ଅଧ୍ୟାୟ ୨୫ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ସମୟ ଏକ ଅଦୃଶ୍ୟ ନଦୀ। ସେ ନଦୀରେ ଝରୁଥିବା ପତ୍ର ପରି ସରିତାଙ୍କ ଜୀବନ
ବହୁଦିନ ଧରି ଭାସିଯାଉଥିଲା। କେବେ ଖେଳିଖେଳି, କେବେ ଡୁବିଡୁବି, କେବେ
ଲୁହରେ ଲୁଣିଆ, କେବେ ହସରେ ଭିଜା।
ସରିତା ଯେବେ ଯୁବତୀ ଥିଲେ, ସେ ଥିଲେ ଗାଁର ସବୁଠୁ ଖୁସିଆଳି ଝିଅ।
ହସରେ ତାଙ୍କ ମୁହଁ ଜଗମଗ କରୁଥିଲା। ପିଲାଦିନର ସାଥୀ ସରୋଜଙ୍କ ସହିତ ତାଙ୍କ
ପ୍ରେମ ସମସ୍ତଙ୍କୁ ମୋହିତ କରୁଥିଲା।
ଦେଉଳ ଘଣ୍ଟି ଟିପି ଦେଇ, ଦୁହେଁ ମନେ ମନେ ପ୍ରତିଜ୍ଞା କରିଥିଲେ- “ଜୀବନ
ପଥ ଯେପରି ହେଉ... ଆମେ ଏକାଠି ଚାଲିବୁ।”
ସରିତା ସରୋଜଙ୍କୁ ବହୁତ ଭଲପାଉଥିଲେ।
ଘରେ ହସ, ରଜନୀଗନ୍ଧାର ସୁଗନ୍ଧ, ପିଲାଙ୍କ କିଶୋରୀ ହସ - ସବୁକିଛି ତାଙ୍କ
ଦିନକୁ ପ୍ରକାଶମାନ କରୁଥିଲା।
ଦୁଇଟି ପୁଅ ଜନ୍ମିଲା। ସଂସାର ଥିଲା ପୁରାଣର ସ୍ୱର୍ଗ ପରି। କିନ୍ତୁ ଭାଗ୍ୟ କେବେ
ସବୁଦିନ ତିଆରି ମାନେ ନୁହେଁ। ଅଚାନକ ଦିନେ ସରୋଜ ଅସୁସ୍ଥ ହୋଇପଡ଼ିଲେ।
ଡାକ୍ତରମାନେ ଅନେକ କଥା କହିଲେ... ଶେଷରେ କହିଲେ- “ଯେତିକି ଦିନ ଅଛନ୍ତି,
ପରିବାର ସାଙ୍ଗରେ କାଟନ୍ତୁ।”
ମୁଠାଏ ସ୍ୱପ୍ନ ୮୭
ସରିତାଙ୍କ ହସରେ ଜମିଥିବା ସେଇ ଲୁହ.... ଘରକୁ ଭିଜାଇଦେଲା। ଜୀବନ
ଗୀତର ତାର ଛିଣ୍ଡିଗଲା।
ସରୋଜ ଯେବେ ଆଖି ମୁଦିଲେ, ସରିତାଙ୍କ ମନ ମଧ୍ୟ ମରିଗଲା। ତାଙ୍କ ଲଲାଟର
ସିନ୍ଦୂର ଲିଭିଗଲା। ଘର ଦେଉଳର ଘଣ୍ଟି ଶବ୍ଦ ମଧ୍ୟ ତାଙ୍କୁ ଅସହ୍ୟ ଲାଗୁଥିଲା।
ପୁଅମାନେ ଚାକିରି ପାଇଁ ସହରକୁ ଗଲେ।
ସରିତା ନିଜ ଘରେ ଏକା - ଅତୀତର ସ୍ମୃତିରେ ବାନ୍ଧି ରହିଲେ।
ସରୋଜଙ୍କ ଶରୀର ଗନ୍ଧ ଥିବା ଆଲମାରୀ, ପୁଅମାନଙ୍କ ପିଲାଦିନର ଖେଳନା,
ପୁରୁଣା ଚାଦର... ସବୁକିଛି ତାଙ୍କୁ ଭାବବିହ୍ୱଳ କରୁଥିଲା।
ସମାଜ, ନିଜ ପରିବାର, ପଡ଼ୋଶୀମାନେ - ସବୁଙ୍କର ମଧ୍ୟରେ ଧୀରେଧୀରେ
ସେ ଏକ ଅଜଣା ଅନ୍ତର୍ଜଗତରେ ବସିବାକୁ ଲାଗିଲେ।
ଏକ ଦିନ ସେ ଆଇନାରେ ନିଜକୁ ଦେଖି କହିଲେ- “ଏହି ମୋହ? ଏହି
ସଂସାର? ଏହା ମରିଚିକା... ଧାଇଁ ଧାଇଁ କିଛି ମିଳେନି।”
ସେ ଦେବାଳୟରେ ଗଡ଼ାଯାଉଥିବା ଛାୟାକୁ ଦେଖି ଅନେକ ସମୟ ଭାବୁଥିଲେ-
“ଲୋକେ କାହିଁକି ଏତେ ଧନ, ସମ୍ପତ୍ତି, ମାନ ସମ୍ମାନ ପାଇଁ ଜୀବନ ଦେଇଦେଇ
ଧାଉଁଛନ୍ତି? କାହା ପାଇଁ? ଶେଷରେ କି ରହିଯାଏ?”
ଚାରିପାଶରୁ ଘୃଣା, ସ୍ୱାର୍ଥ, ନିଜସ୍ୱ ପ୍ରୟୋଜନ - ସବୁ ଦେଖି ସରିତାଙ୍କର ଅନ୍ତର୍ମନ
ମୋହମୁକ୍ତ ହେବାକୁ ଲାଗିଲା। ତାଙ୍କ ମନ ଧୀରେଧୀରେ ଚୁପ୍ଚାପ୍ ଅନ୍ତର୍ଯାତ୍ରାରେ
ପ୍ରବେଶ କଲା- ଏକ ଆତ୍ମସଂଶୋଧନର ଯାତ୍ରା।
ଏକ ଦିନ ସେ ପୁଅମାନଙ୍କୁ ଘରକୁ ଡାକିଲେ।
ସେମାନେ ଖୁସିରେ ମା’ଙ୍କ ଆଗରେ ଆସିଲେ।
ସନ୍ଧ୍ୟାର ଆଲୋକରେ ସରିତା ଶାନ୍ତ ସ୍ୱରରେ କହିଲେ- “ମୁଁ ଆଉ ଏହି ଘରକୁ,
ଏହି ସଂସାରକୁ, ଏହି ମାୟାକୁ ବୋହିବାର ଶକ୍ତି ନାହିଁ। ତୁମେ ଭଲରେ ଅଛ -
ମୋର କାମ ଶେଷ। ଏବେ ମୋର ପଥେ ମୋତେ ଯିବାକୁ ଦିଅ। ମୁଁ ଶାନ୍ତି ଖୋଜୁଛି...
ସତ୍ୟ ଖୋଜୁଛି।”
ପୁଅମାନେ ଅବାକ- “ମା’, ଆପଣ କାହିଁକି ଏମିତି କହୁଛନ୍ତି?”
ସରିତା ହସିଦେଲେ।
ତାଙ୍କ ମୁହଁରେ ଥିଲା ଅସୀମ କ୍ଳାନ୍ତିର ଚିହ୍ନ।
ସେଇ ରାତିରେ ସରିତା ଶୋଇବା ପୂର୍ବରୁ ଆକାଶକୁ ଚାହିଁ କହିଲେ- “ହେ
ପରମେଶ୍ୱର, ମୁଁ ଧାଇଁଲି, ଧାଇଁଲି... ଏବେ ମୁଁ ଥକିଗଲି। ମୋତେ ଉଠାଇନିଅ।
ମୋହର ଏହି ମରିଚିକାରୁ ମୋତେ ମୁକ୍ତି ଦିଅ।”
୮୮ ମୁଠାଏ ସ୍ୱପ୍ନ
ଏଭଳି କହି ସେ ଶୋଇଲେ। ସୁକୁମାର ପ୍ରଭାତ ଆସିଲା। ପକ୍ଷୀମାନେ କୁହୁକ
ଡାକିଲେ। ଖିଡ଼କିରୁ ଆସିଥିବା ପ୍ରଥମ ସୂର୍ଯ୍ୟରଶ୍ମି ସରିତାଙ୍କ ମୁହଁକୁ ଛୁଇଁଲା। କିନ୍ତୁ ସେ
ଉଠିଲେନି।
ଆଖି ମୁଦି, ଲୁହ, ଯନ୍ତ୍ରଣା ଓ ମାୟା କଟାଇ ସରିତା ଅପରିଚିତ ଶାନ୍ତିର ଦେଶକୁ
ଯାତ୍ରା କରିଦେଲେ। ଜୀବନର ମରିଚିକା ମୋହ ଭାଙ୍ଗିଗଲା। ମାୟାର ଯବନିକା
ଅନ୍ତେ - ସରିତା ମୁକ୍ତିଲାଭ କଲେ।
ମୁଠାଏ ସ୍ୱପ୍ନ ୮୯
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ