ଅଧ୍ୟାୟ ୧୯ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ଦରିଆ ସେପାରିରେ ପହଞ୍ଚି ପାରେନା ଏପାରିର ଶଙ୍ଖଧ୍ୱନି ମନ୍ତ୍ର ଉଚ୍ଚାରଣ। ତଥାପି
ହୃଦୟ ଥାଏ ପ୍ରତିଟି ମଣିଷ ଭିତରେ। ଆମେ ଯେମିତି ଦେଖିବା ସେମିତି ଦେଖାଯିବ
ଦୁନିଆ। ଦେଖାଯିବ ପ୍ରତିଟି ମଣିଷ।
ସତରେ ଯଦି ଆଖି ଖୋଲି ଭଲରେ ଦେଖିବ ସମସ୍ତେ ଭଲ ଲାଗିବେ। ସବୁକୁ
ଆଦରିନେଲେ ଭଲରେ ସମୟ କଟିଯାଏ।
ଏମିତି ଚାଲିଥାଏ ଜୀବନ। କେବେ ହସ କେବେ ଲୁହ। ତାହା ହିଁ ତ ଜୀବନ।
ଜୀବନ ଦୂରରୁ ହିଁ ସୁନ୍ଦର। ଦେଖୁନ ଦୂର ପର୍ବତକୁ। ଭାରି ସୁନ୍ଦର। ପାଖକୁ ଗଲେ
ଖାଲି ପଥର ଆଉ ପଥର। ଏଇ ତ ଜୀବନ। ଯାହା ମିଳୁଛି ମିଳୁ, ସବୁ ଫେଣ୍ଟି ଦେଇ
ପିଇପାରିଲେ ଦେହକୁ ହିତ। ଠିକ୍ ଚୈତ୍ରମାସର ନିମ୍ବ ପତ୍ର ପରି। ପାଟିକୁ ପିତା ଆଉ
ଦେହକୁ ହିତ। ଏଇ ତ ଜୀବନ। ଅଳିକ ସଂସାରରେ କର ନିଜର ହୃଦୟକୁ ବିଶାଳ।
ଦେଖିବ ଭାରି ଭଲ ଲାଗିବ ଏଇ ଦୁନିଆଟା।
ସୁମିତ୍ରା ଦେବୀ। ଆଭିଜାତ୍ୟର ଗହଣା ଭିତରେ ଭାରୀ ଭାରୀ। ଓଜନିଆ ଲାଗେ
ତାଙ୍କର ସ୍ୱଭାବ। ସ୍ୱାଭିମାନୀ ମଣିଷଟିଏ। କିନ୍ତୁ ହୃଦୟ ସରଳ। ଆଦରି ନିଅନ୍ତି ସବୁ
ମଣିଷକୁ। ସତରେ କେହି ନ କହିଲେ ବି ସେ ଭଗବାନଙ୍କୁ ଶତ ଧନ୍ୟବାଦ ଦିଅନ୍ତି
ଏମିତି ସ୍ୱଭାବ ଦେଇ ଥିବାରୁ...।
୭୦ ମୁଠାଏ ସ୍ୱପ୍ନ
ଦୀର୍ଘ ଛମାସ ପରେ ପୁଅ-ବୋହୂ ଘରକୁ ଆସିଛନ୍ତି।
ସୁମିତ୍ରା ଦେବୀଙ୍କର ଗୋଡ଼ ତଳେ ଲାଗୁନି। ଯାହା ସବୁ ରୋଷେଇ ଜାଣନ୍ତି ସବୁ
ପୁଅ-ବୋହୂଙ୍କୁ କରି ଖୁଆଉଛନ୍ତି। ଭୁଲି ଯାଇଛନ୍ତି ସେ ବୋହୂ ବୋଲି। ସତରେ
ଝିଅଟିଏ ପାଇଛନ୍ତି। ଆଦର ସ୍ନେହ ମମତା ଭିତରେ ସମୟ ସରି ସରି ଆସୁଛି। ଦିନେ
ଭାବୁଥିଲେ ଦରିଆ ସେପଟରୁ ବୋହୂ ଚଳିପାରିବ କି ନା। ମନରେ ଭୟ ଥିଲା ଆଜି
ସେମିତି କିଛି ଲାଗୁନି। ବୋହୂ ନୁହେଁ ଝିଅଟିଏ ପାଇଛନ୍ତି। କିଛି କର୍ତ୍ତବ୍ୟ ସେ ଆଶା
କରୁନାହାନ୍ତି, ଅଧିକାର ସାବ୍ୟସ୍ତ କରୁନାହାଁନ୍ତି।
କେବଳ ତାଙ୍କ କୋଳରେ ଝିଅଟିଏ।
ଦୁଇଟି ପୁଅ ପାଇ ବି ଝିଅଟେ ପାଇଁ ଘରଟି ଖାଲି ଖାଲି ଲାଗୁଥିଲା। ଆଜି
କୋଳ ପୂରି ଯାଇଛି।
ନୀରବ ମନରେ ସେ ଚାହିଁଛନ୍ତି ଶୂନ୍ୟ ଆକାଶକୁ। ଧୈର୍ଯ୍ୟ ଦିଅ ଠାକୁର ବାକି
କାମ ଭଲରେ ସରିଯାଉ। ଭଲେ ଭଲେ ଫେରାଇ ନିଅ ଠାକୁର... ଆଧ୍ୟାତ୍ମିକବାଦୀ
ନାରୀଟିଏ। ସବୁ ସମର୍ପଣ କରନ୍ତି ଭଗବାନଙ୍କୁ। ତାଙ୍କ ଇଚ୍ଛାକୁ ସମ୍ମାନ ଦିଅନ୍ତି ସୁମିତ୍ରା
ଦେବୀ।
ଭାଙ୍ଗି ପଡ଼ୁଥିବା ମଣିଷଟିଏ ଛିଡ଼ାହେବା ପାଇଁ ସାହସ ବାନ୍ଧି ଚଳାଇଛନ୍ତି ସଂସାର
ନାବକୁ। ଧୈର୍ଯ୍ୟର ଆହୁଲାରେ ପାରିହେବେ ସଂସାର ସାଗର।
ଏଇତ ଜଗନ୍ନାଥଙ୍କର ଇଚ୍ଛା...
(ସମାଜକୁ ବାର୍ତ୍ତା: ବଦଳାଇ ଦିଅନ୍ତୁ ନିଜର ଦୃଷ୍ଟିକୋଣ। ବଦଳାଇ ଦିଅନ୍ତୁ
ନିଜର ଭାବନା। ଅଭିମାନକୁ ଫିଙ୍ଗି ଦିଅନ୍ତୁ ମହାନଦୀକୁ। ଆଶାର ବୈତରଣୀକୁ ଶୁଖାଇ
ଦିଅନ୍ତୁ। ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ। ଜୀବନ ସରି ସରି ଆସୁଛି। ବୟସର ଅପରାହ୍ନରେ
ଯୁଗ ସହିତ ସାମିଲ ହୁଅନ୍ତୁ। ଆଉ ଯିବେନି ବୃଦ୍ଧାଶ୍ରମ। ହେବନି ଶାଶୁ ବୋହୂ ଭିତରେ
ମନୋମାଳିନ୍ୟ। ଆପଣମାନେ ଯେତେ ବୟସ୍କ ଅଛନ୍ତି ପିଲାଙ୍କ ସହିତ ସାମିଲ ହୋଇ
ଚଳନ୍ତୁ ସୁମିତ୍ରା ଦେବୀଙ୍କ ପରି। ନିଶ୍ଚୟ ଆନନ୍ଦରେ ଘର ପୂରି ଉଠିବ। ବୋହୂ ନୁହେଁ
ଝିଅଟିଏ ବୋଲି ଗ୍ରହଣ କରନ୍ତୁ। ଅଳିକ ଜୀବନ ଆଜି ଅଛି କାଲି ନାହିଁ। ଅଢ଼େଇ
ଦିନକୁ କାହିଁକି ଆଣ୍ଟ...!
ମୁଠାଏ ସ୍ୱପ୍ନ ୭୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ