ଅଧ୍ୟାୟ ୪ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ଫଗୁଣ କ’ଣ ଝରିଯାଏ କି? ଠିକ୍ ଝରା ଶେଫାଳି ପରି। ସବୁ ସ୍ୱପ୍ନ ହଜିଯାଏ କିଛି
ମୁହୂର୍ତ୍ତରେ। ଫଗୁଣ ତ ଆସେ ରଙ୍ଗର ମେଲଣରେ ଋତୁରାଜ ସାଜି। ପୃଥିବୀକୁ ନବ
ଯୌବନରେ ପରିପୂର୍ଣ୍ଣ କରି ରୂପ ମାଧୁର୍ଯ୍ୟରେ। କୋଇଲିର କୁହୁତାନରେ। ଆମ୍ବ
ବଉଳର ମହମହ ବାସ୍ନାରେ। ମହୁଲ ଫୁଲର ମହୁଲି ନିଶାରେ। ହଳଦୀବସନ୍ତର ସୁନା
ଡେଣାରେ ଆଉ ରଙ୍ଗରେ ମସଗୁଲ ହୋଇ କୃଷ୍ଣଚୁଡ଼ାର ନାଲି ରଙ୍ଗରେ ଫଗୁଣ ହସେ।
ଏ ପୃଥିବୀ ଏକ ରଙ୍ଗ ମଞ୍ଚ। ଏଠି ସମସ୍ତେ ଅଭିନେତା। ଠିକ୍ ଏମିତି ଋତୁ
ମାନେ ବି ଜଣେ ପରେ ଜଣେ ଏ ଧରଣୀକୁ ହସାନ୍ତି ଆଉ ଭିଜାନ୍ତି।
ମନ ଇଚ୍ଛା ତତାଇଦିଅନ୍ତି, ଥରାଇଦିଅନ୍ତି ବାର ମାସରେ ଛ’ ଋତୁ। ଛଅ ଋତୁରେ
ଋତୁରାଜ ବସନ୍ତ। ନିଦାଘ, ବରଷା, ଶୀତ ପରେ ଧରଣୀକୁ ହସାଇଆସେ ବସନ୍ତ।
ଫାଲଗୁନ ମାସରେ ଛମ୍ଛମ୍ ନାଚି ନାଚି ରଙ୍ଗର ପସରା ମେଲି ଆସେ ଫଗୁଣ।
ଦେହରେ ମନରେ ମାଦକତା ଖେଳିଯାଏ। ନୂତନ ଶିହରଣ ଆଣେ ମଳୟ ଛୁଆଁ।
ଫୁଲ ସବୁ ବିଭୋର ହୁଅନ୍ତି ନବ ଯୌବନରେ। ମଧୁପ ମତୁଆଲା ମଧୁ ପାଇଁ
ପଳାଶର ନାଲି ନାଲି ଫୁଲରେ ଅଳସ ଭାଙ୍ଗେ ଯୌବନ। ରାସ୍ତାକଡ଼ରେ କୃଷ୍ଣଚୁଡ଼ାର
ନାଲି ନାଲି ଫୁଲ ସତେ ରୋଷଣୀ ସଜାଇଥାନ୍ତି। ବଧୁଲି ଫୁଲ ଖିଲି ଖିଲି ହସୁଥାଏ।
ବଗିଚାରେ ସୁଗନ୍ଧ ବାସ୍ନା, ନାନା ଫୁଲରେ ବଗିଚା ଭରପୁର...।
୨୨ ମୁଠାଏ ସ୍ୱପ୍ନ
ଚାରିଆଡ଼େ ମହମହ ବାସ୍ନା, ସତେ ଫଗୁଣ ଆଣିଛି ମିଠା ମିଠା ମହକ। ଗଛ
ସବୁ ସବୁଜିମା ଫୁଲ ଫଳରେ ହସୁଛି ଧରଣୀ, ନୀଳ ନୀଳ ଜଳରାଶିରେ ନଦୀପୂର୍ଣ୍ଣ
ସୁଶୀତଳ ଜଳ।
ଚାଷୀ ଫସଲ ଅମଳ କରି ସତେ ଲକ୍ଷ୍ମୀ ମାତାଙ୍କୁ ପ୍ରସନ୍ନ କରିଛି। ନୂଆ ନୂଆ
ସ୍ୱପ୍ନରେ ବିଭୋର ଯୁବକ ଯୁବତୀ। ପ୍ରେମୀ ଯୁଗଳ ମିଳନ ପାଇଁ ଅସ୍ଥିର...।
ବିବାହିତ ନବବଧୂମାନେ ଉଲ୍ଲସିତ। ରୁଣୁଝୁଣୁ ଶବ୍ଦରେ ଗାଁର ଭୋର୍ କୋଳାହଳ।
ଭୁଆସୁଣୀମାନଙ୍କର ଚଳଚଞ୍ଚଳତା। କର୍ମମୟ ଜୀବନରେ ସମସ୍ତେ ବ୍ୟତିବ୍ୟସ୍ତ। ଗାଁ
ଗାଁରେ ଦୋଳଯାତ୍ରା... ଦୋଳ ଗୋବିନ୍ଦଙ୍କ ଘର ଭ୍ରମଣ ପରମ୍ପରାକୁ ବଜାୟ ରଖିବାରେ
ପ୍ରଚେଷ୍ଟା ଜନ ମାନସରେ... ଭାଇଚାରା ଭାବ। ଅବିର ବୋଳାବୋଳି ହୋଲି ପର୍ବ।
ସତେ ଈର୍ଷା, ପରଶ୍ରୀକାତରତା, ମୋହ ଭୁଲି ଖାଲି ସ୍ନେହର ଫଲ୍ଗୁ ଝରୁଛି
ଫଗୁଣରେ...। ରାଧାକୃଷ୍ଣଙ୍କ ମିଳନରେ ସତରେ ସଂସାରର ମଧୁର ମିଳନ। ସଭିଙ୍କ
ଭିତରେ ଖାଲି ମମତାର ଝରଣା।
ସୀମା ଚୁପ୍ଚାପ୍ ସକାଳ ଆଉ ସନ୍ଧ୍ୟାରେ ଝରକାରେ ଚାହେଁ ଦୂରକୁ। ବହୁତ
ଦୂରକୁ। ହଜିଯାଏ କେଉଁଠି ଜାଣେନା। ଏ ରଙ୍ଗର ଫଗୁଣ ତାକୁ ଫିକା ଫିକା ଲାଗେ,
ଏ ଫଗୁଣ ତାଠୁ ଛଡ଼ାଇ ନେଇଛି ତା’ ପ୍ରେମ, ଭଲପାଇବା, ତା’ ଖୁସିକୁ। ଆଉ କିଛି
ଦିନ ପରେ ସେ ଶଙ୍ଖା ସିନ୍ଦୂର ପିନ୍ଧି ନବବଧୂରେ ସଜାଇ ହୋଇଥାନ୍ତା ତା’ ପ୍ରିୟ ପାଇଁ
ମନର ମଣିଷ ପାଇଁ।
ସେ ତ ଅନେକ ଦୂରରେ କାହିଁ କେତେ ଦୂରେ। ଆଖି ପାଉନି। ହୋଲି ଖେଳ
ପାଇଁ ଗାଁକୁ ଆସିଥାନ୍ତେ ଛୁଟିରେ। ସୀମା ଜଗିଥିବା ବୀର ସୈନିକଟିଏ।
ସେ କ’ଣ ଜାଣିଥିଲା ସୀମା ଯୁଦ୍ଧରେ ଟଳି ପଡ଼ିବ ସମୀର। ନାଲି ରଙ୍ଗ ତା’
ପାଇଁ ସ୍ୱପ୍ନ ହୋଇଯିବ।
ଝରିଗଲା ଶେଫାଳି ପାହାନ୍ତି ପ୍ରହରରେ। ହଜିଗଲା ଖୁସି ସବୁ। ଖିଲିଖିଲି ହସୁଥିବା
ଓଠ ଚୁପ୍..।
ଏ ଫଗୁଣ ବୈଶାଖି ତାତିଠୁ ଢେର ଜଳାଉଛି। ଏ ମଳୟର ମିଠା ଛୁଆଁ କଣ୍ଟା
ପରି ଫୁଟି ଯାଉଛି। ଏ ଫଗୁ ଫଗୁ ଆକାଶଟା ଫିକା ଫିକା ଲାଗୁଛି। ରଙ୍ଗିନ ସ୍ୱପ୍ନ ସବୁ
ହଠାତ୍ ରଙ୍ଗହୀନ ଲାଗୁଛି। ସତେ ତା’ ମନବଗିଚାର ଫୁଲ ଝାଉଁଳି ଯାଇଛି।
ଏ ଫଗୁଣ ରଙ୍ଗର ଫଗୁଣ ନୁହେଁ, ତା' ପାଇଁ ସତେ ଝରା ଫଗୁଣଟିଏ। ସତେ
ଝରିପଡ଼ିଲା ଖୁସି ସବୁ ଝରା ଶେଫାଳି ପରି ଅସୁମାରୀ ସ୍ୱପ୍ନ ହଜିଗଲା ଝରା ଫଗୁଣରେ।
ସମୀର ପିଲାଦିନର ସାଙ୍ଗ। ଦୁହେଁ ଦୁହିଁଙ୍କୁ ଦେଖିଛନ୍ତି ଖୁବ୍ ନିକଟରୁ। କେତେ
ମୁଠାଏ ସ୍ୱପ୍ନ ୨୩
ମୁଠାଏ ସ୍ୱପ୍ନ ୨୩
ଥର ମିଛିମିଛିକା କନ୍ୟା ବର ହୋଇ ମିଛରେ ବିବାହ କରିଛନ୍ତି ସାଙ୍ଗମାନଙ୍କ ଆଗରେ।
ତା' ଭିତରେ ମନ ଦିଆନିଆ ଯୌବନର ପହିଲି ଛୁଆଁରେ। ସୀମା ପାଠ ପଢ଼ୁଥାଏ
ଆଉ ସମୀର ଅଧାପାଠରୁ ସୈନିକରେ ଯୋଗଦିଏ। କେତେ ଖୁସି ସେମାନେ ଏବେ
ବିବାହ କରିବେ। ସୀମା ଘରେ ବି ରାଜି। ସମୀର ଘରେ ବି ସୀମା ପରି ସୁନ୍ଦରୀ
ଶିକ୍ଷିତା ଝିଅକୁ ବୋହୂ କରିବାକୁ ଖୁସି।
ଏଇତ ଗଲା ଫଗୁଣରେ ସମୀର ଗାଁକୁ ଆସିଥିଲା। କେତେ ମିଠା ସ୍ୱପ୍ନ ଦେଖାଇ
ଯାଇଥିଲା। କଥା ଥିଲା ଏବର୍ଷ ଆସିଲେ ଶାହାନାଇ ବାଜିବ, ସେମାନେ ସଂସାର
କରିବେ ଆଉ ସୀମାକୁ ସହରକୁ ନେଇଯିବ ସମୀର। ଦେଖାଇବ ତା'ର ବୀରତ୍ୱ।
କେମିତି ବଣ ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କାଶ୍ମୀରକୁ ସେ
ଜଗୁଛି। ତାକୁ ଶତ୍ରୁ ହାତରୁ ରଖିବା ପାଇଁ ସେ ପରା ଶପଥ ନେଇଛି। ସୀମା ଖୁସି
ହୋଇଯାଏ କାଶ୍ମୀର ଦେଖିବ, ଭୂଗୋଳରେ ପଢିଥିବା ଜାଗା ଆଖିରେ ଦେଖିବ ଆଉ
ସମୀର ସହ ବହୁତ ବୁଲିବ। ହେଲେ କ’ଣ ସବୁ ଘଟିଗଲା।
ହଠାତ୍ ଖବର ଆସିଲା ସୀମାର ଯୁଦ୍ଧରେ ସମୀର ନାହିଁ। ନା ଏ ମିଛ। ସେ
କାନକୁ ବିଶ୍ୱାସ କରିପାରୁନି! ସତରେ କ’ଣ ସମୀର ଆଉ ଆସିବନି? ହେଇ ତ
ଫଗୁଣ ଆସିଲାଣି ଆମ୍ବ ବଉଳ ବାସିଲାଣି। କୋଇଲି ରାବିଲାଣି। ମଳୟ ବୋହିଲାଣି
ହେଲେ ସମୀର...! ସେ ତ ଆସୁନାହିଁ। ସତେ କ’ଣ ତା’ ସ୍ୱପ୍ନ ଭାଙ୍ଗିଗଲା? ସତେ
କ’ଣ ତା’ ହାତରେ ନାଲି ଚୁଡ଼ି ମୁଣ୍ଡରେ ସିନ୍ଦୂର ଲାଗିବନି ସମୀର ନାଁରେ? ଘରେ
ବାପା ମା’ ବାଧ୍ୟ କରୁଛନ୍ତି ସମୀରକୁ ଭୁଲିଯିବାକୁ ଆଉ କା ହାତରୁ ସିନ୍ଦୂର ପିନ୍ଧିବାକୁ।
ସତରେ ସୀମା କ’ଣ ଭୁଲିପାରିବ ସମୀରକୁ? ସେ ପରା ଛୋଟ ବେଳରୁ ତା’ କନ୍ୟା
ହୋଇସାରିଛି। ନା ସେ ପାରିବନି ଆଉ କାହାର ସ୍ତ୍ରୀ ହୋଇ। ସେ କେବଳ ସମୀରର।
ଏ ଫଗୁ ତା’ ପାଇଁ ଝରା ଫଗୁଣ, ଏ ଗୋଲାପ ବାସିଫୁଲ। ଏ ରଙ୍ଗ ତାକୁ ଭଲ
ଲାଗୁନି। ସେ ଧଳା ରଙ୍ଗକୁ ପସନ୍ଦ କରୁଛି। ସେ ବୈଶାଖର ଝାଞ୍ଜି ଚାହୁଛି। ଏ
ଫୁଗୁଣକୁ ସେ ସହିପାରୁନି। ସୀମା ଜୋର୍ରେ କାନ୍ଦୁଥାଏ। କହୁଥାଏ, ହେ ଫଗୁଣ ତୁ
ଫେରିଯାଆ। ମୁଁ ସହି ପାରୁନି ତୋ’ ରଙ୍ଗକୁ। ତୁ ମୋ’ ପାଇଁ ଝରିଯା’। ମୋ’
ପାଖକୁ ଆସେନି ତୁ। ମୋତେ ଜଳାନା। ମୁଁ ସହିପାରୁନି ଏ ଶିହରଣକୁ। ତୋ’
ଛୁଆଁରେ ମୁଁ ଜଳି ଯାଉଛି। ତୁ ଫେରିଯାଆ ମୋ ଅଗଣାରୁ...।
୨୪ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ