ଅଧ୍ୟାୟ ୧୬ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଖଣ୍ଡେ ରୁମାଲରେ କ’ଣ ଗଣ୍ଠିଲି କରିହୁଏ ସବୁ ଭଲପାଇବାକୁ...? ସେ କ’ଣ
ପୋଛିପାରେ ଆଖିର ସବୁ ଲୁଚା ଲୁହକୁ? ହୃଦୟର ବେଦନାକୁ କ’ଣ ଘୋଡ଼ାଇପାରିବ
ଏଇ ରୁମାଲ ଖଣ୍ଡିକ? ଥରଥର ଦେହରେ କ’ଣ ଉଷୁମ ଭରି ପାରିବ ଏଇ ରୁମାଲ?
ପ୍ରେମର ପରିଭାଷା କ’ଣ ଲୁଚିଥାଏ ଖଣ୍ଡେ କପଡ଼ାରେ? ତଥାପି ସେଇ ଚାଖଣ୍ଡେ
କପଡ଼ା ପାଇଁ ଏତେ ବ୍ୟାକୁଳତା କାହିଁକି ତନ୍ମୟର...?
ଭୁଲି ପାରୁନି ସୀମା।
ଏତେ ଭଲ ପାଇବା କ’ଣ ସତରେ ଅଛି ତନ୍ମୟ ହୃଦୟରେ...?
ଆଜି ବି ମନେ ଅଛି ସେଇ ଘଟଣାଟି। ଦୁହେଁ ବନ୍ଧୁ। ବନ୍ଧୁତା କଳଙ୍କଶୂନ୍ୟ।
ଏମିତି ଯାଇଥିଲେ ଦୁଇ ଜଣ ନିଜ ନିଜକାମରେ ଗୋଟିଏ ସ୍ଥାନକୁ। ଗନ୍ତବ୍ୟସ୍ଥଳରୁ
ଫେରିବା ପରେ ଇଚ୍ଛା କଲେ ସୀମା ତନ୍ମୟ କିଛି ସମୟ ପାର୍କରେ ବସି ଉଭୟ ମନ
କଥା ହେବେ। ବନ୍ଧୁତାକୁ ପରଖି ନେବେ ସମ୍ପର୍କର କଷଟି ପଥରରେ। ବୟସର
ଅପରାହ୍ନରେ କ’ଣ ଅସୁବିଧା ଯେ? ଉଭୟ ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।
କିଛି ଭୁଲ ବୁଝାମଣା ନାହିଁ। ଭଲ ବନ୍ଧୁ ପରସ୍ପରର। ବୋଧେ ପୂର୍ବ ଜନ୍ମରେ ସେମାନେ
କିଛି ସମ୍ପର୍କୀୟ ଥିଲେ, ନହେଲେ ଏତେ ମିଠା କେମିତି ଏ ସମ୍ପର୍କ!!
ସେମାନେ ବସିଥିଲେ ଯାଇ ଗୋଟିଏ ସିମେଣ୍ଟ ବେଞ୍ଚ ଉପରେ। କଥା ଆରମ୍ଭ
୬୦ ମୁଠାଏ ସ୍ୱପ୍ନ
ହେଲା... ଅତୀତରୁ ବର୍ତ୍ତମାନ ପୁଣି ଭବିଷ୍ୟତ କାହିଁ କେତେ କଥା। ମନର ଆବେଗରେ
ବାନ୍ଧି ହୋଇପଡୁଥିଲେ ଦୁହେଁ। ତୁହାକୁ ତୁହା ବର୍ଷା ବାହାରେ। ବର୍ଷା ହୃଦୟରେ।
ଅନ୍ତର୍ଦାହ। ଝିପ୍ଝିପ୍ ବର୍ଷାରେ ଭିଜିଯାଉଥିଲେ ଦୁହେଁ କେମିତି ଏଇ ଶ୍ରାବଣ ଛୁଆଁରେ।
ପହିଲି ଛୁଆଁ ସତେ ମାଟିକୁ। ନୀରବି ଯାଉଥିଲା ମନ। କେମିତି ଏକ ନୂଆ ଭାବନା
ଛୁଇଁ ଯାଉଥିଲା ଦେହ ଆଉ ମନକୁ। ଭିଜା ଶ୍ରାବଣର ମିଠା ସମୀରରେ ମିଠା ଅନୁଭବ।
ଦେଖୁଥିଲା ସୀମା, ସତରେ ତନ୍ମୟ କେତେ ଭଲ ମଣିଷଟିଏ। କେତେ ମିଠା
ଆକର୍ଷଣ ଦୁହିଁଙ୍କ ଭିତରେ। ନିଜର ନିଜର ଭାବ। ମଣିଷପଣିଆ ଦେଖି ସୀମା ବହୁତ
ଖୁସି ହେଉଥିଲା। ଅସୁସ୍ଥତା ମଧ୍ୟରେ ସୀମା ସୁସ୍ଥତା ଅନୁଭବ କରୁଥିଲା ତନ୍ମୟର ମିଠା
ବ୍ୟବହାରରେ। ତନ୍ମୟ ବୋଧେ ନୀରବରେ ଭିଜିବାକୁ ଭଲ ପାଉଥିଲେ।
ପଢ଼ିଯାଉଥିଲେ ସୀମାର ହୃଦୟକୁ। ମନ ଆଇନାରେ ସଜେଇ ଦେଉଥିଲେ ସୀମାର
ମମତାଭରା ଚାହାଣିକୁ।
ଏମିତି କେତେ କଥା କେତେ ଖୁସିର ପସରା ନେଇ ଆସିଥିଲା ସେ ଅଭୁଲା
ଦିନ। ଦୁହେଁ ଦୁହିଁଙ୍କୁ ଦେଖିଥିଲେ ପାଖରୁ। ପରିଚୟ ସତେ ସାତ ଜନ୍ମର। ଏ ଜନ୍ମର
ଠିକଣା ଫେରାଇ ଆଣିଲା ବାସ୍ତବ ଦୁନିଆକୁ। ଇତସ୍ତତଃ ହୋଇ ଉଠିଲେ କିଛି
ସମୟ ନୀରବତା ମଧ୍ୟରୁ। ସୀମା ଭାବୁଥିଲା କେତେ ମନ କଥା ଖୋଲି କହିଯିବ।
କେତେ ଚାପା ଲୁହକୁ ଝରାଇଦେବ ଏଇ ବନ୍ଧୁ ପାଖରେ। ମନର ଆବେଗରେ
କେତେ ଏଣୁତେଣୁ କଥା। ମିଛ ହସ ଥିଲା ଓଠରେ। ଛାତିରେ କୋହର ବରଫ।
ତରଳି ନ ଯାଉ, ରହିଯାଉ ଛାତି ତଳେ।
ପୁଣି ଭାବିଲା, କାହିଁକି କହିବ? କ’ଣ ପାଇଁ ଦୁଃଖ ଦେବ ତନ୍ମୟ ମନରେ?
ଟିକେ ମିଛ ହସ ହସିଦେଲେ କ୍ଷତି କ'ଣ? ସମୟ ତ ଭଲରେ କଟିଯିବ ନା।
ସେମିତି ହିଁ ହୋଇଥିଲା କେତେ କଥା କେତେ ବ୍ୟଥା ରହିଗଲା ଛାତି ତଳେ। ସମୟ
ସତର୍କ କରିଦେଲା ଫେରିବାକୁ ହେବ ଉଭୟଙ୍କୁ ନିଜ ରାସ୍ତାରେ। ଉଭୟଙ୍କ ପରିବାର
ପାଖକୁ। ହଠାତ୍ ଉଠି ପଡ଼ି ଚାଲିଗଲେ କାର୍ ପାଖକୁ। ରହିଗଲା ସୀମା ପକାଇ
ବସିଥିବା ରୁମାଲ୍ଟି।
ବହୁତ ବାଟ ଗଲା ପରେ ନୀରବତା ଭଙ୍ଗକରି ସୀମା କହିଲା, “ରୁମାଲ୍ଟି
ରହିଗଲା। ଥାଉ ଚଳିବ।” କିନ୍ତୁ କାହିଁକି କେଜାଣି ତନ୍ମୟ ବ୍ୟସ୍ତ ହୋଇ ପଡ଼ିଲେ।
ପୁଣି କାର ଫେରାଇନେଲେ ସେଠାକୁ। ସୀମା ଜାଣିପାରିଲାନି ବାଟ, ସେଠି ପହଞ୍ଚିଲା
ପରେ ଜାଣିଲା ଯେ ପୁଣି ସେ ଆସିଛି। ତନ୍ମୟ ତରତର ହୋଇ ଯାଇ ଦେଖିଲେ
ରୁମାଲ ପଡ଼ିଛି। ନେଇଆସି ଖୁସିରେ ଦେଲେ, “ସୀମା ତୁମ ରୁମାଲ ନିଅ।
ମୁଠାଏ ସ୍ୱପ୍ନ ୬୧
ମୁଠାଏ ସ୍ୱପ୍ନ ୬୧
ସୀମା ହସିଦେଲା। ଆରେ ଏ ସାମାନ୍ୟ ରୁମାଲ ପାଇଁ କାହିଁକି ଏତେ ବ୍ୟସ୍ତ।
ତାପରେ ବିଦାୟ ନେଇ ଫେରିଗଲେ ତନ୍ମୟ। ସୀମା ଫେରିଲା ଯାଏ ଭାବୁଥାଏ
ଯଦି ସାମାନ୍ୟ ରୁମାଲ ପାଇଁ ତନ୍ମୟ ଏତେ ବ୍ୟସ୍ତ। ତା’ ପାଇଁ କେତେ...?
ସତରେ କେତେ ଭଲ ବନ୍ଧୁଟିଏ। ବନ୍ଧୁର ପରିଭାଷା ଖୋଜୁଥିଲା ସୀମା...।
ଖୁବ୍ କମ୍ ଦିନରେ ହୁଏତ ସୀମା ବିଦାୟ ନେଇପାରେ ସଂସାରରୁ। ରୋଗୀଣା
ଶରୀର...।
ତନ୍ମୟ! ଦେଇପାରିବେ ତ ବନ୍ଧୁତାର ବିଦାୟ ତାଙ୍କୁ?
ଏ ରୁମାଲ ବଢ଼ାଇଦେଲା ସମ୍ପର୍କକୁ, ପୋଛିଦେଲା ଲୁହ ସବୁ ରୁମାଲରେ।
ସୀମା ଚାହିଁଲା ଶୂନ୍ୟ ଆକାଶକୁ...। ଖୋଜୁଥିଲା ବିଶାଳ ଆକାଶରେ ବିଶାଳ
ହୃଦୟକୁ... ଚାପି ଧରିଥିଲା ରୁମାଲଟିକୁ ଖୁବ୍ ଜୋରରେ ନିଜ ଛାତିରେ ଆଉ ଅନୁଭବ
କରୁଥିଲା ତନ୍ମୟର ସ୍ପର୍ଶକୁ।
୬୨ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ