ଅଧ୍ୟାୟ ୨୭ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ଯଥା କର୍ମ ତଥା ଫଳ ନିଶ୍ଚିତ। ସତରେ କ’ଣ ମଣିଷ କର୍ମ ଫଳ ଭୋଗେ। କାହିଁ
କିଛି ତ କର୍ମ ଖରାପ କରିନାହାନ୍ତି ରାଧାନାଥ ତଥାପି କାହିଁକି ସେ କଷ୍ଟ ପାଉଛନ୍ତି।
ସେ ତ ସବୁବେଳେ ପର ଉପକାର କରନ୍ତି। ଯଥା ସମ୍ଭବ ସାହାଯ୍ୟ କରନ୍ତି। ଲୋକଙ୍କୁ
ଅତିଥି ସେବା କରନ୍ତି। ପଶୁପକ୍ଷୀଙ୍କୁ ଦାନା ଦିଅନ୍ତି। ରକ୍ତଦାନ କରନ୍ତି। ପୂଜା ପର୍ବ
କରନ୍ତି ଧର୍ମ କରନ୍ତି ଇତ୍ୟାଦି ଇତ୍ୟାଦି। ହେଲେ କାହିଁକି ସେ ଏତେ କଷ୍ଟ ପାଉଛନ୍ତି।
ତାଙ୍କ ପୁଅଟିକୁ କେତେ କଷ୍ଟରେ ପଢ଼ାଇଲେ, ସେ କିନ୍ତୁ ବେକାର। ଝିଅଟିକୁ ଉଚ୍ଚଶିକ୍ଷିତା
କଲେ, ହେଲେ ଭଲ ବରଟିଏ ପାଉନାହାନ୍ତି ଆଜି ଯାଏ। ଝିଅଟିର ବୟସ ବଢିଯାଉଛି।
“ଭଲ କର୍ମକୁ ତ ଭଲ ଫଳ ଖରାପକୁ ଖରାପ। ହେଲେ ଆଜିକାଲି ଭଲକୁ
ଖରାପ ଆଉ ଖରାପକୁ ଭଲ କ’ଣ ପାଇଁ ଭଗବାନ ଦେଉଛନ୍ତି, ଲିଜା ବୋଉ କୁହ
ତ!”
“ଏମିତି କାହିଁକି ଭାବ ତୁମେ!” ଲିଜାବୋଉର ଉତ୍ତର। “ସମୟକୁ ଅପେକ୍ଷା
କର ଆମେ ତ କାହାର ଅନିଷ୍ଟ କରିନାହାନ୍ତି ଆମର କ’ଣ ପାଇଁ ଖରାପ ହେବ କୁହ
ତ!”
“ସବୁବେଳେ କୁହ ତ ଭଗବାନ ଅଛନ୍ତି ସବୁ ଦେଖୁଛନ୍ତି। କାହିଁକି ଆମର ଦୁଃଖ
ଦେଖୁନାହାନ୍ତି କୁହ ତୁମେ। ମୋ ପିଲାମାନଙ୍କ କଷ୍ଟ ମୁଁ ସହି ପାରୁନି। ଏତେ ଭଲ
୯୪ ମୁଠାଏ ସ୍ୱପ୍ନ
ପଢ଼ି ଲାଭ କ’ଣ? ମୋ ପୁଅ ତ ଇଣ୍ଟରଭିୟୁ ଦେଇ ଚାଲିଛି ଟିକେ ଟିକେରେ କଟି
ଯାଉଛି। ମୋ ଝିଅ ଏତେ ସୁନ୍ଦରୀ ବୁଦ୍ଧିମତୀ ହୋଇ ଆଜିଯାଏ ଭଲ ପାତ୍ରଟିଏ
ମିଳୁନି। ତୁମେ ଡାକ ଠାକୁରଙ୍କୁ ଲିଜା ବୋଉ। ମୁଁ ବି ମାନସିକ କଲି ମୋ ସଂସାର
ନାବ କୂଳକୁ ଲଗାନ୍ତୁ।”
ସତରେ ଏଇଠି ମଣିଷ କର୍ମର ଫଳ ଭୋଗେ। ଯାହାର କ୍ଷତି କରିଥିବ ତୁମର
କ୍ଷତି ନିଶ୍ଚୟ ହେବ। ଆଉ ଯଦି ଧର୍ମରେ ଥିବ ରାତି ଅଧରେ ଭାତ ବି ମିଳିବ ଉପାସ
ରହିବନି। ଏହା ସନାତନ ଧର୍ମ କହେ। ତେଣୁ ରାଧାନାଥଙ୍କ ଦୁଃଖ ସରିବନି କେମିତି।
ସୁଖ ହେଉ କି ଦୁଃଖ ହେଉ ସବୁ ରାତି ଏଇଠି ପାଇଯାଏ। ସମୟର ଅଖ ଚକ
ବୁଲୁଥାଏ ଘଣ୍ଟା କଣ୍ଟା ଅବିରାମ ଗତିରେ ଚାଲୁଥାଏ।
ଏଇଠି ସବୁର ହିସାବ ହୁଏ ସ୍ୱର୍ଗ ଏଇଠି ମର୍ତ୍ତ୍ୟ ବି ଏଇଠି। ସବୁ ଏଇଠି ମିଳେ
ନ୍ୟାୟ ଅନ୍ୟାୟର ହିସାବ ଏଇଠି କରାଯାଏ। ଯିଏ ଯାହାକୁ କଷ୍ଟ ଦେଇଥିବ ସେ
ନିଶ୍ଚିତ କଷ୍ଟ ପାଇବ ସମୟ ପାଖରେ। ଯିଏ ଅନ୍ୟର ଅପହରଣ କରିଥିବ ତାହାର ବି
ସେମିତି ସବୁ ଚାଲିଯିବ ଦିନେ।
ରାଧାନାଥ ଶାନ୍ତ ସରଳ ଅମାୟିକ ମଣିଷଟିଏ। କାହାର ଅନିଷ୍ଟ କରି ନାହାନ୍ତି
ସେ କେବେ। ତାଙ୍କ ନିଜ ଦୁଃଖ ସୁଖରେ ସେ ଚାଲିଥାନ୍ତି ସକାଳୁ ସଞ୍ଜ ସରଳ
ମଣିଷଟିଏ। ସ୍ତ୍ରୀ ମଧ୍ୟ ଘର କାମ ପିଲା ଜଞ୍ଜାଳ ମୁଣ୍ଡାଇ ଚାଲେ ସ୍ୱାମୀ ସହ। କା
ଭଲରେ କି ମନ୍ଦରେ ସେମାନେ କଥା କୁହନ୍ତି ନାହିଁ। ଏମିତି ସମୟ ଗଡ଼ିଗଲାଣି
ଛୋଟ ଚାକିରି ସ୍ୱଳ୍ପ ଦରମାରେ ଜୀବନ କଟେ। ସେଥିରୁ ସବୁ ହାଣ୍ଡିଠୁ ଚାଳ ସମ୍ପର୍କ
ପ୍ରିୟାପ୍ରୀତି। ଭାରି ଆଶା ପୁଅଟି ଇଞ୍ଜିନିୟର ହେବ। କଷ୍ଟ କରି ପଢ଼ାଇଛନ୍ତି। ସେ
ବାହାରେ ରହି ପ୍ରସ୍ତୁତି କରୁଛି। ଝିଅଟି ବିଏ ବିଇଡି ପାଶ୍ କରି ଘରେ ଅଛି। ସ୍ୱାମୀ ସ୍ତ୍ରୀ
ଦୁହେଁ ଭଗବାନଙ୍କଠାରେ ସମର୍ପିତ ହୋଇ ସରଳ ଜୀବନ କଟାଇ ଚାଲିଛନ୍ତି।
ଭଗବାନଙ୍କୁ ହାତ ଯୋଡ଼ନ୍ତି ସକାଳୁ ସଞ୍ଜ ପାରି ପାଇଁ।
ଏମିତି ସମୟ ଗଡ଼ିଯାଏ ଏମାନେ ବି ସମୟ ସୁଅରେ ଭାସମାନ ପତ୍ର ପରି
ଭାସି ଚାଲିଛନ୍ତି। ମନରେ ଅଭିମାନ ପୁଳାଏ ଠାକୁରଙ୍କ ଉପରେ। କାହାରି ଅନିଷ୍ଟ
କେବେ କରିନାହାନ୍ତି ସେମାନେ। ଓଲଟି ସାହାଯ୍ୟର ହାତ ବଢାଇଥାନ୍ତି ସଭିଙ୍କ ପାଇଁ।
ସତ୍ କର୍ମର ଫଳ କେବେ ବେକାର ଯାଏନି ନିଶ୍ଚୟ ଦିନେ ତା’ର ଫଳ ମିଳେ।
ରାଧାନାଥ ଆଉ ଲିଜା ମା’ କେମିତି ସେଥିରୁ ବାଦ୍ ଯିବେ।
ସନ୍ଧ୍ୟାରେ ପୁଅ ହଠାତ୍ ଆସି ଘରେ ପହଞ୍ଚିଲା। ତାକୁ ଦେଖି ବାପା ଆଶ୍ଚର୍ଯ୍ୟ ପୁଣି
ବୋଧେ ପୁଅର ପଇସା ଦରକାର। ଚଡ଼କ ମାରିଲା ମୁଣ୍ଡକୁ ସବୁ ଜମି ତ ବିକି
ମୁଠାଏ ସ୍ୱପ୍ନ ୯୫
ମୁଠାଏ ସ୍ୱପ୍ନ ୯୫
ସାରିଲେଣି ଆଉ ଅଳପ କିଛି ଚାଷକରି ପେଟକୁ ଭାତ ଯୋଗାଡ଼ କରୁଛନ୍ତି। କେଉଁଠୁ
ଆଣିବେ ପଇସା। ମୁହଁ ଶୁଖିଗଲାଣି ବାପା ମା’ଙ୍କର। ପୁଅ ନମସ୍କାର ହୋଇ କହିଲା,
“ମା’ ବାପା ଆଜି କଥାଟିଏ କହିବି।”
ମା’ ପୁଅକୁ ଖାଇବାକୁ ଦେଇ କହିଲେ, “ଖାଇସାରେ କହିବୁ।”
ପୁଅର ଏକା ଜିଦି ଏବେ କହିବି।
ରାଧାନାଥ କହିଲେ, “ହେଉ କହ କ’ଣ କହିବୁ।”
ପୁଅ ରଞ୍ଜନ କହିଲା, “ତୁମେ ଆଉ ଦୁଃଖ କରନି। ଆମର ଭଲ ସମୟ ଆସିଗଲା
ମୋର ଚାକିରି ହୋଇଗଲା। ଗୋଟିଏ ବଡ଼ କମ୍ପାନିରେ ଚାକିରି ହୋଇଗଲା। ବର୍ଷକୁ
୨୫ ଲକ୍ଷ। ଆମର ସବୁ ଦୁଃଖ ସରିଯିବ ଆମେ ନୂଆ ଘର ନେଇ ରହିବା। ଆଉ
ଭଉଣୀର ଭଲ ପାତ୍ର ଦେଖି ବିବାହ କରିବା। ମୋର ଭଲ ସାଙ୍ଗ ଅଛନ୍ତି ଦେଖି
କରିଦେବା।
ଲିଜା ବୋଉ ଉଠିପଡ଼ି ଦିଅଁ ଘରକୁ ଚାଲିଗଲେ। ହେ ଦୟାମୟ ହେ ଆରତ
ନାଶନ ହେ ଦୀନବନ୍ଧୁ କିଏ କହେ ତୁମେ ନାହଁ ବୋଲି ତୁମେ ଅଛ ଠାକୁର। ସ୍ୱାମୀକୁ
କହିଲେ, “ହେଇ ଶୁଣୁଛ ଦେଖ ଭଗବାନ ଦୁଃଖ ଶୁଣିଛନ୍ତି ତୁମେ ଭଲ ମଣିଷଟିଏ।
ତୁମର ଭଲ କର୍ମ ପାଇଁ ଆଜି ଆମ ପୁଅକୁ ଖାଇବାକୁ ମୁଠେ ମିଳିଗଲା ଜୀବନ ସାରା
ଆଉ ଝିଅର ଭାଗ୍ୟ ବି ଖୋଲିଗଲା।”
ରାଧାନାଥ ଲୁହ ଆଉ କୋହ ଭରା କଣ୍ଠରେ କହିଲେ, “ହଁ ଲିଜା ବୋଉ
ତୁମେ ଠିକ୍ କହୁଥିଲ। କର୍ମ ଫଳ ମିଳେ ଆଉ ଭଲକୁ ଭଲ କର୍ମ ଫଳ ଓ ମନ୍ଦକୁ ମନ୍ଦ
ମିଳେ।”
ଲିଜା ଭାଇ ପାଖକୁ ଚାଲି ଆସିଲା। ସମସ୍ତେ ମିଶି ଭଗବାନଙ୍କ ଉଦ୍ଦେଶ୍ୟରେ
ପ୍ରଣାମ କଲେ ଆଉ କହିଲେ ଭଲ କର୍ମ କଲେ ନିଶ୍ଚୟ ଭଲ ଫଳ ମିଳିବ। ଆମେ ବି
କେବେ ଖରାପ କର୍ମ କରିବାନି। ଖରାପ ଫଳ ମିଳିବ। ଆମେ ଆମ ବାପା ମା’ କରି
ଭଲ ମଣିଷ ହେବା ମଣିଷକୁ ଭଲ ପାଇବା। କାହାର ଅନିଷ୍ଟ କରିବା ନାହିଁ। ଦରିଦ୍ର
ଦୁଃଖୀରଙ୍କି ମନ ବୁଝିବା, ଈର୍ଷା ପରଶ୍ରୀକାତରତା ଆଦିଠାରୁ ଦୂରେଇ ରହିବା ତେବେ
ଭଲ ଫଳ ମିଳିବ। ଜୀବନ ଗୋଟେ ଅଛିଣ୍ଡା ଗଣିତ ବୁଝିବା ଭାରି କଷ୍ଟ। ଭଲ ବାଟରେ
ନେଲେ ସହଜ ଆଉ ରାସ୍ତା ଖରାପ ହେଲେ ନେଲେ ରକ୍ତାକ୍ତ ହେବାକୁ ପଡ଼େ।
୯୬ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ