯାଏ ଜୀବନ। କେବେ ସୁଖ ତ କେବେ ଦୁଃଖ
କେବେ ହସ ତ କେବେ ଲୁହ। ଏଠି ସମୟ ସବୁକୁ ସମାନ ସମ୍ମାନ ଦିଏ। ହେଉ
ସେ ଧନୀ ଅବା ଗରିବ। ହେଉ ସୁନ୍ଦର କି ଅସୁନ୍ଦର।
ସୁନୀତା ଦେବୀଙ୍କ ପାଖରେ ଅଲଗା ହେବ କେମିତି?
ମୁଠାଏ ସ୍ୱପ୍ନ ୫୧
ସମୟଟା ବଦଳିଗଲା। ପତ୍ରଝଡ଼ା ଦେଲା ସବୁଜ ଗଛ। ବସନ୍ତ ଫେରିଲା ମୁହଁ
ମୋଡ଼ି ତାଙ୍କ ପାଖରୁ। ଶୂନ୍ୟତା ଭରିଗଲା ପୂର୍ଣ୍ଣତା ଥିବା ଜୀବନରେ। ଫିକା ଫିକା
ଲାଗିଲା ଫୁଲବନ। ରାତି ହେଲା ଆହୁରି ଅନ୍ଧକାର। ହାଇ ମାରୁଥିଲା ସମୟଟା।
ଅଳସ ଭରିଗଲା ଚୁଲ୍ବୁଲ ମନରେ...।
କାହିଁକି କେମିତି ବଦଳିଗଲା ସମୟଟା ଏତେ ଶୀଘ୍ର?
ଚାରିଆଡ଼େ ଆଖି ବୁଲାଇ ଆଣିଲେ ଥରେ ସୁନୀତାଦେବୀ। ସବୁ ସେମିତି ଅଛି,
ହେଲେ ବଦଳିଗଲା ଜୀବନ। ବଦଳିଗଲା ସମୟ...। ସେମିତି ଠିଆ ହୋଇଛି ବରଗଛ
କେଉଁ ଶହେ ବରଷ ଆଗରୁ। ଓହଳି ଲାଗିଯାଇଛି ମାଟିକୁ। କେତେ ପକ୍ଷୀ ବସା
କରିଛନ୍ତି ସେ ଗଛରେ।
ଫଡ଼ ଫଡ଼ ଶବ୍ଦରେ ନୀରବତା ଭାଙ୍ଗିଗଲା ତାଙ୍କର।
ଦେଖିଲେ ଦୁଇଟି ପକ୍ଷୀ ଥଣ୍ଟକୁ ଥଣ୍ଟ ଘସି କେତେ ଆନନ୍ଦରେ ବସିଛନ୍ତି। ବସାରେ
ଶାବକ ଦୁଇଟି। ଟିକି ଟିକି ଶାବକଙ୍କୁ ମିଶି ଖାଦ୍ୟ ଦେଉଛନ୍ତି।
ଆଉ ଗୋଟେ ବସାରେ ଶାବକ ଖଣ୍ଡିଉଡ଼ା ଦେଉଛନ୍ତି।
ମା’ ପକ୍ଷୀଟିଏ ଦେଖି ଆତ୍ମ ବିଭୋର ହେଉଛି। ଆଉ ଗୋଟିଏ ବସାରୁ ପକ୍ଷୀ
ବଡ଼ ହୋଇ ଉଡ଼ି ଯାଉଛନ୍ତି ଦୂରକୁ। ଆଖି ପାଉନାହିଁ ବହୁ ଦୂରକୁ। ମା’ ପକ୍ଷୀଟି
ଚାହିଁଛି ଦୂର ଆକାଶକୁ। ଚାହିଁଛି ଏକ ଲୟରେ ତା’ ରାସ୍ତାକୁ।
ସୁନୀତାଦେବୀ ପ୍ରକୃତିସ୍ଥ ହେଲେ। ଏଇତ ଜୀବନ। ଏଠି ସମୟକ୍ରମେ ସବୁ
ଫେରିଥାଆନ୍ତି।
ଏକଲାପଣରେ ମା’ ଅତୀତକୁ ଝୁରିହୁଏ। ସତରେ ଭାରି କଷ୍ଟ ଏଇ ଜୀବନଟା।
ମମତା ବନ୍ଧନ ଅତି କଷ୍ଟ। ମୁକ୍ତି ନାହିଁ ତା'ର ଫାଶରୁ।
ଫାଶି ନ ପାଇ ବି ଏଠି ଶ୍ୱାସରୁଦ୍ଧ ହୋଇଯାଏ। ବଞ୍ଚି ଥାଉ ଥାଉ ମଣିଷ ମରିଯାଏ।
ଜୀଅନ୍ତା ଶବ ପାଲଟିଯାଏ। ତମାମ ଜୀବନ ଖାଲି ବିଳାପ କରି ଚାଲେ। ତା’ ଏକଲା
ଜୀବନର ତର୍ଜମା କରୁଥାଏ କ୍ଷଣ କ୍ଷଣ।
ଜୀବନର ମାନେ ଯନ୍ତ୍ରଣା। ଜଉ ଘରେ ଜଳେ ନିତି ଜୀବନ। ମନ ଭାଙ୍ଗିଯାଏ
ଏଠି କ୍ଷଣ କ୍ଷଣ। ତଥାପି ବଞ୍ଚିବାକୁ ହୁଏ ଜୀବନ ଥିବା ଯାଏ। ସୁନୀତାଦେବୀ ଥରେ
ଆକାଶର ଶୂନ୍ୟତାରୁ ମାପୁଥିଲେ ହୃଦର ଯନ୍ତ୍ରରେ। ଥରେ ନିଜ ହୃଦୟର ଶୂନ୍ୟତାକୁ
ମାପୁଥିଲେ ନିଜ ବିବେକରେ ମାପ ମାନ ଯନ୍ତ୍ରରେ। ବାଲ୍ୟରୁ ଯୌବନ...।
ଯୌବନରୁ ବାର୍ଦ୍ଧକ୍ୟ ସବୁ ଚହଲି ଉଠୁଥିଲା ଝାପ୍ସା ଝାପ୍ସା ଲାଗୁଥିଲା ଆଖିକୁ।
କେତେ ବାଟ ଅତିକ୍ରମ କରି ସାରିଲେଣି ସୁନୀତାଦେବୀ।
୫୨ ମୁଠାଏ ସ୍ୱପ୍ନ
ସୁଖ ଦୁଃଖର ଜୀବନରେ ଛାଇ ଆଲୁଅର ଖେଳ ଖେଳି ଖେଳି ଏବେ ନୀରବରେ
ଦେଖୁଛନ୍ତି ଜୀବନକୁ।
ନିଜ ଆତ୍ମାର ବିଳାପ ଶୁଣୁଛନ୍ତି ନିଜେ। ବିଳପି ଉଠୁଛି ପ୍ରାଣ। ଜୀବନର ଜଟିଳ
ଅଙ୍କ କଷି କଷି ହାଲିଆ ହୋଇଗଲେଣି ସୁନୀତାଦେବୀ। କରୁଣ ସ୍ୱର ହୃଦୟର ଶୁଣି
ଶୁଣି କାତର ଏ ପ୍ରାଣ।
ମନ ତଳେ କେତେ ଯେ ଯନ୍ତ୍ରଣା। ଚାପି ଦିଅନ୍ତି ହୃଦୟରେ। ନୀରବ କୋଠରିରେ
ଏକା ମୂକ ହୋଇ ଯାଆନ୍ତି। ଖାଲି ଶୁଣନ୍ତି ଆତ୍ମାର ବିଳାପ। କୋହ ସବୁ ବରଫ
ପାଲଟି ଯାଏ। ସ୍ଥାଣୁ ପାଲଟି ଯାଆନ୍ତି ସେ... ସତେ ସେ ପାଲଟିଗଲେ କାହାର
ଅଭିଶାପରେ ଅହଲ୍ୟା ପରି ପଥର। କେବେ କାହାର ଛୁଆଁରେ ସେ ହେବେ ନାରୀ।
ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି, ମନ ପୋଡ଼ିଗଲେ ଏକା ଏକା ସେ ନିଆଁରେ
ଜଳିବାକୁ ହୁଏ। ନିଜର ଚିକôାର ନିଜେ ଶୁଣିବାକୁ ହୁଏ। ନିଜ ଆତ୍ମାର ବିଳାପ ନିଜ
ଚାରିପାଖରେ ପ୍ରତିଧ୍ୱନି ସୃଷ୍ଟି କରେ।
ସୁନୀତାଦେବୀ ପ୍ରକୃତିସ୍ଥ ହେଲେ।
ଏଇ ବୋଧେ ଜୀବନ ଏଠି ଏମିତି ହିଁ ସ୍ୱପ୍ନ ସବୁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ।
ଆତ୍ମା ଛଟପଟ ହୋଇ ଖାଲି ବିଳାପ କରୁଥାଏ। ଲୋକ କୁହନ୍ତି ସେ ବୁଢ଼ୀର ମତିଭ୍ରମ
ଘଟିଛି। ବାଃ ରେ ଜୀବନ...।
ମୁଠାଏ ସ୍ୱପ୍ନ ୫୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ