ଅଧ୍ୟାୟ ୨୦ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ଦରିଆ ସେପାରି ବୋହୂର ହାତଲେଖା ଚିଠିଟିଏ। ମିନତି ଦେବୀ ଦେଖୁଛନ୍ତି ହାତଲେଖା
ଚିଠିଟିକୁ ବାରମ୍ବାର ଓଲଟାଇ। ଭାବୁଛନ୍ତି ଅନେକ କିଛି । ହଠାତ୍ ଝଡ଼ ପରେ ନୀରବତା
ପରି ଚିଠିଟି ଭରି ଦେଇଛି ଆନ୍ତରିକତା।
ନୂଆ ନୂଆ ବିବାହ କରି ଯାଇଛି ବୋହୂ ସେଠି କେମିତି ଚଳୁଛି ଜାଣିବା ପାଇଁ
ମିନତି ଦେବୀ ସ୍ୱାମୀଙ୍କ ସହ ପୁଅ ପାଖକୁ ବୁଲି ଯାଇଛନ୍ତି। ହସ ଖୁସିରେ ବହୁତ
ସମୟ କଟିଯାଉଛି ଏଣେ ତେଣେ ବୁଲାବୁଲି କରି।
ସେଦିନ ହଠାତ୍ ପୁଅ ଡାକିଲା, “ମାମା ଆସ ଏଠାକୁ।”
ମିନତି ଦେବୀ ଟିକେ ରେଷ୍ଟ ନେଉଥାନ୍ତି। ପୁଅ ଡାକରେ ମା କି ରହିପାରେ!
ଦୌଡ଼ି ଆସିଲେ ପୁଅ ପାଖକୁ। ବୋହୂ ବି ସେଠାରେ ଉପସ୍ଥିତ। କିଛି ବୁଝିପାରିଲେନି
ମିନତି ଦେବି।
ବୋହୂ ହଠାତ୍ କହିଲା, “ହାପି ବାର୍ଥଡେ ମାମା।”
ଓଃ ଏଇଥିପାଇଁ ପୁଅ ଡାକୁଥିଲା ତାଙ୍କୁ। ମିନତି ଦେବୀ ଭୁଲି ଯାଇଛନ୍ତି ଜନ୍ମଦିନର
ବାର ତିଥି ତାରିଖ ସବୁ କିଛି। ଜଞ୍ଜାଳ ଜୀବନ ଭିତରେ ହଜାଇ ଦେଇଛନ୍ତି ସବୁ କିଛି
ନିଜ କଥାକୁ। ବୟସର ଅପରାହ୍ନରେ ଆଉ କ’ଣ ଜନ୍ମଦିନ ଯେ...?
ଲାଜ ଲାଗୁଛି। ଭାବିଲେ ସେ କେମିତି ଭୁଲିଗଲେ ନିଜ ଜନ୍ମଦିନକୁ। ହଁ ଏମିତି
୭୨ ମୁଠାଏ ସ୍ୱପ୍ନ
ବି ବୋଧହୁଏ କିଛି କିଛି କଥା ମଣିଷ ଆପେଆପେ ଭୁଲିଯାଏ ସମୟକ୍ରମେ। ହଜିଲା
ଡାଏରୀରେ ଲେଖା ଅତୀତଟା ଆଉ କେଉଁଠି? ହଜିଗଲା ଏଇ ତେଲଲୁଣ ସଂସାର
ଭିତରେ।
ମନେମନେ ହସିଲେ ମିନତି ଦେବୀ କହିଲେ, “ହଉ ହେଲା ଯେ... ଆରେ
ମା’ ତୁମମାନଙ୍କର ସିନା ଏବେ ପାଳନ ହେବା କଥା, ମୋର କ’ଣ ପାଳନ ହେବ?”
ସେମାନେ ଜୋର୍ କରି ତାଙ୍କୁ ବସାଇଦେଲେ। ଆଗରୁ ଲୁଚାଇ ରଖିଥିବା କେକ୍
ଆଣି ରଖିଲେ। ହାତ ଧରି କେକ୍ କାଟିଲେ। ତା’ପରେ ଲୁଚାଇ ରଖିଥିବା ଗିଫ୍ଟ ଆଣି
ମିନତି ଦେବୀଙ୍କୁ ଦେଲେ।
ମିନତି ଦେବୀ ଭ୍ୟାନିଟ ବ୍ୟାଗକୁ ଭଲ ପାଆନ୍ତି। ସଜବାଜ ହେବାକୁ ଭଲ
ପାଆନ୍ତି। ତେଣୁ ପୁଅ-ବୋହୂ କଥା ହୋଇ ଭ୍ୟାନିଟ୍ ବ୍ୟାଗ ଆଉ ସଜବାଜ ଜିନିଷ
କିଛି ଆଣି ଧରାଇଦେଲେ।
ମିନତି ଦେବୀ ଜିନିଷ ଦେଖୁଦେଖୁ ପାଇଲେ ଚିଠିଟିଏ। ଇଂରାଜିରେ
ଲେଖାଯାଇଛି ଚିଠିଟିଏ। ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି ମିନତି ଦେବି...!
ଅଣ ଓଡ଼ିଆ ଝିଅଟିଏ ନୂଆ ନୂଆ ବୋହୂଟିଏ ସାଜିଛି। ଓଡ଼ିଆ ଶିଖିନି, ତେଣୁ
ଭାଷାଗତ ଅସୁବିଧା ନିଶ୍ଚୟ। ତଥାପି ମିନତି ଦେବୀ ବୋହୂକୁ ଦେଖି ଖୁବ୍ ଖୁସି।
କାହିଁକି ନା ତାଙ୍କର ଝିଅ ନାହିଁ। ତେଣୁ ଝିଅ ପ୍ରତି ଦୁର୍ବଳତା ତାଙ୍କର।
ସ୍ୱାମୀ ବି ଖୁବ୍ ଭଲ ପାଆନ୍ତି ବୋହୂଟିକୁ ଠିକ୍ ଝିଅଟିଏ ପରି। ସେମାନେ
ବୁଝିଛନ୍ତି ବୋହୂ ଝିଅଠାରୁ କମ୍ ନୁହେଁ। ବୋହୂ ଝିଅ ଭିତରେ କିଛି ଫରକ୍ ନାହିଁ।
ଦୁହିତା ଦୁଇ କୂଳକୁ ହିତା। ତେଣୁ ସେମାନେ ବୋହୂକୁ ବହୁତ ସ୍ନେହ କରନ୍ତି। ନିଜଠୁ
ନିଜର ଭାବନ୍ତି। ମିନତି ଦେବୀ କେବେ ବି ବୋହୂଠାରୁ କିଛି ଆଶା କରନ୍ତି ନାହିଁ।
ସେ ଠିକ୍ ବୁଝିଛନ୍ତି ଆଜିକାଲିର ଝିଅ ପୁଣି ଚାକିରିଆ ବୋହୂ। ସେ କ’ଣ ବା
କର୍ତ୍ତବ୍ୟ କରିପାରିବ? ବରଂ ମିନତି ଦେବୀ ସକାଳୁ ଉଠି ସବୁ କାମ ସାରିଦିଅନ୍ତି।
ପୁଅ ବି ଚାକର ପୂଜାରୀ ରଖିଦେଇଛି ବୋହୂ ପାଇଁ। ତଥାପି ମିନତି ଦେବୀ
ସବୁ କରନ୍ତି ସକାଳୁ ସକାଳୁ। ଦୁଇଟି ପିଲାଙ୍କୁ ମଣିଷ କରିଛନ୍ତି ମିନତି ଦେବୀ। ତାଙ୍କୁ
କ’ଣ ଅଜଣା ଯେ! ତେଣୁ ସବୁ ଠିକ୍ଠାକ୍ ଚାଲେ ଘରର କାମଧନ୍ଦା ଆଉ ସମ୍ପର୍କ ବି।
ବୋହୂ ଝିଅଠୁ କମ୍ ନୁହେଁ। ସେ ତ ଅନେକ ଆଶା ଭରସାର ବନ୍ଧ ବାନ୍ଧି ପର ଘରକୁ
ଆସିଥାଏ। ପରକୁ ଆପଣାର କରେ। ନିଜେ ଖାପ ଖୋଇ ଚଳିବାକୁ ଚେଷ୍ଟା କରେ।
ତା’ ଘରର ଆତ୍ମୀୟତାକୁ ସେ କାଟିଦେଇ ବହୁ କଷ୍ଟରେ ମୁକୁଳିଥାଏ। ପର ଘରେ
ସଭିଙ୍କ ସହ ମିଶିବାକୁ ଚେଷ୍ଟା କରେ ସବୁବେଳେ। କେତେ ଦୁଃଖ ଛାତିରେ ଲଦି
ଦେଇ ଝିଅଟିଏ ବାପା ମା'ଙ୍କୁ ଛାଡ଼ି ପର ଘରକୁ ଆସେ ସଂସାର ବାନ୍ଧିବାକୁ।
ମୁଠାଏ ସ୍ୱପ୍ନ ୭୩
ମୁଠାଏ ସ୍ୱପ୍ନ ୭୩
ଝିଅର ଅନ୍ତର୍ଦାହ ମିନତି ଦେବୀ ଠିକ୍ ବୁଝିଛନ୍ତି। ସେ ବି ଦିନେ ସେମିତି ନିଜ
ଘର ଛାଡ଼ି ଆସିଥିଲେ ସ୍ୱାମୀ ସହ ସଂସାର ବାନ୍ଧିବାକୁ। ଆଜି ସେ ପୁଣି ଶାଶୁ ଭୂମିକାରେ।
ତାଙ୍କ ଶାଶୁ ବି ତାଙ୍କୁ ଖୁବ୍ ଭଲ ପାଉଥିଲେ। ସେ କାହିଁକି ତାଙ୍କ ବୋହୂକୁ ଅନାଦର
କରିବେ? ଛୋଟ ଝିଅଟିଏ, ଟିକି ହାତରୁ ମେହେନ୍ଦି ନେଲ୍ ପାଲିସ୍ ଛାଡ଼ିନି। ଆଜି
ବି ଆକାଶରେ ଉଡୁଛି ଟିକି ପ୍ରଜାପତିଟି ପରି। ପବନରେ ଉଡ଼ିଯାଉଛି ଚୁନ୍ରୀ ତା'ର।
ସେ କ’ଣ ସଜାଡ଼ିପାରିବ ଏତେ ଶୀଘ୍ର ସୁନ୍ଦର କରି ଘରକୁ। ତେଣୁ ମିନତି
ଦେବୀ ପୁଅ-ବୋହୂର ସଂସାର ଧୀରେଧୀରେ ସଜାଡ଼ି ଦେଉଛନ୍ତି।
ହଠାତ୍ ବୋହୂର ଚିଠିଟି ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କ’ଣ ଲେଖିଛି
ବୋହୂଟି ତରତର ହୋଇ ଖୋଲିଦେଲେ କାଗଜଟି। ବୋହୂ-ପୁଅ ସେମିତି ପାଖରେ
ଠିଆ ହୋଇ ତାଙ୍କୁ ଦେଖୁଛନ୍ତି।
ବୋହୂ କହୁଛି, “ମାମା, ପ୍ଲିଜ୍ ରିଡ୍ ଇଟ୍।”
ମିନତି ଦେବୀ ପଢ଼ା ଆରମ୍ଭ କଲେ...
“ଗଚ୍ଚ ୟରବକ୍ସ କ୍ଷକ୍ଟଙ୍ଖସଦ୍ଭଶ ଗବଜ୍ଞବ
ଖକ୍ଟଙ୍ଖର ଚ୍ଚକ୍ଟଙ୍କ ଙ୍ଖରକ୍ସଚ୍ଚ ଜ୍ଞଙ୍କମଷ
ଞଷବଦ୍ଭଳଗ୍ଦ ଲକ୍ଟକ୍ସ ଚ୍ଚକ୍ଟଙ୍କକ୍ସ କ୍ଷକ୍ଟଙ୍ଖର ବଦ୍ଭୟ ବଲଲରମଗ୍ଧସକ୍ଟଦ୍ଭ
ଓ ଷକ୍ଟକ୍ଟ୍ରର ଚ୍ଚକ୍ଟଙ୍କ ଙ୍ଗସକ୍ଷକ୍ଷ ବକ୍ଷଙ୍ଗବଚ୍ଚଗ୍ଦ ଗ୍ଦରର ଜ୍ଞର ହଙ୍କଗ୍ଦଗ୍ଧ
ବଗ୍ଦ ଚ୍ଚକ୍ଟଙ୍କକ୍ସ ୟବଙ୍କଶଷଗ୍ଧରକ୍ସ.”
ଝରଝର ହୋଇ ବୋହିଗଲା ଲୁହ ସବୁ। କୋଳେଇନେଲେ ବୋହୂଟିକୁ।
ଆଉଁସି ଦେଲେ ବୋହୂ ପିଠିକୁ। କହିଲେ, “ତୁ ଆଜିଠାରୁ ବୋହୂ ନୁହେଁ, ଝିଅ
ମୋର।”
କିଛି ନାହିଁ, ସବୁ ଅନ୍ଧ ବିଶ୍ୱାସ। ଯଦି ଆଦରରେ କୋଳେଇନେବ, ପଶୁଟିଏ ବି
ବୋଲି ମାନିବ। ବୋହୂ ହେଉ ଦରିଆ ସେପାରିର, ସେଥିରେ କ’ଣ ଅଛି? ତା'ର
ତ ବିଶାଳ ହୃଦୟଟିଏ ଅଛି। ସେଇ କ’ଣ ଯଥେଷ୍ଟ ନୁହେଁ କି? କାହିଁକି ଏ
ବାଛବିଚାର? ରକ୍ତ ତ ଏକ ପୁଣି ଭେଦଭାବ କ’ଣ ଯେ?
୭୪ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ