ଅଧ୍ୟାୟ ୧୮ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ମିନତିଦେବୀ ଆଭିଜାତ୍ୟର ଗହଣା ପିନ୍ଧି ବାଟ ଚାଲୁଥିବା ଭାରି ଓଜନିଆ ମଣିଷ।
ପରମ୍ପରାକୁ ଜାବୁଡ଼ି ଧରିଥିବା ଖାଣ୍ଟି ଓଡ଼ିଆଣି। ପଦେ କଥାରେ ନଇଁଯିବା ମଣିଷ
ନୁହଁନ୍ତି। ସହିବା ବୋଧେ ଶିଖିନାହାନ୍ତି ଜୀବନରେ। ସେ ତ କହି ଚାଲନ୍ତି ସହିବେ
କେମିତି...?
ଅଭ୍ୟାସ ହେଉନି ଯେତେ କଲେ ବି। ଶୂନ୍ୟତା ଭିତରେ ପୂର୍ଣ୍ଣତା କାହିଁ ଯେ...?
ରାତିରେ ନୀରବ କୋଠରିରେ ଶୋଇ ଶୋଇ ଭାବି ଚାଲିଛନ୍ତି କେତେ କେତେ
କଥା। ସମୟ ଆଜି କେଉଁଠି ଛିଡ଼ା କରାଇଦେଲା। ଭାବିନଥିବା କଥାଗୁଡ଼ାକ
ଆସ୍ତେଆସ୍ତେ ଆଖିକୁ ଆସିଯାଉଛି।
ଅତୀତଟା ଆଖିରେ ଭାସିଯାଉଛି। କେତେ ଚେଷ୍ଟା କରି ଆଜି ସେ ଏଇଠି।
ଭବିଷ୍ୟତଟା ଝାପ୍ସା ଲାଗୁଛି। କ’ଣ ହେବ କେଜାଣି?
କାହିଁକି ମନଟା ଆଜି ଆନମନା। ଚୁରମାର ହୋଇଯାଉଛି ସ୍ୱପ୍ନ ସବୁ ତାଙ୍କ
ଆଖିଆଗରେ ଭାଙ୍ଗି ରୁଜି। ଲହରୀରେ ସତେ ଭାସିଯାଉଛି ତାଙ୍କ ହାତତିଆରି ବାଲିଘର।
ସ୍ୱପ୍ନର ତାଜମହଲ। ଆଉ ଚୁନା ଚୁନା ସ୍ୱପ୍ନ ସବୁ। ନିଜ ହାତତିଆରି ବଗିଚା ଆଜି
ଜଳିଯାଉଛି ବୈଶାଖୀ ଝାଞ୍ଜିରେ।
ଅଦିନ ବାତ୍ୟା ମାଡ଼ି ଆସିଲା ସତେ ଜୀବନରେ। ସେ କ’ଣ ସତରେ ସହିପାରିବେ
ମୁଠାଏ ସ୍ୱପ୍ନ ୬୭
ନା କହିପାରିବେ କିଛି। ସମୟ ପରା ଦାଉ ସାଧୁଛି। ତାହାହେଲେ ବଞ୍ଚିବେ କେମିତି।
କିଏ ଦେବ ସାହାରା? ଜୀବନର ଅଙ୍କାବଙ୍କା ରାସ୍ତାରେ ଚାଲୁଚାଲୁ କେତେବେଳେ
ଯେ ଥକିଗଲେ ସେ ଜାଣନ୍ତି ନାହିଁ। କିନ୍ତୁ ସେ ଆଜି ଖୁବ୍ ଦୁର୍ବଳ। ମନରେ ଭାଙ୍ଗି
ପଡ଼ିଛନ୍ତି। ବାଟଭୁଲା ବାଟୋଇ ସେ। ଖୋଜୁଛନ୍ତି ନିଜର ଠିକଣା।
ଅପରାହ୍ନର ତତଲା ବାଲି ଶେଯରେ ଶୋଇ ଶୋଇ କି ସ୍ୱପ୍ନ ଦେଖିବେ ଆଉ?
ଥାଉ ସ୍ୱପ୍ନ ସବୁ ସେଇଠି ରହିଯାଉ ଆଖି ପତା ତଳେ।
ଅଧୁରା ରହିଯାଉ ସବୁ କିଛି। ଗଢ଼ା ଯାଇଥିବା ଘର ଅଧାରେ ଥାଉ। ଇଟା
ସିମେଣ୍ଟ ପରି ମମତା ଗଦା ହୋଇଯାଉ ଗୋଟି ଜାଗାରେ। ମମତାର ଝର ଶୁଖିଯାଉ।
ଭାଙ୍ଗିଯାଉ ଜୀବନରେ ସାଇତା ଚିଜ ସବୁ, ମନ ଭାଙ୍ଗିଗଲା ପରି। ସେ କାହିଁକି
ବୋହିବେ ଅଭିମାନର ଗଣ୍ଠିଲିକୁ। କ'ଣ ଏତେ ସହଜ କି ସେ ଗଣ୍ଠିଲି ବୋହି ବାଟ
ଚାଲିବା? ସେ ଗଣ୍ଠିଲିକୁ ଭସାଇଦେବେ ଆଶାର ବୈତରଣୀ ନଦୀରେ।
ଫିଙ୍ଗିଦେବେ ସେ ଅଭିମାନକୁ ବାସ୍ତବତା ସିନ୍ଦୁକ ଭିତରେ। ମନ ସିନ୍ଦୁକରେ
ଚାବି ଦେଇଦେବେ ସବୁଦିନ ପାଇଁ। ଆଉ କେବେ ଖୋଲିବେନି ସେ ସିନ୍ଦୁକକୁ।
ସତେ ମରୁଭୂମିର ଶୁଖିଲା ବାଲିରେ ଚାଲିବାଟା କେତେ ଯେ କଷ୍ଟ ବାଟୋଇ
ଅନୁଭବ କରେ ସିନା। ଶୀତତାପ ନିୟନ୍ତ୍ରିତ ଘରେ ଶୋଇଥିବା ମଣିଷ କ'ଣ
ବୁଝିପାରିବ ଚାଲିବାଟା କେତେ କଷ୍ଟ ତତଲା ବାଲିରେ?
ରହିଯାଉ ମନର କଥା ମନରେ। ନ ଫୁଟୁ ଗୋଲାପ ମନ ଅଗଣାରେ ତାଙ୍କର
କ'ଣ ଅଛି ଯେ?
ଆଉ କିଛିଦିନର କଥା ମଉଳା ଫୁଲ ପରି ଝଡ଼ିପଡ଼ିବେ ସମୟର କ୍ରୁରତା
ପାଖରେ।
ନଇଁ ଯିବେ କ'ଣ ପାଇଁ?
ସ୍ୱାଭିମାନ ତାଙ୍କର ଚିର ସହଚର। ତେଣୁ ସେ ହାରିବା ଶିଖି ନାହାନ୍ତି। ଜୀବନରେ
ଜିତୁଥିବା ମଣିଷଟା ହାରିଗଲେ ଭାଙ୍ଗିଯାଏ।
ହୃଦୟଟା ତ ଭାଙ୍ଗିଗଲା, ମନ ବି ତ ଜଳିଗଲା। ତାକୁ କହି ଲାଭ କ'ଣ?
କ'ଣ ସେ ବୁଝିପାରିବ ଏ ମନର କଥାଟିକୁ, ଏ କ୍ଷତାକ୍ତ ହୃଦୟକୁ। ଗଢ଼ିପାରିବ
ମୋ' ଭଙ୍ଗା ମନକୁ।
ମୋ' ଘରେ ଯେ ନିତି ଶଙ୍ଖନାଦରେ ରାତି ପାହି ପ୍ରଭାତ ଆସେ। ଧୂପ ବାସ୍ନାରେ
ମୋ' ଅଗଣା ମହକିଯାଏ। ଦୀପଟିଏରେ ମୋ' ଘରର ଅମଙ୍ଗଳ ନାଶ ହୁଏ। ମୋ'ର
ସକାଳ ଆଳତୀରେ ମୋ' ଦିନ ଆରମ୍ଭ ହୁଏ...।
୬୮ ମୁଠାଏ ସ୍ୱପ୍ନ
ମୋ'ର ଗୋଟିଏ ଦୀପରେ ମୋ' ଘରର ଶୁଭମୟ ହୁଏ। ମୋ' ଜୀବନର ମନ୍ତ୍ର
ଓମ୍କାର। ହରି ନାମ ରାମ ନାମରେ ମୋ' ରାତି ପାହି ସକାଳ ହୁଏ। ମମତାର
ନିର୍ଝରିଣୀରେ ନିତି ପିଲାମାନେ ସ୍ନାନ କରନ୍ତି।
ପୁଣ୍ୟତୋୟା ଗଙ୍ଗା ପରି ପବିତ୍ର ମୋ' ଘରର ମମତାର ସ୍ରୋତ।
ବୁଝାଇ ଲାଭ କ’ଣ? ବରଂ ମନକୁ ବୁଝେଇଦେଲେ ଭଲ।
ଦରିଆ ଏପାରିରେ ପବିତ୍ର ଶଙ୍ଖକ୍ଷେତ୍ର। ଜଗତର ନାଥ ଜଗନ୍ନାଥ। ଏପାରି କଥା
ସେ ପାଖକୁ ଶୁଭେନା। ଏ ମନ୍ତ୍ର ସେଠି ଉଚ୍ଚାରଣ ହୁଏନା। ଏ ପରମ୍ପରା ପ୍ରଥା ସେଠି
ଚଳେନା। ଏ ଫଗୁଣ ସେ ପାଖକୁ ବାଟ ଭାଙ୍ଗି ଯାଏନା। ଏ ବଗିଚାର ବାସ୍ନାୟିତ
ଫୁଲ ସବୁ ସେପଟେ ଫିକା ଫିକା।
କାଗଜ ଫୁଲର ସହରରେ ବାସ୍ନା ନଥାଏ, ଥାଏ କେବଳ ରଙ୍ଗର ପ୍ରଲେପ।
ଏଠି ସବୁ ଯାହା ଅଛି ସେଠି ନାହିଁ।
ଏଠି ପତିବ୍ରତା ନାରୀ ପାଇଁ, ନାରୀର ମଥାରେ ନାଲି ଟୋପା। ଏଠି ସଧବାର
ପରିଚୟ ହାତର ଶଙ୍ଖା। ଏ ଭରସା ବିଶ୍ୱାସ ରହିଯାଏ ଏ ପଟେ। ସେପଟେ ଚିକମିକ
ଆଲୁଅ ରଙ୍ଗିନ୍ ଦୁନିଆ। ମନ ପକ୍ଷୀରାଜ ଘୋଡ଼ାରେ ମଣିଷ ଘୂରେ ସ୍ୱପ୍ନର ସହର।
କାଗଜଫୁଲରେ ସଜା ଯାଇଥାଏ ମନର କାନ୍ଥକୁ।
ଭୁଲ୍ କାହାର...?
ଯେଉଁମାନେ ପ୍ରକୃତ ହୀରା ଚିହ୍ନି ପାରନ୍ତିନାହିଁ। ହୀରା ତ କୋଇଲାରୁ ମିଳେ।
ଖୋଜିବା ଦାୟିତ୍ୱ ଯାହାର ଆବଶ୍ୟକ।
ମିନତିଦେବୀ ବୁଝାଇ ଚାଲିଛନ୍ତି ମନକୁ। କହି ଚାଲିଛନ୍ତି କଥା ନିଜ ସହ।
ପଚାରୁଛନ୍ତି ଦରିଆକୂଳରେ ଥିବା କାଳିଆକୁ।
ତୋ'ର ଇଚ୍ଛା କ'ଣ ଏଇଆ...?
ଦରିଆ ଏପଟରେ ରହି ସେପଟ କଥା ଜାଣିବୁ କେମିତି...?
ଚକାନୟନରେ ଚାହିଁଦେ ଥରେ...
ଦେଖିବୁ କ'ଣ ସବୁ ଘଟିଯାଇଛି ଏ ଦୁନିଆରେ...ଦରିଆ ସେପାରି ବୋହୂର
ଦୋଷ କ’ଣ?
ସେ ତ ସେପାରିରେ ଥିଲା ଏପାରି କଥା କେମିତି ଜାଣିବ?
ମୁଠାଏ ସ୍ୱପ୍ନ ୬୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ