ଅଧ୍ୟାୟ ୨୧ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଦେଖିଛ... ଭୋକିଲା ପେଟକୁ? ତା'ର ବିକଳ ଚାହାଣିକୁ? ଭୋକରେ ଆଉଟୁ
ପାଉଟୁ ପିଲାକୁ? ଭୋକିଲା ପେଟ। ସେ କ’ଣ ବୁଝିବ ଖାଦ୍ୟର ଭଲ ମନ୍ଦ। ମୁଠାଏ
ମିଳିଗଲେ ତା'ର ଆତ୍ମତୃପ୍ତି।
ଯିଏ ଗରିବିର କଷାଘାତରେ ଜର୍ଜରିତ। ଯନ୍ତ୍ରଣାରେ ତା'ର ପେଟ ଛଟପଟ। ହା
ଅନ୍ନ ହା ଅନ୍ନର ଚିକôାର କରୁଥାଏ ତା'ର ପ୍ରାଣ। ସେ କାହିଁକି ଖୋଜିବ ପଲାଉ
ମାଂସ, ଯିଏ ଜାଣିନି ଦିନେ ତା'ର ସ୍ୱାଦ।
ଯାଅ ଦେଖ ଫୁଟପାଥକୁ, ଟ୍ରେନ ଲାଇନ କଡ଼କୁ। କେତେ ମଣିଷ ବଞ୍ଚିଥାଇ ବି
ଛଟପଟ। ମୃତୁ୍ୟ ସତରେ ଦୁଆର ପିଟୁଛି। ସକାଳ ହେଲେ ପିଲାମାନେ ଦୌଡୁଛନ୍ତି
ଡଷ୍ଟବିନ୍ ପାଖକୁ! କିଛି ବଳକା ଅଇଁଠା ଗୋଟାଇ ଖାଇବାକୁ।
ଅର୍ଦ୍ଧନଗ୍ନ ଦେହ, ଶୀତରେ ଥୁରୁଥୁରୁ ଶରୀର, ଜାକିଜୁକି ହୋଇ ଶୋଇପଡ଼ନ୍ତି
କେଉଁ ଫୁଟପାଥ୍ ବା ଷ୍ଟେସନରେ।
ତାଙ୍କର ବଞ୍ଚିବା ପାଇଁ ସଂଗ୍ରାମ ଅହରହ।
ସେ କାହିଁକି ଭାବିବେ ଅନ୍ୟ କିଛି। କେଉଁଠୁ ଆସିବ ତାଙ୍କ ପାଖରେ ଛଳନା,
ଈର୍ଷା ଆଉ ପରଶ୍ରୀକାତରତା, ଯେଉଁମାନଙ୍କ ମନରେ ଥାଏ ପେଟର ଚିନ୍ତା।
ଭଗବାନଙ୍କ ଅନବଦ୍ୟ ସୃଷ୍ଟି ବି ସେମାନେ।
ମୁଠାଏ ସ୍ୱପ୍ନ ୭୫
କେଉଁ ଜନ୍ମର କର୍ମ ଫଳ ଭୋଗୁଛନ୍ତି ଏବେ ଏଇ ଜନ୍ମରେ। ସମସ୍ତେ ତ
ଭଗବାନଙ୍କ ଅମୃତ ସନ୍ତାନ। ତଥାପି କାହିଁକି ଏତେ ଫରକ? ସମାଜରେ କିଏ
ବଡ଼ଲୋକି ଅବହାୱା ଭିତର ପ୍ରାସାଦରେ ତୂଳିତଳ୍ପ ଶଯ୍ୟାରେ ଶୋଇ ସମୟ କାଟୁଛି
ତ କିଏ ଡହଳବିକଳ ମୁଠାଏ ଅନ୍ନ ପାଇଁ। ବିରାଟ ପ୍ରଭେଦ ସମାଜରେ। ସେମାନେ
ବି ମଣିଷ ଜନ୍ମ ପାଇଛନ୍ତି। ଦୁଃଖ ବାରମାସି ସୁଖ ପରଦେଶୀ ତାଙ୍କ ପାଇଁ।
ଲତା..
ଡଉଲ ଡାଉଲ ଶରୀର।
ଶ୍ୟାମଳୀ ରଙ୍ଗ।
ଯୌବନ ଲହଡ଼ି ମାରୁଛି ସର୍ବାଙ୍ଗରେ।
ଛିଣ୍ଡା ଲୁଗାରେ ସ୍ପଷ୍ଟ ବାରିହୋଇ ପଡୁଛି ସେ ଯେ ସଜ ଗୋଲାପ ଫୁଲଟିଏ।
ଅପାଠୁଆ ଆଦିବାସୀ। ଘର କାମ କରୁଥିବା କାମବାଲିଟିଏ। ଚାହିଁ ରହିଥାଏ ମୁଠାଏ
ଖାଇବାକୁ। ବେଳେବେଳେ ମା' ଗରଗର ହୁଅନ୍ତି ତା' ଉପରେ। କିନ୍ତୁ ସେ କଥା
ଧରେନା। ହସିଦିଏ। ମୁଠାଏ ଭାତ ଟୋପେ ଚା’ ପାଇଗଲେ ଖୁସି। ଯେଉଁ ଦିନ ଭଲ
ଖାଇବା ଦିଆଯାଏ, ସେ ଲୁଚାଇ ତା' ପିଲା ପାଇଁ ନେଇଯାଏ।
ସୁନୀତା ଦେବୀ ରାଗିଯାଆନ୍ତି ସିନା, ବେଳେବେଳେ ଭାବନ୍ତି। ବିଚାରୀ ଅଭାବୀ
ବୋଲି ଆସି ପାଇଟି କରୁଛି। ଭୋକିଲା ପେଟ ଆଉ ଦେହର ଲାଜ ଲୁଚାଇବା ପାଇଁ
ସେ ସକାଳୁ ସଞ୍ଜ ଖଟୁଛି। ତାଙ୍କ ପାଇଁ କେତେ ଯୋଜନା। ହେଲେ ସେ ଯୋଜନା
ପାଖରେ ଲତା ପରି ନାରୀ ପହଞ୍ଚି ପାରନ୍ତି ନାହିଁ।
ବୁଝାଇଲେ ବି ବୁଝେନା ବିଚାରୀ। କହେ ମୁଠେ ଭାତ ମିଳିଗଲେ ସରିଲା।
ମୋତେ କିଛି ଦରକାର ନାହିଁ। ତୁମ ଘରେ କାମ କରୁଥିବି, ଯାହା ପାଇବି ସେଥିରେ
ଖୁସି।
ସୁନୀତା ଦେବୀ ଭାବନ୍ତି, ଆଜି ବି ଲୋକ ଏମିତି ଅଛନ୍ତି। ଯେଉଁମାନେ କିଛି
ବୁଝନ୍ତି ନାହିଁ। ଖାଇବା ମିଳିଗଲେ ପେଟ ପାଇଁ ସରିଲା। ଦେହ ଲୁଚାଇବା ପାଇଁ
କାହାର ପାଲଟଣ ମିଳିଯିବ ଯେ...
ସୁନୀତା ଦେବୀ ଭାବନ୍ତି, ଭୋକିଲା ମଣିଷର କଥା।
ତା'ର ଭିନ୍ନ ସ୍ୱପ୍ନ ନାହିଁ। ହେଲେ ଏ ବଡ଼ଲୋକମାନଙ୍କର କାମନା ସରେନା
କାହିଁକି...? ଜୀବନ ତମାମ ପଇସା ଗୋଟେଇ ଗୋଟେଇ ତଥାପି ନିଅଣ୍ଟ। କାମନାର
ବିନାଶ ହୁଏନି। ନିଜକୁ ଲତା ସହ ତୁଳନା କରନ୍ତି ସେ। ଭୋକିଲା ଆଖି ଅପେକ୍ଷା
ତାଙ୍କ ଭୋକ ଅଧିକ। ଜୀବନର ଦୋଛକିରେ କେତେ ମୋଡ଼ାଣି ଅତିକ୍ରମ କରିଛନ୍ତି
ସୁନୀତା ଦେବୀ। ସେଥିପାଇଁ ସେ ବୁଝିପାରନ୍ତି, ଭୋକିଲା ପେଟର ଦୁଃଖ। କିନ୍ତୁ ସେ
୭୬ ମୁଠାଏ ସ୍ୱପ୍ନ
ଭାବନ୍ତି ଏ ବଡ଼ଲୋକମାନେ ଟଙ୍କା ପଛରେ ଗୋଡ଼ାଇଥାନ୍ତି।
ତାଙ୍କୁ ବି ଭୋକ। ଲତାର ଭୋକ ଆଉ ତାଙ୍କ ଭିତରେ ବହୁତ ପାର୍ଥକ୍ୟ। ଲତା
ପେଟ ପାଇଁ, ଆଉ ସେମାନେ ଅତୃପ୍ତ ନିଜର କାମନା ଚରିତାର୍ଥ ପାଇଁ। ଏଇ ତ
ପାର୍ଥକ୍ୟ ଆମ ସମାଜରେ ମଣିଷ ମଣିଷ ଭିତରେ।
ସେଥିପାଇଁ ସୁନୀତା ଦେବୀ ଭୋକିଲା ପେଟର ମଣିଷକୁ ଚିହ୍ନନ୍ତି। ଆଉ ଲତାକୁ
ସବୁବେଳେ କିଛି ଖାଇବାକୁ ଦିଅନ୍ତି।
ଭୋକିଲା ପେଟକୁ ଆମେ ଚିହ୍ନିବା ଦରକାର। ନହେଲେ ଆମେ ଭଲରେ ରହି
ଲାଭ କ’ଣ? ଭଲ ମଣିଷର ସଂଜ୍ଞା ଆଉ କ’ଣ କି?
କାହାର ଦୁଃଖକୁ ନିଜ କଷ୍ଟ ଭାବି ସାହାଯ୍ୟର ହାତ ବଢ଼ାଇବା। କାହା ମୁହଁରେ
ଟିକେ ହସ ଦେଖିବା। ଏଇ ତ ଜୀବନ।
ଆସ, ସମସ୍ତେ ମିଶି ଲତା ଭଳି କେତେ କେତେ ମଣିଷର ଲୁହ ପୋଛିଦେବା।
ଭୋକିଲା ପେଟକୁ ମୁଠାଏ ଆହାର ଦେବା...।
ମୁଠାଏ ସ୍ୱପ୍ନ ୭୭
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ