ଅଧ୍ୟାୟ ୧୫ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ହଜି ଗଲାଣି ପରମ୍ପରା। କାହିଁ ସେ ଚୁଲି? ତିନୋଟି ଝିଙ୍କାରେ ମାଟିହାଣ୍ଡି ବସାଇ
ଖୋଳା ଯାଇଥାଏ ଚୁଲି। ଯେଉଁଥିରେ ହୁଏ ରୋଷେଇ। ଏବେ ଅତ୍ୟାଧୁନିକ ସରଞ୍ଜାମ,
ଗ୍ୟାସ ଇଣ୍ଡକ୍ସନ, ମାଇକ୍ରୋଓଭେନ୍, ହିଟର ଇତ୍ୟାଦି। ସେତେବେଳେ ଏ ସବୁ ନଥିଲା।
ତଥାପି ଚୁଲିରେ ସବୁ ରୋଷେଇ ସ୍ତ୍ରୀଲୋକମାନେ ବସି କରୁଥିଲେ। ଧାନ ଉଁସାଉ
ଥିଲେ। ଖଇ ଭାଜୁଥିଲେ। ପିଠାପଣା ସବୁ କିଛି ରୋଷେଇ କରୁଥିଲେ। ଏବେ
ହଜିଗଲାଣି ମା'ର ପଣତକାନି। ଏବେ ଅତ୍ୟାଧୁନିକ ମା’କୁ ଅତ୍ୟାଧୁନିକ ସରଞ୍ଜାମ।
ଦୀର୍ଘ ଚାଳିଶ ବର୍ଷ ତଳର କଥା। ଯୌଥ ପରିବାର ମା’ ଖୁଡ଼ୀ ସମସ୍ତେ ମିଶି
ରୋଷେଇ କରନ୍ତି ଚୁଲିରେ। କାଠି, କୁଟା, ଘସି, ଗୁଣ୍ଡା, କାଠ, ବାଉଁଶ କଣି ଇତ୍ୟାଦିରେ
ଧୂଆଁ ଭିତରେ ନଳୀରେ ଫୁଙ୍କି ଚୁଲି ଜଳାନ୍ତି ଆଉ ରୋଷେଇ କରନ୍ତି। ଢିଙ୍କିକୁଟା
ଚାଉଳର ଭାତ, ବାଡ଼ିର ଶାଗ ଆଉ ହାତରେ କରିଥିବା ଭେଣ୍ଡି, ବାଇଗଣ ଆଦି
ପରିବାର ତରକାରୀ। ବାଡ଼ି ସଜନା ଛୁଇଁ ସୋରିଷ ବେସର। ଗଡ଼ିଆ, ନଈର ମାଛ
ପତ୍ରପୋଡ଼ା ଆଉ ଆମ୍ବୁଲ ଝୋଳ। ଆହାଃ କି ସୁନ୍ଦର ତରକାରୀ। ଚୁଲିରେ ମାଟି
ହାଣ୍ଡିରେ ଖାସି ମାଂସର ତରକାରୀ। ପାଟିରୁ ଛାଡ଼େନା। ଯୌଥ ପରିବାରରେ ଚୁଲି
ମୁଣ୍ଡରେ ବସି ଶୀତ ଦିନରେ ମିଶି ଖାଇବାର ମଜା ଅଲଗା। ଆଜି ସେ ରୋଷେଇ
କାହିଁ ନା ସେଭଳି ଆତ୍ମୀୟତାପୂର୍ଣ୍ଣ ଖାଦ୍ୟ ପରିବେଷଣ କାହିଁ? ଆଧୁନିକତା ଭିତରେ
୫୮ ମୁଠାଏ ସ୍ୱପ୍ନ
ମଣିଷ ଆଜି ଅଣନିଃଶ୍ୱାସୀ। ଭୁଲିଗଲାଣି ପୁରୁଣା ପରମ୍ପରା ସଂସ୍କୃତିକୁ। ସେ ଚୁଲିରନ୍ଧାର
ବାସ୍ନା ଅଲଗା। ପଖାଳକୁ ବଡିଚୁରା, ଶାଗଭଜା, ଆଳୁ ବାଇଗଣ ଚକଟା ମଜା ଏ
ପଲାଉରେ କାହିଁ...?
ମନେପଡ଼େ ଅତୀତଟା ଆଜି। ମନେପଡ଼େ ସେଦିନର କଥା। କେମିତି ଚୁଲି
ମୁଣ୍ଡରେ ବସି ସୋନି ଅଳି କରନ୍ତି ଖୁଡ଼ୀ ପାଖରେ, “ମୋତେ ଫୁଲପିଠା କରିଦେ।”
ଚକୁଳି କଲାବେଳେ ଖୁଡ଼ୀ ସୋନିକୁ ଫୁଲପିଠା କରିଦିଅନ୍ତି। ସେଇଠି ଗରମ ଗରମ
ଖାଇବାକୁ କୁହନ୍ତି। ଆଜି କାହିଁକି ନନ୍ଷ୍ଟିକ୍ ତାଉଆରେ ପିଠା କରୁ କରୁ ଅନ୍ୟମନସ୍କ
ହୋଇପଡ଼ନ୍ତି ସୋନି। ସେମିତି ପିଠା ଆସନ୍ତାନି। ସେ ତା’ ପୁଅକୁ ଦିଅନ୍ତେ ଖାଇବାକୁ।
ଏମିତି ଭାବନା ଭିତରେ ଗ୍ୟାସ୍ରେ ପିଠାଟା ଜଳିଯାଇଥିଲା।
ସ୍ୱାମୀଙ୍କ ଚିକôାର, “ଆରେ କ’ଣ ପୋଡ଼ିଦେଲ?”
ବାସ୍ତବତାକୁ ଫେରିଆସିଲେ ସୋନି।
“ହଁ ପରା, ପୋଡ଼ିଗଲା ଅନ୍ୟମନସ୍କତା ପାଇଁ।”
“ଆରେ ଅନ୍ୟମନସ୍କ କ’ଣ ପାଇଁ?”
“ଏମିତି ଚୁଲି ରୋଷେଇ କଥା ଭାବୁଥିଲି। ଏ ଗ୍ୟାସ୍ରେ ସେମିତି ରୋଷେଇ
ହେଉନି ମ।”
ବିଜୟବାବୁ କହିଲେ, “ତୁମେ କ’ଣ ପାରିବ ସେ ରୋଷେଇ? ମୋ’ ବୋଉ
ଯେମିତି ଚୁଲିରେ ସବୁ ପ୍ରକାରର ପିଠାପଣା ସବୁ ରୋଷେଇ କରି ଦେଉଥିଲା। ଆହାଃ
କି ବଢ଼ିଆ ଲାଗେ ସେ ରୋଷେଇ। ସେ କାଳର ପଖାଳ ଆଉ କାହିଁ।”
ଚୁଲି ମୁଣ୍ଡରେ କେମିତି ବସି ବିଜୟବାବୁ ପଖାଳ ଖାଆନ୍ତି, ମନେ ପକାଇ
କହିଲେ ସୋନିଙ୍କୁ। ଗରିବ ପରିବାରରୁ ଆସି ଆଜି ସିନା ସେ ବଡ଼ଲୋକ ହୋଇ
ସହରରେ ରହିଛନ୍ତି। ତାଙ୍କର ବି ବେଳେବେଳେ ମନେପଡ଼େ ସେଇ ଚୁଲିରନ୍ଧା ଖାଦ୍ୟ
କଥା... ମା’ କାନିରେ ଖାଇସାରି ହାତ ପୋଛିଦେଲେ ସତରେ କେତେ ଭଲ
ଲାଗେ...। ଚୁଲି ମୁଣ୍ଡରେ ପୋଷା ବିଲେଇ ଆସି ଶୋଇପଡ଼େ। କେତେ ଖୁସିରେ
ମିଛ ତରକାରୀର ବାସ୍ନାରେ। ଆଜି ଆଉ ମିଳୁନି ଚୁଲିର ରୋଷେଇ କି ମା'ର ପଣତ
କାନିର ବାସ୍ନା...। ସତରେ ଆଧୁନିକତାର ବାତାବରଣ ଭିତରେ କେତେ ଅଣନିଃଶ୍ୱାସୀ
ଆମେ...? ଜୀବନ କ୍ରମଶଃ ଜଟିଳ ହୋଇ ପଡୁଛି। ଆଧୁନିକତା ଭିତରେ ମଣିଷ
ମଣିଷପଣିଆକୁ ଭୁଲି ଯାଉଛି।
ମୁଠାଏ ସ୍ୱପ୍ନ ୫୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ