ଅଧ୍ୟାୟ ୩ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ଝିଅଟିଏ ଜନ୍ମ ହେଲେ କାହିଁକି ପରିବାରରେ ଦୁଃଖର ଛାଇ ଖେଳିଯାଏ? ପୁଅଟିଏ
ଜନ୍ମ ହେଲେ ଆନନ୍ଦରେ ପରିବାର ଉଛୁଳିପଡ଼େ।
ଏ କି ନିୟମ ସମାଜରେ?
ଝିଅଟିଏ ଜନ୍ମହେଲେ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼େ, ନାରୀଟିକୁ
ପରିବାର ସ୍ୱାମୀ ପାଖରେ। ଏଥିପାଇଁ ଆଜି ଝିଅ ସଂଖ୍ୟା କମିଯାଇଛି ସମାଜରେ।
ନଳିନୀଦେବୀ ଆଜି ଚିନ୍ତିତ, ନାତୁଣୀଟିଏ ହୋଇଛି ବୋଲି। ମନ ମାରି ବସି
ଭାବୁଛନ୍ତି। କେତେ କଷ୍ଟ ହେବ ପୁଅକୁ ତା'ର ବିବାହ ପାଇଁ। ଲାଭ କ'ଣ? ସେ ତ
ପରଘରକୁ ଯିବ, ପର ଧନ। ସେ ଏମିତି ଭାବି ମନଦୁଃଖରେ ବସିଛନ୍ତି। ସଭିଙ୍କ
ଉପରେ ଗରଗର ହେଉଛନ୍ତି।
ଦୁହିତା ଦୁଇକୂଳକୁ ହିତା। ସେକଥା ଭୁଲି ଯାଉଛନ୍ତି। ନାରୀ ନାରୀର ହିଁ ଶତ୍ରୁ।
ସେ ଭାବିପାରୁ ନଥିଲେ ଯେ ସେ ବି ଜଣେ ନାରୀ।
ସେ ତାଙ୍କ ସମୟର କଥା କହୁଥିଲେ। ଯେଉଁଠି ନାରୀ ଅବହେଳିତ ହେଉଥିଲା।
ଏବେ ଯୁଗ ବଦଳିଯାଇଛି। କନ୍ୟା ଏବେ ସୁନାର ଫୁଲଟିଏ। ରନôଟିଏ ପରିବାରରେ।
ବୋହୂ ସରିତା କିନ୍ତୁ ବହୁତ ଖୁସି। ସରିତା ଶିକ୍ଷିତା ମନରେ ଅନେକ ସ୍ୱପ୍ନ ଝିଅ
ପାଇଁ । ମନେମନେ ଭାବୁଛି ଝିଅକୁ ଭଲ ମଣିଷ କରିବି। ଉପଯୁକ୍ତ ଶିକ୍ଷା ସଂସ୍କାର
ମୁଠାଏ ସ୍ୱପ୍ନ ୧୯
ଦେବି। ଅନ୍ଧବିଶ୍ୱାସକୁ ଗ୍ରହଣ କରିବିନି। ସ୍ୱାମୀ ଶେଖରଙ୍କୁ ଚାହିଁ କହିଲେ, “ଦେଖ,
ମନ ଦୁଃଖ କରନାହିଁ। ଏଇ ଝିଅକୁ ଆମେ ଭଲ ମଣିଷ କରି ଗଢ଼ିବା। ଝିଅଟିଏ
ଅଧିକ ପିତାମାତାର ଦାୟିତ୍ୱ ନିଏ। ଝିଅଟିଏ ଭିତରେ ଅଧିକ ଆବେଗ ଥାଏ। ମମତାର
ଝରଟିଏ ସିଏ। କାହିଁକି ନା ଝିଅଟିଏ କେତେ ଭୂମିକାରେ ଅଭିନୟ କରେ। କେତେ
ହୃଦୟକୁ ସେ ବାନ୍ଧିରଖେ ତା' ପଣତ କାନିରେ। ଜନମ ଜୁଇରୁ ମରଣ ଜୁଇ ଭିତରେ
ସେ ଜଳୁ ଥାଏ ଅହରହ।”
ରେବତୀର ଶହେ ସଂସ୍କରଣ ହେଲେ ବି ରେବତୀ ସେଇ ରେବି..... ନିଆଁ.....
ଚୁଲି..... ତା' ପାଇଁ ସବୁ ଅମଙ୍ଗଳ ନଳିନୀଦେବୀ। ଭାବନାରେ.... ତା' ଲାଗି
ପରିବାରରେ ଅଶାନ୍ତି, ଏ ଭାବନା ଯିବନି କେବେ ନଳିନୀଦେବୀଙ୍କ ମନରୁ।
ଚନ୍ଦ୍ରକଳା ପରି ବଢ଼ିଲା ଝିଅଟି। ପାଠପଢ଼ା ଆରମ୍ଭ ହେଲା। ଝିଅଟି ଭଲ ପଢ଼ିବାକୁ
ଲଗିଲା। ସୁଶୀଳା ସୁନ୍ଦରୀ ପୁଣି ବୁଦ୍ଧିମତୀ କନ୍ୟାଟିଏ।
ଏଇ ଭିତରେ ଝିଅର ପଢ଼ା ଚାଲିଥାଏ। ଜେଜେମା' ସଂସାରରୁ ଚାଲିଗଲେ।
ବାପା ମା' ରୋଜିକୁ ନେଇ ସଂସାର। ରୋଜି ସେଇ ଝିଅ ଯା' ପାଇଁ ମା' ଆଖିରେ
ଆଖିଏ ସ୍ୱପ୍ନ। ପାଠ ପଢ଼ି କେମିତି ଭଲ ଚାକିରି କରିବ। ବୁଢ଼ା ବୁଢ଼ୀ ଦିନେ ତାଙ୍କର
ଆଶାବାଡ଼ି ହେବ।
ଏହା ଭିତରେ ରୋଜି ବଡ଼ ହୋଇଯାଇଛି। ନିଜେ ବଞ୍ଚିବା ଶିଖି ଯାଇଛି।
ଆଇପିଏସ୍ ଚାକିରିରେ ଯୋଗ ଦେଇଛି। ସମାଜରୁ ଭେଦଭାବର ପ୍ରାଚୀର ଉଠାଇବା
ରୋଜିର ଲକ୍ଷ୍ୟ ପାଲଟିଯାଇଛି। ନିଜ ସୁରକ୍ଷା ନିଜେ ଦେବା, ଝିଅଟିଏ ଶିଖିବା ଦରକାର।
କାହିଁକି ନା ଏ ସମାଜର ଲୋଲୁପ ଦୃଷ୍ଟିରୁ ସେ କେବେ ମୁକୁଳି ପାରିବନି?
ଏଇ ନାରୀ ସୀତା, ସାବିତ୍ରୀ, ଦ୍ରୌପଦୀ। ଯୁଗେ ଯୁଗେ ନାରୀମାନଙ୍କୁ ଅତ୍ୟାଚାର
ସହିବାକୁ ପଡ଼େ। କେବେ ପରିବାର ତ କେବେ ସମାଜ ଜିଇଁବାକୁ ଦିଏନି ଭଲରେ।
ଆଜି ଯୁଗ ବଦଳିଯାଇଛି। ନାରୀ କେବେ ବି ହାରିବା ଉଚିତ ନୁହେଁ। ସେ
ଦେବୀଟିଏ ଝରାଇ ଦିଏ ଆଶିଷ ସମାଜ ପାଇଁ। ତା' ଲୁହରେ ଜଳିଯାଏ ଲଙ୍କା।
ଲୋପ ପାଏ କୌରବବଂଶ। ସେ ଦୁର୍ଗା, କାଳୀ, ଆଦ୍ୟାଶକ୍ତି, ଅସୀମ ଶକ୍ତିର
ଅଧିକାରିଣୀ। ତା' ହୃଦୟ କୋହର ବରଫଘର। ତରଳିଗଲେ ବନ୍ୟା ଆସେ
ଜୀବନରେ। ମାପିଚୁପି ଜୀବନ ଜିଏଁ। କନ୍ୟା, ଭଗିନୀ, ଜାୟା, ଜନନୀର ଅଭିନୟ
କରି କରି ଥକି ଯାଏନି କେବେ।
ସେ ଝାନ୍ସୀର ଲକ୍ଷ୍ମୀବାଈ, ଜୀବନ ଯୁଦ୍ଧରେ ସଂଗ୍ରାମ କରିବାକୁ ପଛାଏନି
କେବେ। ସେ ସର୍ବଂସହା ସ୍ୱୟଂସିଦ୍ଧା। ସେ ପବିତ୍ର ଗଙ୍ଗାର ଧାରା, ସ୍ନେହର ମନ୍ଦାକିନୀ,
୨୦ ମୁଠାଏ ସ୍ୱପ୍ନ
ମମତାର ଝର ହିଁ ନାରୀ। ସେ ସୃଷ୍ଟିକାରିଣୀ, ସଂହାରକାରିଣୀ। ନାରୀ ହିଁ ଏକ ଉଲ୍କା
ପିଣ୍ଡ। ପୁଣି ଚନ୍ଦ୍ରର ସୁଶୀତଳ ଜ୍ୟୋତ୍ସ୍ନା...।
ଆଇପିଏସ ଚାକିରି ସହ ନିଜର ଦାୟିତ୍ୱ ନିଭାଇ ପାରନ୍ତି ରୋଜି। ଏହା ଭିତରେ
ସେ ଭଲ ଜୀବନସାଥୀ ବାଛିଛନ୍ତି। ଯିଏ ତାଙ୍କ ବାପା ମା'ଙ୍କୁ ନିଜ ବାପା ମା' ପରି
ଦେଖିବ। ରୋଜି ଭଲ ବୋହୂ ହେବା ପାଇଁ ଶତଚେଷ୍ଟା କରିବେ। ସମାଜ ଧନ୍ୟ ଧନ୍ୟ
କହିବ ଭୁରି ଭୁରି ପ୍ରଶଂସାରେ। ତାଙ୍କ ଜୀବନ ରାସ୍ତାରେ ଫୁଲ ବିଛାଡ଼ି ହୋଇ ପଡ଼ିବ।
ନାରୀ ଜାଗରଣ ପାଇଁ ଏବେ ସେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଯେମିତି
କନ୍ୟାଟିଏ ହେଲେ କାହା ମନରେ ଦୁଃଖ ନ ଆସୁ। ସମାଜକୁ ସଚେତନ ବାର୍ତ୍ତା
ଦିଅନ୍ତି ସବୁବେଳେ। ରୋଜି ପାଇଁ ବାପା, ମା', ସ୍ୱାମୀ ଓ ପରିବାର ଗର୍ବିତ। ଦୁହିତା
ଜନମ ତାଙ୍କର ଧନ୍ୟ। ସମାଜ କହେ ସେ କନ୍ୟା ରନôଟିଏ...।
ଝିଅ ପାଇଁ ପରିବାର ଭାଙ୍ଗିପଡ଼େ ଦୁଃଖରେ। ମାତ୍ର ପୁଅଟିଏ ହୋଇ ଯଦି
ଅମଣିଷ ହୁଏ, ବାପା ମା'ଙ୍କୁ ହତାଦର କରେ, ଲାଭ କ'ଣ? ପୁଅ କି ଝିଅ
ଯାହାହେଲେ ବି ପିଲା ଉପଯୁକ୍ତ ମଣିଷ ହେବା ଦରକାର। ସଂସ୍କାରୀ ହେବା ଆବଶ୍ୟକ।
ରୋଜିର ମା' ବୁଝିଥିଲେ ବୋଲି ଝିଅଟିକୁ ଠିକ୍ରେ ଗଢ଼ିପାରିଲେ। ପ୍ରତ୍ୟେକ
ନାରୀ ବୁଝିବା ଦରକାର, ବୁଝାଇବା ଦରକାର। କନ୍ୟା ପରିବାରର ରନôଟିଏ, ଦୁଇକୂଳର
ଉଦ୍ଧାରକାରୀ ହିଁ କନ୍ୟା। ଘର ହସି ଉଠେ ଝିଅଟିର ଝୁମ୍ଝୁମ୍ ଚାଲିରେ। ଲକ୍ଷ୍ମୀ ସେ
ଘରର। କନ୍ୟାକୁ ସମ୍ମାନ ଦେଲେ ପରିବାରର ଉନ୍ନତି ହୁଏ। ବେଟି ବଞ୍ଚାଅ ଅଭିଯାନକୁ
ସଫଳ କରିବା ଦରକାର।
ଦୁନିଆଁ ଦେଖିବା ଆଗରୁ ସେ ଅନ୍ଧାରରେ ରହି ନ ଯାଉ। ସଭିଏଁ ସଚେତନ
ହେବା ଆବଶ୍ୟକ, ଆଉ ସେ ଯୁଗ ନାହିଁ, ଏବେ ନାରୀ ସବୁଠି ଆଗରେ...! ସମାଜରେ
ରନôଟିଏ... ଠିକ୍ ରୋଜି ପରି ଶେଖରବାବୁ ଆଜି ଭାରି ଖୁସି ଝିଅଟିଏ ପାଇଁ। ସଭିଙ୍କ
ଭାଗ୍ୟରେ ନଥାଏ ରନôଟିଏ।
କେତେ ତପସ୍ୟାର ଫଳ କନ୍ୟାଟିଏ, ତାକୁ ଆଦରେ କୋଳେଇନେବା ଉଚିତ।
ସେ ସମାଜ ବଗିଚାରେ ସୁନା ଫୁଲଟିଏ କନ୍ୟା ରନôଟିଏ।
ମୁଠାଏ ସ୍ୱପ୍ନ ୨୧
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ