ଅଧ୍ୟାୟ ୨୬ · ନଭେମ୍ବର ୧୩, ୨୦୨୬ · ୬ ମିନିଟ୍ ପଢ଼ା
କେହି ଜଣେ ସବୁବେଳେ ଥାଏ ଆଖି ଆଇନାରେ। ହୃଦୟ କାନ୍ଥରେ ଥାଏ ତା'ର
ପ୍ରତିଛବି। ଆଖି ବେଳେବେଳେ ଅମାନିଆ ହୋଇ ଖୋଜେ ତାକୁ।
ମନ ଲୁଚି ଲୁଚି ପଡ଼େ ମନର ଡାଏରୀ ପୃଷ୍ଠାକୁ।
ସେ କିଏ ଯେ! ସେ ପରା ପ୍ରେମ ଭାରି କଷ୍ଟ ଦିଏ ସ୍ମୃତି ସାଥେ ଆସି ମନ
ଅଗଣାକୁ।
ସୁନିତା ମନେ ମନେ କ’ଣ ଏଣୁତେଣୁ ଭାବୁଛନ୍ତି ଏତିକି ବେଳେ ଆସିଲା
ତାଙ୍କର ଅନ୍ତରଙ୍ଗ ସାଙ୍ଗ ସ୍ମିତା।
ପଚାରିଲା, “କ’ଣ କରୁଛ ତୁମେ!”
ସୁନିତା କହିଲା, “ନା ମ ଏମିତି ବସିଛି।”
“ଆରେ ତୁମେ ତ ଭାବନାରେ ମଜ୍ଜି ଯାଇଛ। କାହା କଥା ଭାବୁଛ ସାଙ୍ଗ?
କ’ଣ ଅତୀତର ପ୍ରେମ ମନେ ପଡ଼ିଗଲା କି?”
“ଯା...ତୋ କଥା ବି ନା! ଆଉ କ’ଣ ସେ ବୟସ ଅଛି ନା ସେ ମୋହ
ମୋର ଅଛି। ତୁ ମନେ ପକାଇଦେଲୁ ଯଦି ଚାଲ ସେ ବିଷୟରେ ଆଜି ଗପିବା।”
ସୁନିତା ସ୍ମିତା ଦୁଇଜଣ ସହପାଠୀ। ପୁଣି ଗୋଟିଏ କଲେଜରେ ପଢ଼ୁଥିଲେ।
ଦୁଇ ଜଣ ଦୁଇ ବନ୍ଧୁଙ୍କ ପ୍ରେମରେ ହେଲେ ସଫଳ ପ୍ରେମିକା। ହେଲେ ସ୍ମିତା
୯୦ ମୁଠାଏ ସ୍ୱପ୍ନ
ଆଉ ସୁନିତା ଅତୀତକୁ ମନରୁ ପୋଛି ଦେଇ ସୁନିତା ହାତ ଧରିଲେ ସୁବ୍ରତର। ଭାଗ୍ୟ
ଦେଖ ସୁବ୍ରତ ସଞ୍ଜୟ ଦୁଇ ସାଙ୍ଗ। ପୁଣି କେତେ ବର୍ଷ ପରେ ଯେବେ ସଞ୍ଜୟ ସହିତ
ଆସିଲେ ସ୍ମିତା ଦୁହିଁଙ୍କର ଭେଟ ଏଇଠି।
ଭାରି ଖୁସି ଦୁଇ ବନ୍ଧୁ। ସତରେ ଦୁଇ ବନ୍ଧୁ ଯଦି ଅପରାହ୍ନରେ ଦେଖା ହୁଅନ୍ତି
ଆଉ କ’ଣ ଯେ ଗପିବେ ସେଇ ଚୁଲବୁଲି ବୟସର କଥା ନା।
ସୁନିତା କହିଲେ ସ୍ମିତାକୁ, “ତୁ ସିନା ସଫଳ ନାୟିକା ମୁଁ ତ ବିରହୀ ରାଧିକା।
ସତରେ ସ୍ମିତା!”
ଭଲ ପାଇବା ଏକ ମନୋସ୍ଥିତି। ତା’ ପାଖରେ ହାର ମାନେ ବୟସ ସୁନ୍ଦରତା
ଆଉ ପରିବେଶ। ସତରେ ସ୍ମିତା ପ୍ରେମର ଭାଷା କ’ଣ ବୁଝିହୁଏ। ନା ତା'ର ପରିଭାଷା
କିଛି କହି ହୁଏ। ପ୍ରେମର ଦୁଇଟି ହୃଦୟର ଆବେଗ ଆଉ ମିଳନ। ପ୍ରେମ ସବୁ
ସମ୍ପର୍କର ଊର୍ଦ୍ଧ୍ୱରେ।
ପ୍ରେମ ସବୁବେଳେ ଫୁଲ ଫଗୁଣ ପରି ରଙ୍ଗିନ। ପୁଣି ଗହୀର କ୍ଷେତର ହଳଦୀ
ଗୁରୁ ଗୁରୁ ସୋରିଷ ଫୁଲ, ଶୀତ ସକାଳର ରଜନୀଗନ୍ଧା ମହମହ ବାସ ପୁଣି ସଜଫୁଟା
ଗୋଲାପଟିଏ। ଦୁଇଟି ଆତ୍ମାର ନିବିଡ଼ ବନ୍ଧନ ଏ ପ୍ରେମକୁ କ’ଣ ବୁଝିହୁଏ ସହଜରେ।
ନା ମାପି ହୁଏ ତାପମାନ ଯନ୍ତ୍ରରେ। ଏ ତ ଦେହରୁ ଦେହକୁ ହୃଦୟରୁ ସ୍ପନ୍ଦନକୁ
ବ୍ୟାପିଥାଏ।
ଶ୍ରାବଣୀ ପରି ଭିଜାଇଦିଏ ଦେହକୁ ପୁଣି ବୈଶାଖ ପରି ଜଳାଏ ବିରହରେ।
ଯେତେ ଚେଷ୍ଟା କଲେ ବି ଭୁଲି ହୁଏନା ପହିଲି ପ୍ରେମକୁ। ଭୁଲିବାକୁ ଚେଷ୍ଟା କଲେ
ବେଶି ମନେପଡ଼େ ସ୍ମୃତିଟା।
ଦୁଆର ବନ୍ଧ କଲେ ନିରୋଳାରେ ଧସେଇ ପଶିଆସେ।
ସରୋଜ ଗରିବ ବୋଲି ବାପା ସିନା ରାଜି ହେଲେନି।
ଆଜି ସେ ଖୁବ୍ ବଡ଼ ଉଚ୍ଚ ପଦବୀରେ ସବୁ ଅଛି ତାଙ୍କ ପାଖରେ ମାନ ସମ୍ମାନ
ପଇସା ଗାଡ଼ି ବଙ୍ଗଳା। ହେଲେ ମୁଁ ଆଜି ସରୋଜ ପାଖରେ ନାହିଁ।
ମୋର ବି ସବୁ ଅଛି ସ୍ମିତା, ସୁବ୍ରତ ପରି ସ୍ୱାମୀ ସଂସାର ସବୁ କିଛି। କିନ୍ତୁ କାହିଁକି
କେଜାଣି ସେ କଥା ଭୁଲି ହୁଏନା ମନରୁ। ବେଳେବେଳେ ଭାରି ମନେପଡ଼େ ଅତୀତ।
କେହି ଜଣେ ଚୁମିଯାଏ ହୃଦୟକୁ ମିଠା ଛୁଆଁ ଦେଇ। ଟାଣିନିଏ ଭାବନାର ଅଥଳ
ସମୁଦ୍ରକୁ। ଭୁଲିଯାଏ ମୁଁ ବର୍ତ୍ତମାନକୁ ଫେରିଯାଏ ସରୋଜ ସହ ସେଇ କଲେଜର
କାଜୁ ବଗିଚାକୁ।
ମନେ ଅଛି ନା ସ୍ମିତା କେତେ କାଜୁ ତୋଳନ୍ତି ଆମେ ସେ ବଗିଚାରୁ କେତେ
ମୁଠାଏ ସ୍ୱପ୍ନ ୯୧
ମୁଠାଏ ସ୍ୱପ୍ନ ୯୧
ଗପନ୍ତି ଲିଜର ପିରିୟଡ଼ରେ ଏକାଠି ବସି ସେ ଛାଇ ଭିତରେ। ପୁଣି ମିଶି ଗୁପ୍ଚୁପ୍
ଖାଆନ୍ତି ପ୍ରତିଯୋଗିତା କରି। ପୁଣି କଲେଜରେ ଡିବେଟ କମ୍ପିଟିସନ୍ରେ ଭାଗ ନେଇ
ଭାଷଣ ଦେଇ ଆମେ ପ୍ରଥମ ଦ୍ୱିତୀୟ ତୃତୀୟ ହେବାର ମଜା। ସବୁ ମନେ ଅଛି
ସମୟ କ୍ରମରେ ପରୀକ୍ଷା ସରିଗଲା ଆମେ ସମସ୍ତେ ଫେରିଗଲେ ନିଜ ଘରକୁ। ତା'ପରେ
ସମ୍ପର୍କ ଚିଠିରେ। ସେତେବେଳେ କେଉଁ ମୋବାଇଲ ଥିଲା ଯେ। ଅପେକ୍ଷା କରିବାକୁ
ପଡୁଥିଲା ସପ୍ତାହଟିଏ। ଚିଠିରୁ ବାପା ଜାଣିଦେଲେ ସରୋଜ ବିଷୟରେ। ସେ
ସେତେବେଳେ ଚାକିରି ଖୋଜୁଥିଲେ। ବାପା ମୋ ବିବାହ କରିଦେଲେ ସୁବ୍ରତ
ସହ। କହ ତ ସ୍ମିତା ସେତେବେଳେ କ’ଣ କଥା କହିବାର ଜୁ ଥାଏ ଝିଅଙ୍କର।
ଆଖିର ଲୁହ ଆଖିରେ ଶୁଖିଗଲା ଛାତିର କୋହ ଛାତିରେ ମରିଗଲା। ମନକୁ ମାରି
ଦେଇ ସଂସାର କଲି। ସରୋଜ ବିବାହ ପରେ ଚିଠିଟିଏ ଦେଇଥିଲେ ମନ କଥା
ଲେଖି। ମୁଁ ସମ୍ପର୍କ କାଟିଦେବାକୁ ଚିଠିଟିଏ ଦେଇ ବନ୍ଦ କରିଦେଲି। ମୋ ସଂସାରରେ
ନିଆଁ ଲଗାଇବାକୁ ଚାହୁଁ ନଥିଲି। କିନ୍ତୁ ଲୁଚି ଲୁଚି ଖବର ନିଏ। ସେ ଏବେ ବହୁତ
ଭଲରେ ଅଛନ୍ତି।
ଥରେ ଅଚାନକ ଗୋଟିଏ ବସ୍ ଷ୍ଟାଣ୍ଡରେ ଦେଖା ହୋଇଗଲେ ସରୋଜ। ମୁଁ
ମୋ ସ୍ୱାମୀ ଘରକୁ ଫେରୁଥିଲୁ। ମୋତେ କହିଲେ ତୁମେ ଚିହ୍ନିପାରୁଛ ମୁଁ ସରୋଜ।
ଚମକି ପଡ଼ିଥିଲି ସେଦିନ ହଠାତ୍ ଏ ନାଁଟି ଶୁଣି। ଡରିଗଲି କାଳେ ସ୍ୱାମୀ ଖରାପ
ଭାବିବେ। ତେଣୁ ବାଧ୍ୟ ହୋଇ ସ୍ମିତ ହାସ୍ୟରେ ବିଦାୟ ନେଲି।
ଆଜି ବି ମନେ ଅଛି ସ୍ମିତା ସରୋଜ କହେ ସୁନୀତା ବଡ଼ ଘରର ଝିଅ ଭୁଲିଯିବ
ମୋତେ ସମୟ କ୍ରମେ।
ସୁନୀତା ତୁମେ ଚିହ୍ନି ପାରିବ ତ?
ମୁଁ ହସିଦିଏ ଧେତ୍ ଏ କି କଥା। ହେଲେ ସେଦିନ ମୁଁ ସେମିତି ହିଁ କଲି।
ବାଧ୍ୟ ନାରୀଟିଏ ତା ମନକୁ ମାରିବା ପାଇଁ। କଥା କହିବାର ଅଧିକାର ନ ଥାଏ।
ସେ କେବଳ ଶୁଣିବ ସଭିଙ୍କ କଥା। କହିପାରିବନି ମତାମତ ଦେଇପାରିବନି ଭଲ
ମନ୍ଦର।
ସତରେ ସ୍ମିତା ମୁଁ କଥା କରିପାରିଥିଲେ ତୋ ପରି ସଫଳ ନାୟିକା ହୋଇପାରି
ଥାଆନ୍ତି। କେତେ ଭଲ ଲଗିଥାଆନ୍ତା କହିଲୁ ଆମେ ପୁଣି ହଜି ଯାଇଥାନ୍ତେ ସେଇ
ପିଲା ବେଳରେ। ଭୁଲି ଯାଇଥାନ୍ତେ ଅତୀତକୁ।
କେତେ କଷ୍ଟ ସତରେ ଏ ପ୍ରେମଟା ନା। ଜଳାଇଥାଏ ଯୌବନରୁ ବାର୍ଦ୍ଧକ୍ୟ।
ଫଗୁଣରୁ ଶ୍ରାବଣ। ଆଜି ବି ସ୍ୱପ୍ନ ଦେଖେ ସେ ଅତୀତକୁ ଲୁଚି ଲୁଚି ଆସେ ପ୍ରେମ
୯୨ ମୁଠାଏ ସ୍ୱପ୍ନ
ଅପରାହ୍ନରେ ନିଦଭରା ଆଖିରେ। କେତେ କଥା ହୁଏ ପ୍ରେମ ସହିତ କେତେ ହସେ
ପୁଣି ହସାଏ ତାକୁ। ବୁଲିଯାଉ ଆମେ କେବେ ସାଗର କୂଳ ଝାଉଁବଣ କେବେ ଫୁଲ
ବଗିଚା। ଖେଳୁ ଲୁଚକାଳି ଖେଳ ପୁଣି ପ୍ରଜାପତିର ସ୍ପର୍ଶରେ ଫୁଲ ଲାଜେଇଗଲା ପରି
ଆମେ ବି।
କେତେ ମିଠା ଏ ପ୍ରେମ ସତେ। କେତେ ରଙ୍ଗିନ ସ୍ୱପ୍ନ ଦିଏ ଏଇ ପ୍ରେମ।
ଭିଜାଏ ଖାଲି ରଙ୍ଗର ବର୍ଷାରେ।
କେତେ ମଜା ଲାଗେ ଜୀବନ।
ପୁଣି ନିଦ ଭାଙ୍ଗିଗଲେ ବାସ୍ତବତା କେତେ କଷ୍ଟ ଦିଏ ସତେ।
ପ୍ରେମ ଦିଏ ଦୁଃଖ ଭିଜାଇଦିଏ ଦୁଃଖର ଶ୍ରାବଣରେ ଜଳାଏ ବିରହର ନିଆଁରେ।
ସତରେ ସ୍ମିତା ସ୍ୱପ୍ନ ସେପାଖରେ ସିଏ ଆଉ ବାସ୍ତବତାର କ୍ରୁର ନିଷ୍ଠୁରତା ପାଖେ
ମୁଁ। ଜଳୁଛି ଏକା ଏକା ମୋ ଲୁହର ଦୀପାଳୀରେ ଭିଜୁଛି ଏକା ଏକା ମୋ ପ୍ରେମର
ବର୍ଷାଛିଟାରେ।
ସବୁବେଳେ ମୋ ସ୍ୱପ୍ନର ଆର ପାଖରେ ମୋ ପ୍ରେମ ହାତ ଠାରି ଡାକେ ମୋତେ।
ଟିକେ ଛୁଇଁ ଦେବା ପାଇଁ ଟିକେ ମୋତେ ହସାଇବା ପାଇଁ ଆଉ ଏପାଖରେ ମୁଁ
ଲୁହର ଶ୍ରାବଣୀ...।
ଭିଜୁଛି ମନ ଇଚ୍ଛା ଦୁଃଖର ମୂଷଳ ବର୍ଷାରେ...
ମୋ ପ୍ରେମକୁ ଖୋଜି। ଆରେ ଆରେ ଏ କ’ଣ ସୁନିତା ତୁ ଭାବବିହ୍ୱଳ
ହୋଇପଡ଼ିଲୁ। ଅତୀତକୁ ଅତୀତରେ ରହିବାକୁ ଦେ। ବର୍ତ୍ତମାନ ବୟସ ଅତିକ୍ରମ
କରିସାରିଛି।
ସ୍ମୃତି ବେଳେବେଳେ ଦୁଃଖ ଦିଏରେ ସ୍ମିତା। ଭାରି ଅଝଟିଆ ଏ ସ୍ମୃତି। ଆସେ
ବେଳେବେଳେ ମନେ ପକାଇଦେବାକୁ ଅତୀତକୁ।
ପୁଣି ଦୁଇ ସାଙ୍ଗ ହସି ଉଠିଲେ ଏକାଥରେ ମିଶି।
ହେଉ ସ୍ୱପ୍ନ ସେ ପାଖେ ସେ ସେମିତି ଥାଉ ଜୁଇ ଜଳିବା ଯାଏ....
ଏ ପାଖରେ ସୁନିତା ଖୋଜୁଥାଉ ତା ପ୍ରେମକୁ ଜୁଇକୁ ଯିବା ଯାଏ...।
ମୁଠାଏ ସ୍ୱପ୍ନ ୯୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ