ଅଧ୍ୟାୟ ୨୨ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ଅମାବାସ୍ୟାର ଗହୀର ନିଶା। ନିରବତା କେବଳ କଣ୍ଟକ। ହଠାତ୍ ନିଶିଥୀର
ସୁନାପାହାଡ଼କୁ ଚିରି ଠକ୍-ଠକ୍ ଶବ୍ଦ ଶୁଣି ସୀମାର ନିଦ ଭାଙ୍ଗିଗଲା।
ଅନ୍ଧାରଟି ବହୁତ ଘନ। ଘରଟି ଏକୁଟିଆ। ଆକାଶ ଭରି ଅମାବାସ୍ୟା। ସୀମାର
ହୃଦୟ ଧକ୍ଧକ୍ କରୁଥିଲା।
“ଏତେ ରାତିରେ କିଏ ଦୁଆରେ?”
ସୀମା ସୁନ୍ଦରୀ, ଶିକ୍ଷିତା ଏବଂ ସରଳ ନୂଆ ପୋଷ୍ଟମାଷ୍ଟର। ଦୂର ଗାଁର ଏକ
ଭଡ଼ାଘରେ ଏକା ରହୁଛି। ରାତିରେ ଏମିତି ଅଜଣା ଠକ୍ଠକ୍ ଶବ୍ଦରେ ଡର ହେବା
ସ୍ୱାଭାବିକ।
ପୁଣି ଠକ୍ ଠକ୍।
ଏଥର ଏକ ମୃଦୁ, କ୍ଷୀଣ ସ୍ୱର- “ବଞ୍ଚାଅ ମୋତେ, ଦୁଆର ଟିକେ ଖୋଲ।”
ସୀମାର ହାତ କମ୍ପିଗଲା।
ଖୋଲିବ? ନା ଖୋଲିବନି?
ଦୋଦୋପାଞ୍ଚରେ ଦଉଡ଼ୁଥିଲା ମନ। କିନ୍ତୁ ଦୁଆର ଭିତରେ କିଛି ଅଜଣା ଟାଣ।
ମଣିଷତ୍ୱ ତାକୁ ମଧ୍ୟରାତିରେ ଦୁଆର ଦିଗରେ ଗତି କରାଇଦେଲା। ଧୀରେଧୀରେ
କବାଟ ଖୋଲିବାକୁ ଗଲା। ଦେଖିଲା- ଦୁଆର ବାହାରେ ଗୋଟିଏ ଯୁବକ, କ୍ଷତବିକ୍ଷତ
୭୮ ମୁଠାଏ ସ୍ୱପ୍ନ
ଶରୀର। ରକ୍ତରେ ଭିଜା ଜାମା, ଜ୍ୱରାକ୍ରାନ୍ତ ଓ ମୁର୍ମୂଷୁ। ସୀମାର ଶରୀର ଶିହରି ଯାଇଥିଲା।
ସେ କିଛିକ୍ଷଣ ପାଇଁ ଦୁଆର ବନ୍ଦ କରିବାକୁ ଭାବିଲା। କିନ୍ତୁ ଏ ବେଳକୁ ମଣିଷ ହୋଇ
ମଣିଷକୁ ଛାଡ଼ିଦେବା? ତା’ ମନ ମାନିଲା ନାହିଁ।
“ହୁଏତ ଭଗବାନ ଏହି ପିଲାକୁ ମୋ’ ଦୁଆରକୁ ପଠାଇଛନ୍ତି।” ଏମିତି ଭାବି
ସେ ଟାଣି ଟାଣି ଯୁବକକୁ ଘରକୁ ଆଣିଲା। ସୀମା ସାରା ରାତି ଓଦାପଟି ଦେଇ
ଯୁବକର ଜ୍ୱର କମେଇଲା। ମଲମ ଲଗାଇଲା। ପାଣି ଦେଲା। ଦୁଆରେ ପଡ଼ିଥିବା
ଗୋଟିଏ ଅଜଣା ଜୀବନକୁ ବଞ୍ଚାଇବା ପାଇଁ ପ୍ରାଣପଣେ ଲାଗିଥିଲା।
ଏସବୁ କରିବା ଭିତରେ କେତେବେଳେ ଯେ ସେ ଥକିଥକି ବସିଥିବା ସ୍ଥାନରେ
ହିଁ ନିଦ ଯାଇଥିଲା।
ଭୋରର ଆଲୋକ ଆସିବାବେଳେ ଯୁବକର ଆଖି ଖୋଲିଲା। ତାଙ୍କ ସାମ୍ନାରେ
ଏକ ସରଳ ସୁନ୍ଦର ଯୁବତୀ ଦୟାର ସାଗର ଭଳି ଶୋଇପଡ଼ିଛି, ସାରା ରାତି ସେବା
କରି। କିନ୍ତୁ ସେ... ସେ ଯେ ଜଣେ ଆତଙ୍କବାଦୀ! ପୋଲିସ ଗୁଳିରେ ଘାଏଲ ହୋଇ
ଜୀବନ ବିକଳରେ ଏଠାକୁ ପଶିଆସିଥିଲା।
ଏ ଝିଅଟି ଯଦି ତା’ର ପରିଚୟ ଜାଣିଯାଏ, ତା’ର ଜୀବନ ଅନର୍ଥ ହୋଇଯିବ।
ନିଜ ଅପରାଧୀ ଜୀବନରେ ପ୍ରଥମେ ଦୟାର ସ୍ପର୍ଶ ଅନୁଭବ କରି ସେ ଭିତରୁ
ଭାଙ୍ଗିପଡ଼ିଲା।
ସେ ଜାଣେ, ଏହି ଝିଅଟିକୁ ସତ୍ୟ ଜାଣାଇବା ଅର୍ଥ ନିଜକୁ ବିପଦ ମୁହଁକୁ
ଠେଲିଦେବା। ତେଣୁ ସୀମା ଶୋଇଥିବାବେଳେ ସେ ଚୁପ୍ଚାପ୍ ଉଠି କବାଟ ଖୋଲି
ବାହାରିଗଲା। ଯିବାବେଳେ ଭଦ୍ରତାରେ କବାଟଟି ଆଉଜାଇ ଦେଇଗଲା।
ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦରେ ସୀମାର ନିଦ ଭାଙ୍ଗିଗଲା। ଦେଖିଲା- ରାତିର
ଯୁବକଟି କେଉଁଠି ନାହିଁ।
ଏସବୁ ସ୍ୱପ୍ନ ଥିଲା ନା କ’ଣ? କିନ୍ତୁ ସବୁକିଛି ତ ମନେ ଅଛି।
ଅଫିସକୁ ପହଞ୍ଚି ସୀମା ଖବରକାଗଜ ଖୋଲିଲା। ପ୍ରଥମ ପୃଷ୍ଠାରେ ନଜର ପଡ଼ିବା
ମାତ୍ରେ ତା’ ଶରୀର କମ୍ପିଯାଇଥିଲା, “କୁଖ୍ୟାତ ଆତଙ୍କବାଦୀ ଘାଏଲ। ସମ୍ଭବତଃ
ରାତିରେ କାହା ଘରେ ପଶି ଆଶ୍ରୟ ନେଇଛି। ଚାରିଆଡ଼େ ଏବେ ଖାନତଲାସି
ଚାଲିଛି।”
ଆତଙ୍କବାଦୀର ଫଟୋଟିକୁ ସୀମା ଦେଖୁଛି ବାରମ୍ବାର। ସେ ଯେ କାଲି ରାତିର
ସେଇ ଅତିଥି।
ସୀମା ନିର୍ବାକ। ଭୟ, ଅବସୋସ, ଦୁଃଖ - ସବୁ ମିଶିଗଲା।
ମୁଠାଏ ସ୍ୱପ୍ନ ୭୯
ମୁଠାଏ ସ୍ୱପ୍ନ ୭୯
କିନ୍ତୁ ମନର ଏକ ସ୍ୱର ତାକୁ କହିଲା- “ମୁଁ ତ କେବଳ ମଣିଷତ୍ୱ ଦେଖାଇଥିଲି।
ପ୍ରଭୁ, ଏହି ଏକ ଅଜଣା ରାତିର ଅତିଥି ପାଇଁ ମୋତେ ଦୋଷୀ କରନ୍ତୁ ନାହିଁ...।”
ସୀମା ସବୁକିଛି ମନରେ ଲୁଚାଇ ଚୁପଚାପ ଦିନକୁ ଆରମ୍ଭ କଲା।
‘ଗୋଟିଏ ରାତିର ଅତିଥି’
ତା’ର ଜୀବନରେ ସବୁଦିନ ପାଇଁ ଏକ ଅନୁତ୍ତରିତ ପ୍ରଶ୍ନ ହୋଇ ରହିଗଲା।
୮୦ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ