ଅଧ୍ୟାୟ ୧୭ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ଇତିମଧ୍ୟରେ ଭାବୁକଟିଏ ପାଲଟି ଯାଇଛନ୍ତି ସୀମାଦେବୀ। ଚୁପ୍ଚାପ୍ ବସିଛନ୍ତି ସୋଫା
ଉପରେ। ଖାନଦାନର ପୋଷାକ ତଳେ ନିରୀହ ପ୍ରାଣଟି ଛଟପଟ ହେଉଛି।
ନିର୍ଲିପ୍ତ ନୟନରେ ଚାହିଁଛନ୍ତି ଶୂନ୍ୟତାକୁ, ଭାବୁଛନ୍ତି କେତେ କ'ଣ ନିଜ
ବିଷୟରେ...?
ଭାବନାର ଅଥଳ ସାଗରରେ ସେ ବୁଡ଼ି ଯାଇଛନ୍ତି। ଫେରିଯାଇଛନ୍ତି ବାଉନରୁ
ପଚିଶ ବର୍ଷକୁ। ନୂଆ ନୂଆ ବିଭାଘର, ସ୍ୱାମୀ ଶେଖରଙ୍କ ସହ କେତେ ଜୀବନକୁ
ଉପଭୋଗ କରିଛନ୍ତି। ସମୁଦ୍ର ତଟରେ କେତେ ସନ୍ଧ୍ୟା କାଟିଛନ୍ତି। ସବୁର ମୂକସାକ୍ଷୀ
ସେଇ ଭିଜାଭିଜା ବାଲି, ଝାଉଁବଣ ଆଉ ସେଇ ସାଗର ବେଳାଭୂମି।
ଆଜି କେତେ ମସଗୁଲ ନୂଆ ବିବାହ ଯୌବନର ଜଉଘରେ ହୁତୁ ହୁତୁ ହୋଇ
ଜଳୁଛି ମନ। ଗୋପାଳପୁରର ସେଇ ସମୁଦ୍ରକୂଳରେ କେତେ ସୁନେଲି ସ୍ୱପ୍ନରେ
ବିଭୋର ସୀମା। କୁନି ପୁଅଟିଏ ମାତ୍ର ବର୍ଷକର। କେତେ ସ୍ୱପ୍ନର ଢେଉ ଭାଙ୍ଗି କୂଳ
ଛୁଇଁ ଫେରିଯାଏ ହୃଦୟ ସାଗରରେ।
ପୁଅକୁ ବଡ଼ ମଣିଷ କରିବେ, ସୁଖର ସପନରେ ବିଭୋର ସୀମା। ସ୍ୱାମୀ ଶେଖରଙ୍କୁ
କୁହନ୍ତି, “ହେଇ ଶୁଣୁଛ...! ଆମେ ପୁଅକୁ ବଡ଼ ଅଫିସର କରିବା। ଆମର ମିଡିଲକ୍ଲାସ
ଜୀବନକୁ ବାଏ ବାଏ କରିଦେବା। ଏ ତେଲ ଲୁଣ ଦୁନିଆ ଭାରି କଷ୍ଟ ଦେଉଛି।
ମୁଠାଏ ସ୍ୱପ୍ନ ୬୩
ଆମେ ବହୁତ ବଡ଼ ଲୋକ ହୋଇଯିବା। ଭଲ ବୋହୂ ଆଣିବା। ଆମର ଷ୍ଟାଟସ୍
ବଦଳିଯିବ। ଆମେ ଏବେ ଟିକେ କଷ୍ଟ ସହି ପିଲାଙ୍କୁ ଭଲ ମଣିଷ କରିଦେବା।”
ବୁଡ଼ି ଯାଉଥିବା ସଞ୍ଜବେଳେ ସାଗର ଖୁବ୍ ଭଲଲାଗେ। ଆକାଶ ବି ଭାରି
ସୁନ୍ଦର ଦେଖାଯାଏ। ପୁନେଇଁ ତିଥିରେ ଫୁଲେଇ ଜହ୍ନଟା ସାଗର ଛାତିରେ ଆସି
ଲୋଟିଯାଏ। ଉଛୁଳିପଡ଼େ ସାଗର ପ୍ରେମର ଆଲିଙ୍ଗନ ଦେଇ ଜହ୍ନକୁ। ଶୀତେଇଯାଏ
ସୀମା ଆଉ ଶେଖରଙ୍କର ଦେହ ଓ ମନ। ବିଭୋର ହୋଇ ଯାଆନ୍ତି ପ୍ରକୃତିର ଅପରୂପ
ସୌନ୍ଦର୍ଯ୍ୟରେ। ମିଠା ମିଠା ସମୀର ଛୁଆଁରେ। ଜାବୁଡ଼ି ଧରନ୍ତି ଶେଖର। ଲାଜେଇ
ଯାଆନ୍ତି ସୀମା। ପୁଅ ଖେଳୁଥାଏ ବାଲି ସରସର ହୋଇ। କେତେବେଳେ ଦୌଡ଼ିଆସେ
ମା' ବାପା ପାଖକୁ ତ କେତେବେଳେ ଦେଖି ଖିଲି ଖିଲି ହସୁଥାଏ ସାଗରକୁ।
କୋଳ ପୂରିଉଠେ ସୀମାଦେବୀଙ୍କର।
କେତେ ଫଟୋ ଉଠାନ୍ତି ପୁଅର ନିଜ ସହ ସ୍ୱାମୀ ସହ। ଭାରି ଖୁସିର ସଂସାର।
ଫେରିବା ବେଳେ ଗୋପାଳପୁର ବେଳାଭୂମିରୁ ସୀମା ଖୁସିରେ କେତେ ମାଟିରେ
ତିଆରି କଣ୍ଢେଇ କିଣିଆଣନ୍ତି ପୁଅ ଖେଳିବା ପାଇଁ। ଘରସଜ୍ଜା ପାଇଁ ଫୁଲଦାନୀ ସବୁ।
ଆଉ କିଛି ଘରି ଆଣନ୍ତି ଚିଲର ପଇସା ପକାଇବା ପାଇଁ।
ସମୟକ୍ରମେ ଘଣ୍ଟାର କଣ୍ଟା ଘୂରିଯାଏ। ଦୁଇଟି ସନ୍ତାନର ଜନନୀ ହୁଅନ୍ତି
ସୀମାଦେବୀ। ଦୁଇଟି ସନ୍ତାନକୁ ନେଇ ବେଶ୍ ସୁଖରେ ଚଳନ୍ତି ସେ। ପୁଅ ଦୁଇଟି
ଶଶିକଳା ପରି ବଢ଼ିବାକୁ ଲାଗନ୍ତି। ସମୟକ୍ରମେ ପାଠ ପଢ଼ନ୍ତି, ଭଲ ବି ପଢ଼ନ୍ତି।
ସୀମାଦେବୀ ସ୍ୱାମୀଙ୍କୁ କିଛି ଦାୟିତ୍ୱ ନ ଦେଇ ନିଜେ ସବୁ ବହନ କରନ୍ତି।
ସୀମାଦେବୀ ଥିଲେ ବିକ୍ଷିପ୍ତା ସଂସ୍କାରୀ ଚୁଲବୁଲି ନାରୀଟିଏ। ସବୁ କରିବାର
ସତ୍ସାହସ ମନରେ। ଅସୀମ ଧୈର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ସେ।
ପଛରେ ଅନେକ ସ୍ମୃତି। କେବେ ସେ ଫେରି ଚାହିଁନାହାନ୍ତି। ସେ ଅତୀତ ଭଲ
ଥାଉ କି ମନ୍ଦ ମନେପକାଇ ନାହାନ୍ତି କେବେ। ତାଙ୍କର ଲକ୍ଷ୍ୟ ଦୂର ଆକାଶରେ
ଡେଣା ଝାଡ଼ି ଉଡ଼ିବା, ନୀଳ ଆକାଶକୁ ଛୁଇଁବାର ପ୍ରଚେଷ୍ଟା।
ଏତେ ବୋକି ସିଏ ଜାଣନ୍ତି ନାହିଁ, ସବୁ କିଛି ଈପ୍ସିତ ଦ୍ରବ୍ୟ ମିଳେନା। ଦିବାସ୍ୱପ୍ନ
କେବେ ସତ ହୁଏନା। ଜହ୍ନଟା ବହୁତ ଦୂରରେ, ତାକୁ ଛୁଇଁ ହୁଏନା। ତାରାଫୁଲଗୁଡ଼ିକୁ
ଆକାଶ ଡାଳରୁ ତୋଳି ହୁଏନା। କେବେ ନା କେବେ ଉଡ଼ିଯାଉଥିବା ପକ୍ଷୀର ଡେଣା
କଟିଯାଇ ତଳେ ପଡ଼ି ଆହତ ହୁଏ। ଜହ୍ନଟା ବେଳେବେଳେ ଲୁଚିଯାଏ ବାଦଲ
ଫାଙ୍କରେ। ବେଳେବେଳେ ଜୀବନ ଯଜ୍ଞରେ ଇଚ୍ଛାକୁ ଆହୁତି ଦେବାକୁ ପଡ଼େ।
ସଂସାର ସାଗରକୁ ଅତିକ୍ରମ କରିବାର ଅଦମ୍ୟ ଇଚ୍ଛା ତାଙ୍କର। ଭାଙ୍ଗିପଡ଼ିନାହାନ୍ତି
୬୪ ମୁଠାଏ ସ୍ୱପ୍ନ
ଅଦିନିଆ ବାତ୍ୟାରେ। ଧୈର୍ଯ୍ୟହରା ହୋଇନାହାନ୍ତି କେବେ। ମନେପକାଇ ନାହାନ୍ତି
ଜୀବନ ଇତିହାସକୁ ଥରେ। ସୁନେଲି ସ୍ୱପ୍ନ ଆଉ ସୁନାର ସଂସାର ଗଢ଼ିବାର ସ୍ୱପ୍ନ।
ଚୋରାବାଲିରେ ଅନେକ ଥର ପାଦ ପୋତି ହୋଇଯାଇଛି। ଅଦୃଶ୍ୟରେ
ରହିଯାଇଛି ପାଦର ପାଉଁଜି। ସ୍ମୃତିପଖଳା ଦିନଗୁଡ଼ାକ ବେଳେବେଳେ ଆଖି ଆଇନାରେ
ଦିଶିଯାଇଛି। ମାନସପଟ୍ଟରେ କେତେ କେତେ ଛବି। ଭ୍ରୁକ୍ଷେପ କରନ୍ତିନାହିଁ ସୀମା
ଦେବୀ। ସବୁବେଳେ ମସଗୁଲ ରୁହନ୍ତି ନିଜ ସଂସାରରେ।
ଧୀରେଧୀରେ ସ୍ୱପ୍ନ ସତହେବାକୁ ଲାଗେ।
ଆକାଶର ଜହ୍ନଟା ଦୁଆରେ ଲୁଚକାଳି ଖେଳେ। ଶେଖରଙ୍କର ବଦଳି ହୋଇଯାଏ
ଗୋଟିଏ ଗାଉଁଲି ଜାଗାକୁ, ସହରର ଅନେକ ଦୂରକୁ। ସେଇଠି ବୋଧେ ସୀମାଙ୍କ
ଭବିଷ୍ୟତ ସୁଖର ପସରା ମେଲି ବସିଥିଲା। ଭାଗ୍ୟଦେବୀ ଉଜ୍ଜ୍ୱଳ ଚାନ୍ଦ ହୋଇ ଉଇଁ
ଆସିଥିଲେ ତାଙ୍କ ହାତପାପୁଲିକୁ।
ସବୁ ବଦଳିଗଲା। ଦୁଃଖର କାଳରାତ୍ରି ପାହିଗଲା ମା'ଙ୍କ ଦୟାରୁ। ସୀମା ଥିଲେ
ମା'ଙ୍କ ଭକ୍ତ। ତାଙ୍କର ଭକ୍ତିଅର୍ଘ୍ୟ ନିତି ସକାଳ ହେଲେ ଢାଳି ଦିଅନ୍ତି ମା'ଙ୍କ
ଉଦ୍ଦେଶ୍ୟରେ। ଏତେଦିନେ ମା' ଡାକ ଶୁଣିଲେ। ସବୁ ପାଇଲେ ସୀମାଦେବୀ।
ସୁଖସମ୍ମାନ, ଧନସମ୍ପତ୍ତି ସବୁକିଛି। ପିଲାମାନେ ପଢ଼ି ଚାଲିଲେ। ସୀମାଦେବୀ ସଂସାର
ନାଆଟିକୁ ଠିକ୍ ଦିଗରେ ଚଳାଇନେଲେ। ସ୍ୱାମୀ ଶେଖର ବି ଆହୁଲା ମାରି ସଂସାର
ନାବ ଚଳାଇବାରେ ବ୍ୟସ୍ତ ରହିଲେ।
ଶେଷରେ ସ୍ୱପ୍ନ ସତ ହେଲା। ଦୁଇପୁଅ ଭଲ ଚାକିରି କଲେ। କିନ୍ତୁ କାହାର
ନଜର ଲାଗିଲା ଏଥର କେଜାଣି। ବଡ଼ପୁଅର ବିବାହ ବୟସ ହୋଇଗଲା। ପୁଅଟି
କିନ୍ତୁ ନିଜଇଚ୍ଛାରେ ବିବାହ କରିବାକୁ ଚାହିଁଲା। ସୀମାଦେବୀ ଆଉ ଶେଖର ବାବୁ
ରାଜି ହୋଇଗଲେ।
ସୀମାଦେବୀ କ'ଣ ଜାଣିଥିଲେ, ଯେଉଁ ଦରିଆକୂଳରେ ବସି ନିତି ସ୍ୱପ୍ନର ତାଜ୍
ତିଆରି କରୁଥିଲେ, ସେଇ ଦରିଆ ତାଙ୍କ ସୁଖକୁ ଭସାଇନେବ। ମନରେ ଅହେତୁକ
ଭୟ କାହିଁକି କେଜାଣି। ଯେଉଁ ମାଟିକଣ୍ଢେଇ ଆଣି ପୁଅକୁ ଖେଳିବାକୁ ଦେଉଥିଲେ
ସେଇ ମାଟିକଣ୍ଢେଇ ପରି ଭାଙ୍ଗିଯିବ ସବୁ ସ୍ୱପ୍ନ।
ବୋହୂଟି ଦରିଆ ସେ କୂଳର। ତାକୁ ନେଇ ପୁଅ ଦେଖିଛି ସ୍ୱପ୍ନ। ତେଣୁ ସବୁ
ସେଇ ଦରିଆ କୂଳର ଦେବତା କାଳିଆର ଇଚ୍ଛା ଭାବି ଆଗେଇନେଲେ। ବହୁକଷ୍ଟରେ
ବିବାହ କରିଦେଲେ, ପୁଅ ବି ବୋହୂକୁ ନେଇ ଖୁସି। ସୁଖରେ ଚାଲିଛି ତାଙ୍କର
ସଂସାର। ହେଲେ ସୀମାଦେବୀ ଭାଙ୍ଗି ପଡ଼ୁଛନ୍ତି କାହିଁକି?
ମୁଠାଏ ସ୍ୱପ୍ନ ୬୫
ମୁଠାଏ ସ୍ୱପ୍ନ ୬୫
ବୟସର ଅପରାହ୍ନରେ କାହିଁକି ସାହାରା ଲୋଡ଼ା ପଡୁଛି। ସେ ତ ଏତେ ସାହସୀ
କର୍ମଠ; କିନ୍ତୁ ଧୀରେଧୀରେ କାହିଁକି ଭାଙ୍ଗିପଡ଼ୁଛନ୍ତି ଅଜଣା ଭୟରେ।
ଶେଖର ଆଜି ବି ପିଲାଳିଆ ଢଙ୍ଗରେ ବଞ୍ଚିଛନ୍ତି। କିଛି ବୁଝନ୍ତି ନାହିଁ ସେ। ସେଇ
ପିଲାଳିଆ କଥା। ସବୁ ସୀମାଙ୍କ ଉପରେ ଛାଡ଼ି ଦିଅନ୍ତି।
ସୀମାଦେବୀ ଭାବନାରେ ବୁଡ଼ି ଯାଇଛନ୍ତି। କାହିଁକି କେଜାଣି ଲାଗେ ନିଜ ହାତରେ
ଗଢ଼ିଥିବା ସୁନା ସଂସାରଟା କେତେବେଳେ ଭୁଶୁଡ଼ିଯିବ କି? ଠିକ୍ରେ ଚାଲିବ ତ
ତାଙ୍କ ସଂସାର ଆଗକୁ...?
ହଠାତ୍ ଶେଖରବାବୁ ଡାକ ପକାଇଲେ, “ସୀମା କୁଆଡ଼େ ଗଲ? ଚା' ଦୁଇକପ୍
ଆଣି ଆସ। ଦେଖ ସାମଲବାବୁ ଆସିଛନ୍ତି।”
ସାମଲବାବୁ ଆଉ ଶେଖରବାବୁ ଅଫିସ ସାଙ୍ଗ। ତାଙ୍କର ଆଉ କ'ଣ ଚିନ୍ତା କି?
ବୋହୂ ଆଣିଲେ ଦରିଆ ସେପାରିରୁ ମୋତେ ପୁଣି ହଇରାଣ। ରାଗ ଗରଗର ହୋଇ
ସୀମାଦେବୀ ଭାବନା ରାଇଜରୁ ଫେରିଆସି ରୋଷେଇ ଘରକୁ ଗଲେ...।
୬୬ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ