ଅଧ୍ୟାୟ ୫ · ନଭେମ୍ବର ୧୩, ୨୦୨୬ · ୩ ମିନିଟ୍ ପଢ଼ା
ସେଦିନ ଠିକ୍ ଏମିତି ବର୍ଷା ତୁହାକୁ ତୁହା ବରଷୁଥିଲା। କଳାହାଣ୍ଡିଆ ମେଘଟା ଆକାଶକୁ
ଘୋଡାଇ ଦେଇଥିଲା। ଦିନ ବି ଅନ୍ଧାରୁଆ ଲାଗୁଥିଲା ରାତି ପରି। ଥରି ଥରି ମିନୁ
କବାଟ ଠକ୍ ଠକ୍ କଲା। ଘରେ ବିଜୁଳି ଆଲୁଅ କଟି ଯାଇଥିଲା। ଘରର ଘଣ୍ଟି ବାଜି
ନଥିଲା। ଠକ୍ ଠକ୍ ଶବ୍ଦରେ ବାବୁ ଆସି କବାଟ ଖୋଲିଲେ।
ମିନୁର ଓଦା ସରସର ଦେହ କୋହଲା ପବନରେ ଥରଥର। ମିନୁ ସୁନ୍ଦର
ଚେହେରା। ତନୁପାତଳି ଲମ୍ବା କେଶ। ଭାରି ସୁନ୍ଦର। ଶିକ୍ଷିତ, ହେଲେ ପରିବାର
ପୋଷିବା ପାଇଁ ସେ କାମବାଲି ସାଜିଛି। କ’ଣ କରିବ? ଅଳ୍ପ ଦିନରେ ବିଧବା
ହୋଇଗଲା। ସ୍ୱାମୀ ଛାଡ଼ି ଚାଲିଗଲା ପରେ ସମସ୍ତ ସମ୍ପର୍କୀୟମାନେ ବି ଦୂର
କରିଦେଲେ। କାହିଁକି ନା ସେ ଭଲପାଇ ବିବାହ କରିଥିଲା। ଦଇବ ଦାଉ ସାଜିଲା।
ଯାହାର ବିଶ୍ୱାସରେ ସେ ଘରର ଏରୁଣ୍ଡି ବନ୍ଧ ଡେଇଁ ଆସିଥିଲା, ସେ ହଠାତ୍ ଛାଡ଼ି
ଚାଲିଗଲେ। ସେ ପିଲାଙ୍କୁ ମଣିଷ କରିବା ପାଇଁ ଅନ୍ୟ ଘରେ କାମ କଲା। ବାବୁଆଣି
ବହୁତ ଭଲ ମଣିଷଟିଏ।
ଦିନେ ମନ୍ଦିର ବେଢ଼ାରେ ବସି କାନ୍ଦୁଥିଲା ପିଲାଙ୍କୁ ଧରି। ମା’ ଦେଖି ତାକୁ ସବୁ
କଥା ପଚାରିଥିଲେ। ସେ ଦୁଃଖ କହିବା ପରେ ତାକୁ ଘର କାମ କରିବାକୁ ଆଣିଥିଲେ।
ପୁରୁଣା ଶାଢ଼ି, ପିଲାଙ୍କ ପୋଷାକ ସବୁ ଦିଅନ୍ତି। ବଳକା ଖାଦ୍ୟ ବି ଦିଅନ୍ତି। ଆଉ
ମୁଠାଏ ସ୍ୱପ୍ନ ୨୫
ମାସକୁ ମାସ ପଇସା ଦିଅନ୍ତି। ସେଥିରେ ସେ ଚଳିଥାଏ। ଖୁସିରେ ସବୁ କାମ କରିଦିଏ।
ମା’ ଜରୁରୀ କାମରେ ବାହାରକୁ ଯାଇଛନ୍ତି। ଗଲାବେଳେ ଘର କାମ ସବୁଦିନେ
ଠିକ୍ଠାକ୍ କରିବା ପାଇଁ ତାଗିଦ୍ କରି ଯାଇଥିଲେ। ତେଣୁ ବର୍ଷା ହେଲେ ବି ତାକୁ
କାମ କରିବାକୁ ଆସିବାକୁ ପଡ଼ିଲା; କିନ୍ତୁ ଆଜି କାହିଁକି ମିନୁକୁ ଭୟ ଲାଗୁଛି। ବର୍ଷାପାଗ
ପୁଣି ବିଜୁଳି ନାହିଁ। ତା’ପରେ ଅନ୍ଧାରୁଆ ଘର। ବର୍ଷା ପାଇଁ ବାବୁ ଅଫିସ୍ ଯାଇନାହାନ୍ତି।
ଭୟରେ ଥରୁଥିଲା ଦେହ। ତଥାପି ପାଦ ପକାଇଲା ଘର ଭିତରକୁ। ଓଦାଲୁଗାରେ
ସ୍ପଷ୍ଟ ଦେଖାଯାଉଛି ଏ ଦେହଟା। କ’ଣ କେମିତି ଘୋଡାଇବ ନିଜ ଶରୀରକୁ। ନିଆଁଲଗା
ରୂପଟା ବି ତା’ ପାଇଁ କାଳ। କେତେ ଲୋଲୁପ ଦୃଷ୍ଟି ତା’ ଉପରେ। ଏମିତି କେତେ
କ’ଣ ଭାବି ଅନ୍ୟମନସ୍କ ହୋଇ ଉଠୁଥାଏ ମିନୁ। କାମ ବି କରି ଚାଲିଥାଏ।
ହଠାତ୍ କାହାର ସ୍ପର୍ଶରେ ଚମକି ପଡ଼ିଲା ମିନୁ। ଏ କ’ଣ ବାବୁ ଯେ ତା
ପାଖରେ... ଆହୁରି ଥରି ଉଠୁଥିଲା ମିନୁ; କିନ୍ତୁ ଶେଖରବାବୁ କାମନା ବାସନାରେ
ଅନ୍ଧ। ବାହାରେ ଖୁବ୍ ବର୍ଷା ଆଉ ଭିତରେ ଜୋରେ ତାତି।
କିଛି ଜାଣି ପାରୁ ନ ଥାଏ ମିନୁ। କେବଳ ଭିଜୁଥାଏ ଲୁହର ବର୍ଷାରେ। ଦେହରେ
ମନରେ ଅସହ୍ୟ ଯନ୍ତ୍ରଣା। ଓଦା ଓଦା ଦେହକୁ ଆହୁରି ଭିଜାଇଦେଲା ଅଦିନ ବର୍ଷା।
ଲୁହର ଶ୍ରାବଣୀରେ ଭାସୁଥାଏ ତା'ର ସ୍ୱପ୍ନ ସବୁ। ଆଜି ଏ କାଳବୈଶାଖୀର
ଅଦିନ ମେଘଟା ତା’ ପାଇଁ ଦାଉ ସାଧିଲା। ଗରିବର ବିଶ୍ୱାସ ଭରସା ଦମ୍ଭ ତା'ର
ଇଜ୍ଜତ। ଆଜି ଅଦିନ ମେଘଟା ତାହା ବି ଛଡ଼ାଇନେଲା। ଆଉ ବଦଳରେ ଦେଲା
ପୁଳାଏ ଟଙ୍କା ଚୁପ୍ ରହିବା ପାଇଁ...।
ମିନୁ ଜୋର୍ରେ କବାଟ ଖୋଲି ପଦାକୁ ବାହାରିଗଲା ଆଉ ଅଦିନ ବର୍ଷାରେ
ଛିଡ଼ା ହୋଇ ଖୁବ୍ ଭିଜିଲା। ବର୍ଷା ବି ବରଷି ଯାଉଥିଲା ଖୁବ୍ ଜୋର୍ରେ ତା'ର
ଦେହରୁ ପାପକୁ ଧୋଇଦେବା ପାଇଁ...।
୨୬ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ