ଅଧ୍ୟାୟ ୨୮ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ଅଧରାତିର ନିସ୍ତବ୍ଧତାରେ ଶୁଭେ ଏଠି ଠୋ ଠୋ କାହାର ହସ। ପୁଣି ଭୋ ଭୋ କାନ୍ଦ
କ’ଣ ପାଇଁ? ଏଠି କିଏ ହସେ ବିଦ୍ରୁପ କରି ପୁଣି କାନ୍ଦେ ଦୁଃଖରେ ମ୍ରିୟମାଣ ହୋଇ।
ଏ ସମୟ ଏ କାଳ ଏ ଶ୍ମଶାନ, ସେ ହସେ ପୁଣି କାନ୍ଦେ।
ଏଠି କିଏ ହଜିଯାଏ ସବୁଦିନ ଆଉ କିଏ ହଜି ବି ରହିଯାଏ କଫିନ୍ ତଳେ?
ପାଏ ନାହିଁ ମୋକ୍ଷ ଅତୃପ୍ତ ଆତ୍ମାଟିଏ।
କେଉଁ କାଳରୁ ସେଠି କେତେ କେତେ ଶବ ଦାହ ହୁଏ। ଶ୍ମଶାନର ଶାନ୍ତି
କେଉଁଠି ନାହିଁ। ସେଇଠିକୁ ଗଲେ ଆତ୍ମା ପରମାତ୍ମା ପାଖେ ଧାଇଁଯାଏ। ହେଇ ଏବେ
ଏବେ ଗାଁ ମଶାଣିରେ ଜଳୁଥିଲା ଜୁଇ ଅନେକ ଦୂରରୁ...
ନିମିଷକେ ଗଲା ସବୁ ପାଉଁଶ ହୋଇ ସ୍ନେହ ମମତା, ମାନ ଅଭିମାନ ସବୁ
କିଛି। ଏଠି ସାହୁକାର, ଏଠି ଗରିବ ସମସ୍ତେ ହଜିଯାଇଛନ୍ତି। କେତେ ମାନ ସମ୍ମାନ
ମଣିଷ କେତେ ଗର୍ବୀ ଅହଙ୍କାରୀ। ତେଣୁ ମଶାଣି ହସୁଛି ଗର୍ବୀର ଗର୍ବ ଦେଖି ଆଉ
କାନ୍ଦୁଛି ସେଇ ସରଳ ମଣିଷ ପାଇଁ ଯିଏ ଶିକାର ହୋଇଛି ଅନ୍ୟାୟର।
ଏଠି କାନ୍ଦୁଛନ୍ତି ଭୋ ଭୋ ହୋଇ ହାତ ବାଡ଼େଇ ଅସହାୟ ନାରୀଟିଏ। ଏବେ
ଏବେ କ୍ଲିନ୍ ଭିତରେ ଶୋଇଛି ଭେଣ୍ଡିଆ ପୁଅଟିଏ। ରଜନୀ ଯିଏ ଅନ୍ଧାର ଭିତରେ
ସବୁ ଦିନ ରହିଗଲା, ନାଁ ତା'ର ସାର୍ଥକ ହୋଇଗଲା। ଦିନେ ଥିଲା ସୁନ୍ଦର କଳାକାର
ମୁଠାଏ ସ୍ୱପ୍ନ ୯୭
ପରିବାରଟିଏ। ଖୁସିରେ ହସୁଥିଲା ରଜନୀର ଦୁନିଆଁ। ଖୁସିରେ ଫାଟିପଡୁଥିଲା ତା'ର
ସଂସାର। ଆଜି ସବୁ ହରାଇ ନିଃସହାୟ। ଛଡ଼ାଇନେଲା ଦିବସ ସବୁକିଛି। ସ୍ୱାମୀ
ଖୋର୍ଦ୍ଧାରେ ଚାଲିଗଲେ, ସାନପୁଅ ରୋଗରେ ବାପାର ଦୁଇ ବର୍ଷ ପରେ ଚାଲିଗଲା।
ଭାଂଗିଗଲା ରଜନୀର ସଂସାର। ଚୁନା ଚୁନା ହେଲା ମନ।
କେବଳ ସାହା ଆଉ ଗୋଟିଏ ପୁଅ। ତାକୁ ଅନାଇ ଦିନ କାଟିବାକୁ ଅଣ୍ଟା
ଭିଡ଼ିଥିଲା ରଜନୀ। ଆରିୟନ ତା'ର ବଡ଼ ପୁଅ। ଶାନ୍ତ ସରଳ ସୁନ୍ଦର ପୁଅଟିଏ।
କଳାକାର ପରିବାର ଯେହେତୁ ସେ ବି ଗୀତ ଗାୟକ। ସୁନ୍ଦର ଗୀତ ଗାଇ ଛୋଟ
ବେଳରୁ ମନ ଜିଣିନିଏ ସଭିଙ୍କର।
ସେ ଆସ୍ତେ ଆସ୍ତେ ବଡ଼ ହେଲା। ଭଲ ପଢ଼େ ଆରିୟନ। କିନ୍ତୁ କେଉଁ ବାଟ
ବାଛିବ ଭାବି ପାରେନା? ସିଏ ସମୟକ୍ରମେ ଡାକ୍ତରୀ ପାଠ ପଢ଼ିଲା। କିନ୍ତୁ କାହିଁକି
କେଜାଣି ସେ ଗୀତରେ ହଜି ଯାଉଥିଲା। ବାପାଙ୍କୁ କହିଲା ସେ ଗୀତକୁ ବେଉସା
କରିବ। ବାପା ମଧ୍ୟ ରାଜି ହୋଇଗଲେ- ତୋ' ଜୀବନ ତୁ ଗଢ଼।
ସେଠୁ ଆରିୟନ ଗୀତରେ ଲାଗିଗଲା ସବୁଦିନ। ବହୁତ ଉପରକୁ ଗଲା। ଏତେ
ମିଠା ତା'ର ସ୍ୱର। ସେ ବାନ୍ଧିନେଲା ସଭିଙ୍କୁ ତା'ର ଗୀତରେ। ବୁଢ଼ାଠୁ ଯୁବା ଯାଏ
ସଭିଏଁ ମସଗୁଲ ତା' ଗୀତରେ। ନିଜେ ଗଢ଼ିଲା ମୁ୍ୟଜିକ ପାର୍ଟି। ଗୀତ ଗାଇ ଦେଶ
ରାଜ୍ୟ ସବୁଠି ସେ ହେଲା ପରିଚିତ।
ଗାଁର ସରଳ ଜୀବନରେ ସେ ଖୁବ୍ ଖୁସିରେ ଥିଲା। କିନ୍ତୁ ତାକୁ ମାୟା ନଗରୀକୁ
ଟାଣିଲେ କିଛି ଗୀତ ବ୍ୟବସାୟୀ।
ପଇସା ଲୋଭରେ ମାୟାନଗରୀର ସହରୀ ଜୀବନରେ ପାଦ ଦେଲା ସେ। ଏହା
ଭିତରେ ଆରିୟନ ଭଲପାଇ ବିବାହ କରିସାରିଥିଲା। ଛୋଟ ଝିଅଟିଏ ବି ଆସିଥିଲା
ତାଙ୍କ କୋଳକୁ। ହେଲେ ହସ ଖୁସିର ସଂସାରରେ ନଜର ଲାଗିଗଲା କାହାର।
ଆସ୍ତେ ଆସ୍ତେ ସହରରେ ରହିଲା ପରେ ପତିପନôୀଙ୍କର ମନୋମାଳିନ୍ୟ ଆରମ୍ଭ
ହେଲା। ସ୍ତ୍ରୀ ଝିଅକୁ ଧରି ଅଲଗା ରହିବାରୁ ଭାଂଗିଗଲା ଆରିୟନର ମନ।
ଦରଦୀ ମଣିଷଟିଏ, କେତେ ସହିବ ଦରଜକୁ।
ମନର ଦରଜ ସହି ହୁଏନା କି କହି ହୁଏନା। ଠିକ୍ ସେମିତି ହେଲା।
ତଥାପି ସେ ଗୀତ ଜାରି ରଖିଥାଏ। ଖୁବ୍ ମାନ ସମ୍ମାନ ଆରିୟନ ପାଇଁ। ତା'ର
ମିଠା ଯାଦୁକରୀ ସ୍ୱରରେ ସବୁ ପାଗଳ।
ପ୍ରେମର ଗୀତରେ ଭିଜାଇ ଦିଏ, ବିରହ ଗୀତରେ ଜଳାଇ ଦିଏ, ଦୁଃଖ ଗୀତରେ
କନ୍ଦାଇ ଦିଏ ଆଉ ମଜା ଗୀତରେ ହସାଏ ଖୁବ୍। ମଞ୍ଚରେ ଛିଡ଼ା ହୋଇଗଲେ ମଞ୍ଚ
୯୮ ମୁଠାଏ ସ୍ୱପ୍ନ
ଝୁମିଯାଏ ସେ ସୁରିଲା ସ୍ୱରରେ। ଆଃ କି ମିଠା ସ୍ୱର। ଆସ୍ତେ ଆସ୍ତେ ଆରିୟନର
ଖ୍ୟାତିରେ ଅସୂୟାଭାବ ଜାଗ୍ରତ ହେଲା। ଈର୍ଷାରେ ଜଳିଲେ ଅନ୍ୟମାନେ।
ଠିକ୍ ଉପର ପାହାଚକୁ ଚଢୁ ଚଢୁ ପଡ଼ିଗଲା ଆରିୟନ, ଭାଂଗିଗଲା ମନ,
ହୃଦୟ ସବୁ କିଛି। ଫାଇଦା ନେବାକୁ ସମାଜରେ ବହୁତ ମଣିଷ ଅଛନ୍ତି। ଜଖମରେ
ମଲମ ଦେଉ ଦେଉ ସେମାନେ ତୁମକୁ ପୂରା ମାରିଦିଅନ୍ତି।
କୁସାଙ୍ଗମାନଙ୍କ ଦ୍ୱାରା ସହରରେ ରହି ନିଶା ନାରୀରେ ବୁଡ଼ିଗଲା ଆରିୟନ।
ସବୁ ପ୍ରକାର ବାରଣ ସତ୍ତ୍ୱେ ସେ ନିଶାରେ ବୁଡ଼ି ଦୁଃସାଧ୍ୟ ରୋଗର ଶୀକାର ହେଲା।
ଡାକ୍ତରମାନଙ୍କର ବାରଣ ସତ୍ତ୍ୱେ ସେ ଗୀତ ଗାଇଲା।
ତା’ ଲାଗି ମରଣଯନ୍ତା ତିଆରି କରିଦେଇଥିଲେ ଶତ୍ରୁମାନେ।
ଲୁଟିନେଲେ ପଇସା ଲୁଟିନେଲେ ଜୀବନ।
ହଠାତ୍ ମା' ଖବର ପାଇଲେ ଯେ ପୁଅ ଅସୁସ୍ଥ।
ଆଇସିୟୁରେ।
ମା'ର ଧୈର୍ଯ୍ୟର ବନ୍ଧ ଭାଂଗିଗଲା। ଦୌଡ଼ିଗଲେ ସହରକୁ।
ଭଗବାନ, ଯୀଶୁ - ସଭିଙ୍କୁ ବିକଳରେ ଡାକିଲେ ପୁଅକୁ ବଞ୍ଚାଇଦେବାକୁ,
ହେଲେ କାଳ ବଡ଼ ଦାରୁଣ ବାଛି ନେବ କଞ୍ଚା ରଖିବ ପାଚିଲା। ଦୁଃଖୀ ଦୁଃଖ ବହୁତ
ସହିପାରେ ବୋଲି ଦଇବ ଦାଉ ସାଜେ। କାଳ ଛଡ଼ାଇନେଲା ପୁଅକୁ ମା'ଠାରୁ।
ଜୀବନ କାଢ଼ିନେଲେ ଠାକୁର କେମିତି ବଞ୍ଚିବ ଅସହାୟ ମା'ଟି। ଧାଇଁ ଆସୁଛି
ଏଇ ମଶାଣିକୁ ପଚାରିବାକୁ ପୁଅକୁ। ଡାକୁଛି ଉଠି ଆ’ କଫିନ୍ ଭିତରୁ, ଯେଉଁଠି
କଫିନ ଦିଆଯାଇଛି ତା'ର ପୁଅକୁ।
କେହି ବିଶ୍ୱାସ କରିପାରୁ ନାହାନ୍ତି। ସାରା ରାଜ୍ୟରେ ସଭିଙ୍କ ଆଖିରେ ଲୁହ।
କ'ଣ ହେଲା ହଠାତ୍ କେହି ବୁଝିପାରିଲେ ନାହିଁ? କାହାର ଷଡ଼ଯନ୍ତ୍ର ନା ସ୍ୱାସ୍ଥ୍ୟ
ସମସ୍ୟା ନା ଜାଣି ଜାଣି ପଇସା ପାଇଁ ସବୁ ଷଡ଼ଯନ୍ତ୍ର। କାହିଁକି ପିଲାଟିଏ ଅକାଳରେ
ଝଡ଼ିପଡ଼ିଲା ତାହା ଆଜି ବି ପ୍ରଶ୍ନବାଚୀ!
ମା' ବସିଛି ସକାଳୁ ସଞ୍ଜ କଫିନ୍ ପାଖରେ, ପଚାରୁଛି ତା'ର ଦୋଷ କ’ଣ?
କାହିଁକି ପରିବାର ତାକୁ ଛାଡ଼ି ଚାଲିଗଲେ ସମସ୍ତେ ଜଣେ ପରେ ଜଣେ। କାନ୍ଦୁଛି
କଫିନ୍ ଭିତରେ ପୁଅ, କାନ୍ଦୁଛି କଫିନ୍ ବାହାରେ ମା'ଟିଏ।
ହସୁଛି ମଶାଣି। ଅଟ୍ଟହାସ୍ୟରେ ଫାଟୁପଡୁଛି ମଶାଣି, କହୁଛି ଏଇ ତ ଜୀବନର
ଶେଷ, କାହିଁକି କାନ୍ଦୁଛୁ ମା’? ସମସ୍ତେ ଆଜି ଅବା କାଲି ଏଇଠିକୁ ଆସିବେ, ମୁଁ
କୋଳେଇନେବି ସମସ୍ତଙ୍କୁ ନିଜର ଭାବି। ସେ ହେଉ ବଡ଼ ଅବା ସାନ। ତୁମେ ବି
ମୁଠାଏ ସ୍ୱପ୍ନ ୯୯
ମୁଠାଏ ସ୍ୱପ୍ନ ୯୯
ଆସିବ ଦିନେ ମୋ' କୋଳକୁ ତୁମ ସମୟ ହେଲେ। ଏଠି କାଳର ନିର୍ଦ୍ଦେଶନାରେ
ଚାଲିଛି ରଙ୍ଗ ମଞ୍ଚ। ଅଭିନୟ ସରିଲେ ଆସିବେ ସବୁ ଏଠାକୁ।
କ'ଣ ମିଳିବ ସେ ମାନ ସମ୍ମାନ ସେ ନ୍ୟାୟ ଅନ୍ୟାୟରୁ? କ'ଣ ମିଳିବ ତୋତେ
ଆଉ ତୋର ପୁଅ? ସେ ଫେରିଯାଇଛି ବୁଝିଯା...।
ପୁଣି ଅଟ୍ଟହାସ୍ୟ ମଶାଣିର....।
ହା ହା ହା....
ମୁଁ ଏଠି ଏକା ସତ୍ୟ.....ା
୧୦୦ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ