ଅଧ୍ୟାୟ ୨୩ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ନୁହେଁ କି? ସବୁ ଥାଇ ଯଦି ଶାନ୍ତି ନାହିଁ ସେ ଜୀବନ ଅଭିଶପ୍ତ।
ମଞ୍ଜୁଳା ଦେବୀ ଯୌଥ ପରିବାରର ଝିଅ ଆଉ ବୋହୂ ମଧ୍ୟ। ସୁଖ ବେଶି ଦୁଃଖ
କମ୍ରେ ଗଢ଼ା କଣ୍ଢେଇଟିଏ ସିଏ। ସତେ ସୋକେଶ୍ରେ ମଜା ହେବା ପାଇଁ ଜନ୍ମ।
ବାପା ଘରକୁ ଶାଶୁଘର ଯାଏଁ ବହୁତ ଭଲରେ ରଖନ୍ତି ସମସ୍ତେ।
ହେଲେ କାହିଁକି କେଜାଣି ସୁନାର ପଞ୍ଜୁରୀ ରୁପାର ଥାଳିଆ ଆଉ ରୁପା ଚାମଚର
ଖାଦ୍ୟ ତାଙ୍କୁ ଶାନ୍ତି ଦିଏନା। ସେ ଚାହାନ୍ତି ଖୋଲା ଆକାଶର ବିହଙ୍ଗ ପରି ଡେଣା
ଝାଡ଼ି ବୁଲିବାକୁ ଏ ପାଖରୁ ସେପାଖ। ଗଛର ଏ ଡାଳରୁ ସେ ଡାଳ ଅନୁସନ୍ଧାନ
କରିବାକୁ ଜୀବନର ଚରମ ସତ୍ୟକୁ।
ସ୍ୱାମୀ ମନୋଜ ବହୁତ ସୁନ୍ଦର ମଣିଷଟିଏ। ଶାନ୍ତ ସରଳ ଆଉ ସୁନ୍ଦର। ଶାଶୁ
ଘରର ସମସ୍ତେ ଭଲ। ନିଜ ନିଜ କର୍ମରେ ସଭିଏଁ ବ୍ୟସ୍ତ। ମଞ୍ଜୁଳା ଦେବୀ ଉଚ୍ଚଶିକ୍ଷିତା
ଗୃହିଣୀଟିଏ। ଗୃହ ଜଞ୍ଜାଳରେ ବ୍ୟସ୍ତ ଜୀବନ ପିଲା ଛୁଆ ପରିବାର ନେଇ ସେ ରୁହନ୍ତି
ଅନୁଶୀଳନ ଜୀବନ ଭିତରେ।
ସବୁ ଥାଇ ମଧ୍ୟ କଟାନ୍ତି ଅଭିଶପ୍ତ ଜୀବନ।
ଭାରି ଭାରି ଲାଗେ ଜୀବନ ଆଉ ଜଞ୍ଜାଳ ବୋଝ। କିଛି ହରାଇଲା ପରି ଅନୁଭବ
କରନ୍ତି ସିଏ ସତେ କେଉଁଠି କ’ଣ ଅବା ହଜାଇ ଦେଇଛନ୍ତି। ଖୋଜୁଛନ୍ତି ଅହରହ
ମୁଠାଏ ସ୍ୱପ୍ନ ୮୧
ଏଣେତେଣେ। ମନ ନ ମିଶିଲେ ଚଳଣି ନ ମିଶିଲେ ଚଳିପାରନ୍ତି ନାହିଁ ସିଏ। ଭିନ୍ନ
ମତାମତରେ ଚାଲି ଶିଖି ନାହାନ୍ତି ସିଏ ବେଳରୁ। ସିଏ ଏକଜିଦିଆ ଟିକେ। ତାଙ୍କ
ହିସାବରେ ଚଳନ୍ତି ସିଏ। ସେଥିପାଇଁ ବୋଧେ ତାଙ୍କର ଏକୁଟିଆ ଜୀବନ। ମିଶି
ପାରନ୍ତି ନାହିଁ ସମାଜ ସହ କାହିଁକି ନା ଅଭିନୟ କଳା ନାହିଁ ତାଙ୍କ ପାଖରେ। ତେଣୁ
ସେ ତାଙ୍କ ମନରେ ଏକୁଟିଆ ଚଳନ୍ତି। ତେଲ ମାଲିସ୍ ଶିଖିପାରିଲେନି ବୋଲି ସମସ୍ତଙ୍କ
ପ୍ରିୟ ପାତ୍ର ନୁହେଁ ସମବୟସ୍କମାନଙ୍କ ପାଖରେ।
ମଞ୍ଜୁଳା ଦେବୀ ଲେଖାଲେଖିକୁ ଭଲପାଆନ୍ତି। ସେଥିରେ ସମୟ କଟାଇଦିଅନ୍ତି।
ହଜିଯାଆନ୍ତି କଳ୍ପନା ଭିତରେ। ବାର୍ଦ୍ଧକ୍ୟରେ ଗାଆନ୍ତି ଫଗୁଣର ଗୀତ। ପଶୁପକ୍ଷୀଙ୍କୁ
ଦେଖି ଖୁସି ହୁଅନ୍ତି। ଆକାଶର ଶୂନ୍ୟତାରେ ଖୋଜନ୍ତି ନିଜକୁ।
ତଥାପି ଲାଗେ ଜୀବନଟା ଅଭିଶପ୍ତ। ପଚାରନ୍ତି ନିଜକୁ କାହିଁକି ସେ ଆସିଛନ୍ତି
ସମାଜକୁ? କ’ଣ ପାଇବ ସମାଜ ତାଙ୍କଠାରୁ? ଭଗବାନ ତ ନିଶ୍ଚୟ ତାଙ୍କୁ କିଛି
ମହତ୍ ଉଦ୍ଦେଶ୍ୟ ପାଇଁ ପଠାଇଛନ୍ତି। ତେଣୁ କ’ଣ ସେ ମହତ୍ ଉଦ୍ଦେଶ୍ୟ ଖୋଜନ୍ତି
ନିତି ସକାଳୁ ସଞ୍ଜ ନିଜ ଭିତରେ, ପାରିପାର୍ଶ୍ୱିକ ସ୍ଥିତିରେ। କେଉଁଠି କିଛି ପାଆନ୍ତି
ନାହିଁ। ଭାବନ୍ତି ନା ମ ଏ ଜୀବନ ତାଙ୍କର ଗୋଟିଏ ଅଭିଶପ୍ତ ଜୀବନ। କାହାକୁ ତ
ଭଲ ଲାଗୁନି ତାଙ୍କ କଥାଗୁଡ଼ିକ। ଏ ସମାଜରେ ସତ କହିବା ଭୁଲ ଜାଣି ବି ସେ
ମିଥ୍ୟାକୁ ଗ୍ରହଣ କରିପାରନ୍ତି ନାହିଁ।
ତେଣୁ ପ୍ରାୟତଃ ସେ ଚୁପଚାପ୍।
ଅଭିଶାପରୁ ମୁକୁଳିଲେ କେମିତି ଅହରହ ପ୍ରଚେଷ୍ଟା।
ଜୀବନ ଯୁଦ୍ଧରେ ହାରିବା ଶିଖି ନାହାନ୍ତି ମଞ୍ଜୁଳା ଦେବୀ।
ତେଣୁ ଅଭିଶପ୍ତ ଜୀବନକୁ ଆଦରି ନିଅନ୍ତି ସିଏ। ଗୋଟିଏ ଝିଅ ସେ ରହେ
ଆମେରିକାରେ, ପୁଅ ରହେ ଦୁବାଇରେ। ସେ ଚିକିମିକି ସହରରେ ସେ କ’ଣ
ବୁଝିପାରିବେ ମା'ର ମନକୁ ପିଲାଙ୍କୁ ତାଙ୍କ ରାସ୍ତାରେ ଛାଡ଼ି ସେ ଏକୁଟିଆ ଜୀବନ
ଭାରତୀୟ ସଂସ୍କୃତିକୁ ଆବୋରି ନେଇ ଚାଲିଛନ୍ତି। ହାରି ନାହାନ୍ତି, କେବଳ ଖାଲି
ଯାହା ଅଣନିଃଶ୍ୱାସୀ ହୋଇପଡ଼ନ୍ତି ଟିକେ ବେଳେବେଳେ।
ଏଇ ତ ଜୀବନ ଏଠି ଜିତିବା ଆଉ ହାରିବାରେ ବଞ୍ଚିବାକୁ ହୁଏ। ସେ ଜାଣିଛନ୍ତି
ଏ ଜୀବନଟା ତାଙ୍କ ପାଇଁ ଅଭିଶାପ। ଜୀବନ ବୋଝକୁ ବୋହି ବୋହି ବାଟ ଚାଲୁଛନ୍ତି
ନିତି ମଞ୍ଜୁଳା ଦେବୀ। ଆଜି ସେ କ୍ଳାନ୍ତ।
ସେଦିନ ଖୁସି ହୋଇଥିଲେ ଯେଉଁଦିନ ତାଙ୍କ ସ୍ୱରଚିତ ପୁସ୍ତକଟି ସମ୍ମାନ ପାଇବାକୁ
ଯୋଗ୍ୟ ବିବେଚିତ ହୋଇଥିଲା। ସେଦିନ ସେ ଭାବିଲେ ଯେ ଆଜି ବୋଧେ ଏ
୮୨ ମୁଠାଏ ସ୍ୱପ୍ନ
ଜୀବନ ତାଙ୍କୁ କିଛି ଦେଲା ପ୍ରତିଦାନ ସ୍ୱରୂପ। ସେ ନୀରବରେ ବସି ସମାଜକୁ ଭେଟି
ଦେଉଥିଲେ ପୁସ୍ତକ ପରେ ପୁସ୍ତକ ଆଉ ଆଜି ତାଙ୍କ ପରିଶ୍ରମ ସାର୍ଥକ ହେଇଛି। ତାଙ୍କ
ବହି ସମ୍ମାନିତ ହେବ। ତାଙ୍କ ଜୀବନ କେବେ ଅଭିଶାପ ନୁହେଁ। ଆଶୀର୍ବାଦସ୍ୱରୂପ।
ତାଙ୍କ ଲେଖାରେ ସମାଜ ପାଇଁ ବାର୍ତ୍ତା ଅଛି। ତେଣୁ ସେ ଅଭିଶପ୍ତ ନୁହେଁ ଆଶୀର୍ବାଦ।
ସାଷ୍ଟାଙ୍ଗ ପ୍ରଣାମ କଲେ ଭଗବାନଙ୍କ ଉଦ୍ଦେଶ୍ୟରେ।
ସତରେ, ତୁମେ କିଛି ମହତ ଉଦ୍ଦେଶ୍ୟରେ ଜନ୍ମ ଦେଇଥାଅ ମଣିଷକୁ ପ୍ରଭୁ!
ମୁଠାଏ ସ୍ୱପ୍ନ ୮୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ