ଅଧ୍ୟାୟ ୧୪ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ସୁନୀତା ଦେବୀ! ଗୃହିଣୀଟିଏ। ଲେଖୁ ଲେଖୁ କେତେ ବେଳେ ହେଲେ କବି ପୁଣି
କବିରୁ ଗାଳ୍ପିକା ହୋଇଗଲେ। ସମୟ ନିଅଣ୍ଟିଆ ଧରେ ତାଙ୍କୁ। ଘର ସଂସାରର ଜଞ୍ଜାଳ
ଭିତରେ ନିମଗ୍ନ ସିଏ ସବୁବେଳେ।
ଗୃହିଣୀ ଜୀବନରେ ସେ ଅସ୍ତବ୍ୟସ୍ତ ହୋଇ ପଡ଼ନ୍ତି।
ସବୁବେଳେ ସେଇ ରୁଟିନ୍ ବନ୍ଧା ଜୀବନ। ଜୀବନଚର୍ଯ୍ୟା ପ୍ରାୟତଃ ଏକପ୍ରକାର।
ଘରଟି ତାଙ୍କ ପାଇଁ ସତେ ସ୍ୱର୍ଗ। ସେଇଠି ତାଙ୍କ ପ୍ରେମର ମନ୍ଦିର। ଟିକି ଦୁନିଆ।
ଭାରି ଖୁସିରେ କାଟି ଦିଅନ୍ତି ଜୀବନ।
ଯୌବନର ଶେଷ ଭାଗ ପରିଣତ ବୟସ।
ତା’ ଭିତରେ ପିଲାମାନେ ମଣିଷ ହୋଇ ନିଜ ନିଜ କର୍ମକ୍ଷେତ୍ରରେ। ସ୍ୱାମୀ
ଅବସର ନେଇ ନାହାନ୍ତି। କର୍ତ୍ତବ୍ୟରେ ବନ୍ଧା ତାଙ୍କ ଜୀବନ।
ସୁନୀତାଦେବୀ ପିଞ୍ଜରା ଆବଦ୍ଧ ଶାରୀଟିଏ ସଦୃଶ।
ଦିନେ ଭାରି ଭଲ ଲାଗୁଥିଲା ତାଙ୍କ ଟିକି ଦୁନିଆ। ହାତ ପାଆନ୍ତାରେ ସତେ
ସ୍ୱର୍ଗର ନନ୍ଦନକାନନ। ପାରିଜାତ ଫୁଲ ମନ ପବନ ଦୋଳି। ଆଃ କେତେ ସୁନ୍ଦର
ସେ ଦୁନିଆ। ଯେଉଁଠି ପ୍ରେମ ଆଉ ମମତାର ମଧୁର ମିଳନ।
ମସ୍ଗୁଲ ଥିଲେ ସୁନୀତା ଦେବୀ। ଯୌବନରେ ରଙ୍ଗର ଫଗୁଣରେ ଉଡୁଥିଲେ
୫୪ ମୁଠାଏ ସ୍ୱପ୍ନ
ହୋଇ ଛିଟ ପ୍ରଜାପତି। ଫଗୁଣ ଛାତିରେ ଆଙ୍କୁଥିଲେ ପ୍ରେମର ଝୋଟି। ଘୂରି ବୁଲୁଥିଲେ
ସାଗରର ବେଳାଭୂମି। ସେଇଠି କାଟୁଥିଲେ ପତି ସହିତ ଅନେକ ସମୟ।
ଟିକି ଟିକି ଶାବକ ଡେଣା ଝାଡ଼ିବା ଶିଖି ନଥିଲେ। ଖଣ୍ଡିଉଡ଼ା ଦେଉଥିଲେ ସେଇ
ସାଗର କୂଳେ। ନୀଳ ଲହରୀକୁ ଛୁଇଁ ଛୁଇଁ କେତେ ଖୁସି ହେଉଥିଲେ ସତେ!
ବାଲିରେ ଗଢୁଥିଲେ ସ୍ୱପ୍ନର ବାଲିଘର। ଲହରୀ ଭାଙ୍ଗିଦେଲେ କାନ୍ଦି ଉଠୁଥିଲେ
ପିଲାମାନେ।
ସୁନୀତାଦେବୀ ହସି ହସି ବୁଝାଇ ଦେଉଥିଲେ- ଏ ଲହରୀ ପରା ଭାଙ୍ଗିଦିଏ
ଏମିତି ହାତଗଢ଼ା ସୁନାର ଘର। ତୁମେ ବ୍ୟସ୍ତ ହୁଅନି, ମୁଁ ପୁଣି ଗଢ଼ିଦେବି ଯେ।
ନିର୍ମାଣ କଳା କୌଶଳର ବିନ୍ଧାଣୀ ସତେ ସୁନୀତାଦେବୀ।
ହସଖୁସିର ଦୁନିଆ। ଭାରି ସୁନ୍ଦର। ସରଳ ଜୀବନ ପ୍ରଣାଳୀ। ଧନ୍ୟବାଦ ଦିଅନ୍ତି
ସୁନୀତାଦେବୀ, “ଧନ୍ୟ ଭଗବାନ, ଧନ୍ୟ ତୁମର ସୃଷ୍ଟି। କେତେ ସୁନ୍ଦର ଭାବେ
ଗଢ଼ିଛ ମଣିଷର ଜୀବନ।”
ଆଜି କିନ୍ତୁ ସେ ସମୟ ଅତିକ୍ରାନ୍ତ। ସୂର୍ଯ୍ୟ ମୁଣ୍ଡ ଉପର ଦେଇ ଅସ୍ତଗାମୀ। ସମୟର
ଉଜାଣି ସୁଅରେ ସେ ଆଜି ଭାସମାନ ପତ୍ରଟିଏ।
ସୁନୀତାଦେବୀ ଦେଖୁଛନ୍ତି ତାଙ୍କ ବଗିଚାରେ ତାଙ୍କ ହାତଲଗା ଗୋଲାପ ଗଛ
କେବେଠାରୁ ଶୁଖିଗଲାଣି। ତାଙ୍କ ଘରର ମମତା ଝର ଧୀରେଧୀରେ ଶୁଖି ଆସିଲାଣି।
ଆଇନାକୁ ଚାହିଁ ଚମକି ପଡ଼ିଲେ ସୁନୀତାଦେବୀ।
ଏ କ’ଣ ସେଇ ରୂପ! ଯାହାକୁ ସେ ସଯତ୍ନେ ସାଇତି ରଖିଥିଲେ। ଧୀରେଧୀରେ
ମଉଳି ଆସିଲାଣି ଯୌବନର ଫୁଲବନ। ଝାଉଁଳି ପଡ଼ିଲାଣି ସେଇ ସୁନ୍ଦର ମୁହଁ। ଚର୍ମ
ସବୁ ଓହଳି ଆସିଲେଣି।
ସମୟ ଚେତାଇ ଦେଉଛି ଢେର୍ ବାଟ ଆସିଲଣି ସୁନୀତାଦେବୀ। ତୁମେ ଆଉ
ସେ ହୋଇନାହଁ। ଏ ଘର ଅଛି, ହେଲେ ବଦଳି ଗଲାଣି ତୁମର ଦୁନିଆ। ବଦଳି
ଗଲାଣି ତୁମ ହାତଗଢ଼ା ସଂସାର। ତୁମେ ବି ବଦଳିଗଲଣି। କାହିଁ ସେ ଜୀବନ,
ଯାହାକୁ ନେଇ ଅହଂ ଭାବ ଆସୁଥିଲା। ସେ ରୂପ, ସେ ବ୍ୟାଙ୍କ ବାଲାନ୍ସ, ସେ
ସମୟ...।
ସବୁ ବଦଳି ଯାଇଛି। ତୁମେ ଏବେ ଥୁଣ୍ଟା ବରଗଛ। ପତ୍ରର ସବୁଜିମା ଆଉ
ନାହିଁ। ଏ ଘର ଅଛି, ହେଲେ ତୁମେ ଏବେ ଏକା...।
ଆଜି ଭାରି ଛଟପଟ ଲାଗୁଛି ଏଇ କ୍ୱାର୍ଟର ଲାଇଫ୍। ନୀରବତା କଷ୍ଟ ଦେଉଛି।
ପିଲାମାନେ ବହୁଦୂରେ। ଜୀବନ ଅନେକ ଶିକ୍ଷା ଦେଇ ସାରିଲାଣି ତୁମକୁ। ଏବେ
ମୁଠାଏ ସ୍ୱପ୍ନ ୫୫
ମୁଠାଏ ସ୍ୱପ୍ନ ୫୫
ତୁମେ ଏଇ କ୍ୱାର୍ଟର ଲାଇଫ୍କୁ ଆଦରି ନେବାକୁ ପଡ଼ିବ।
ଏ ନୀରବତା ତୁମକୁ ଦେଇଛି ବଞ୍ଚିବାର ସାହାରା।
ଏ ନୀରବତା ଦେଇଛି ଜୀବନ ଶିକ୍ଷା। ଏ କ୍ୱାର୍ଟର ଲାଇଫ ଦେଇଛି ତୁମକୁ
ଲେଖନୀ। କବିଟିଏ କରିଦେଲା। ଭାବ ବିହ୍ୱଳ ହୋଇ ଲେଖିଯାଅ କବି ମନର କଥା
ଗୋଟି ଗୋଟି କରି କବିତା ଆଉ ଗପରେ।
ଏଠି କେହି କାହାର ନୁହେଁ। କେହି ସବୁ ଦିନ ହାତଧରି ବାଟ ଚାଲିବେନି।
ହୁଏତ କିଏ କେତେବେଳେ ହାତ ଛାଡ଼ିଦେବ।
ସେଇ ଘର ଅଛି ସୁନୀତାଦେବୀ ଅଛନ୍ତି, ଲେଖୁଛନ୍ତି ତାଙ୍କ ଅଧୁରା କାହାଣୀ।
କରୁଛନ୍ତି ହିସାବ ତାଙ୍କ ହାରିବା ଜିତିବାର। ତର୍ଜମା କରୁଛନ୍ତି ତାଙ୍କ ଭୁଲ୍ ଠିକ୍ର।
ଗାଉଛନ୍ତି ଜୀବନ ସଙ୍ଗୀତ ଗୁଣୁଗୁଣୁ ହୋଇ। ଆଖି ବୁଜି ମନେ ପକାନ୍ତି ସେଇ ସୁନ୍ଦର
ଅତୀତକୁ। ଏକୁଟିଆ ଭିତରେ ସେ ଶୁଣୁଛନ୍ତି କ୍ୱାର୍ଟରରେ କାହାର ପ୍ରତିଧ୍ୱନି। ଲୋକ
କହୁଛନ୍ତି, ସୁନୀତାଦେବୀ ଭାରସାମ୍ୟ ହରାଇ ବସିଛନ୍ତି।
କିନ୍ତୁ ନା। ସୁନୀତାଦେବୀ ଏହି କ୍ୱାର୍ଟର ଲାଇଫ୍ରେ ଅନେକ ଶିକ୍ଷା ପାଇଛନ୍ତି।
ସାରସ୍ୱତ ସାଧନାରେ ବ୍ରତୀ ହୋଇଛନ୍ତି। ଭଗବାନଙ୍କ ସତ୍ତା ଅନୁଭବ କରିଛନ୍ତି।
ଏଇଠି ଅନେକ କିଛି ସେ ବୁଝି ସାରିଛନ୍ତି। ସେଥିପାଇଁ ସେ ତ ଆଦରି ନେଇଛନ୍ତି
ଏଇ କ୍ୱାର୍ଟର ଲାଇଫକୁ ଖୁସି ହୋଇ। ନା ପାଇବାର ଆଉ କିଛି ଇଚ୍ଛା। ନା ହରାଇବାର
କିଛି ଭୟ।
ଏବେ ଖାଲି ଗୋଟିଏ କଥା କେମିତି କୋକେଇ ଉଠି ଯାଆନ୍ତା କି ଏଇ
କ୍ୱାର୍ଟରରୁ? ଏଇଠି ଯେ ତାଙ୍କର ସବୁ ସ୍ମୃତି ମୁହଁ ଲୁଚେଇ ଦେଇଛନ୍ତି। ଏଇ ଘର ଯେ
ତାଙ୍କର ସବୁ କଥାର ମୂକ ସାକ୍ଷୀ।
କେତେ ଦିନ ବାକି ଏ କ୍ୱାର୍ଟର ଲାଇଫ୍। ତା'ପରେ ଏ ଘର ବି ଶେଷରେ ହାତ
ଛାଡ଼ିଦେବ... ପ୍ରଗଳ୍ଭା ହୋଇ ଭାବି ଚାଲିଛନ୍ତି ଅନେକ କଥା। ନିସ୍ତବ୍ଧତା ଭିତରେ
ଶୁଣୁଛନ୍ତି ସମୟର ଡାକ।
ମୁଁ ନିଶ୍ଚୟ ଯିବି ତୁମ ସହ। ପହଞ୍ଚାଇ ଦେବି ତୁମର ଲକ୍ଷ୍ୟସ୍ଥଳରେ... ଏବେ
ତୁମକୁ ତ ରହିବାକୁ ହେବ ଏଇ ଚାରିକାନ୍ଥ ଭିତରେ। ନଜରବନ୍ଦୀ ହୋଇ ଏଇ
କ୍ୱାର୍ଟର ଲାଇଫ୍ରେ। ଲେଖିଯାଅ ଅନେକ ବାସ୍ତବ କଥା। ଅଙ୍ଗେଲିଭା କାହାଣୀ।
ପଢ଼ିଦିଅ ତୁମ ସ୍ମୃତିର କାହାଣୀ ଆଉଥରେ।
ହୁଏତ ସମୟ ପାଇବକି ନା ଆଗକୁ। ନିରୋଳାରେ ଖୋଜି ଚାଲ ତୁମର ମନର
ମଣିଷକୁ। ହଜିଯାଅ ନିଜ ଭିତରେ ନିଜେ ଏଇ ଚାରିକାନ୍ଥ ସରକାରୀ କ୍ୱାର୍ଟର ଭିତରେ।
୫୬ ମୁଠାଏ ସ୍ୱପ୍ନ
ଦେଖ ଝରକା ଫାଙ୍କରେ ଜହ୍ନକୁ। ଭିଜି ଯାଅ ଲୁଚି ଲୁଚି ସେଇ ଟିକେ ଚାନ୍ଦିନୀରେ।
ଗଙ୍ଗଶିଉଳିର ବାସ୍ନାରେ ରାତିକୁ ମହକାଇ ଦିଅ।
ଏଇ ପରା ଜୀବନ...।
କିଛି କଥା ଲୁଚିଯାଏ ମଣିଷ ଛାତିରେ, କିଛି ଲୁହ ବୋହିଯାଏ ଦୁଇ ଆଖିରୁ।
ମନ ଖୋଜେ ଯାହାକୁ ସେ ପାଖରେ ନାହିଁ। ହାତ ପାହାନ୍ତାରୁ ସବୁ ଦୂରରେ।
ନିଜେ ନିଜ ଲୁହ ପୋଛି ଏଇ କ୍ୱାର୍ଟରରେ ପୁଣି ମିଛ ହସ ହସି ବଞ୍ଚିବାକୁ ହୁଏ।
ଏଇ ପରା ମୂକ ସାକ୍ଷୀ ଅତୀତରୁ ବର୍ତ୍ତମାନ। ସୁନୀତାଦେବୀ! ବସିଛନ୍ତି ସୋଫା ଉପରେ।
ଚାହିଁଛନ୍ତି ବାହାରକୁ। ସେ ଧନ୍ୟବାଦ ଦେଉଛନ୍ତି ଏଇ କ୍ୱାର୍ଟରଟିକୁ। ନିରୋଳା ସମୟ
ଦେଇଛି ଏଇ ଘର। ଚାରିପାଖର ଗଛପତ୍ର ସହ ସମୟ କାଟି ଦେଉଛନ୍ତି ସୁନୀତାଦେବୀ।
ଧନ୍ୟବାଦ ଦେଉଛନ୍ତି ଏଇ ପରିବେଶକୁ ଯାହା ପାଇଁ ସେ ଆଜି କବିଟିଏ ଗାଳ୍ପିକାଟିଏ।
କବିତାର ଛାନ୍ଦେ ଛାନ୍ଦେ ସେ ହଜାଇ ଦିଅନ୍ତି ନିଜକୁ...। ଦୁଃଖ ସୁଖର ଦସ୍ତାବିଜ
ଏଇଠି ଅଛି ତାଙ୍କର। କାହାଣୀର ଚରିତ୍ର ଭିତରେ ଅନୁଭବ କରନ୍ତି ନିଜକୁ। କ୍ୱାର୍ଟର
ଲାଇଟ୍ରେ ଖୋଜନ୍ତି ଏଣେତେଣେ ଘରସାରା ନିଜକୁ ନିଜେ।
ମୁଠାଏ ସ୍ୱପ୍ନ ୫୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ