ଅଧ୍ୟାୟ ୬ · ନଭେମ୍ବର ୧୩, ୨୦୨୬ · ୫ ମିନିଟ୍ ପଢ଼ା
ରକ୍ତ ଯଦି ଧୋକା ଦିଏ, ବିଶ୍ୱାସ କରିବ କାହାକୁ। ତୁମେ ପଡ଼ିଗଲେ ଯାହାକୁ କଷ୍ଟ
ହୁଏ, ଦୌଡ଼ି ଆସି ହାତ ଧରିନିଏ। ପଡ଼ିବା ଜାଗାରୁ ଟାଣି ଧରେ। ତୁମ ଛାତିରେ
ଯନ୍ତ୍ରଣା ହେଲେ ଯାହାର ଛାତି ଖଣ୍ଡ ଖଣ୍ଡ ହୋଇଯାଏ। ତୁମ ଆଖିର ଲୁହ ଦେଖିଲେ
ଯା’ ଆଖିରୁ ଝରଝର ଲୁହ ବୋହିଯାଏ। ସେ ରକ୍ତ ସମ୍ପର୍କୀୟ।
ଆଜିକାଲି ପ୍ରଥମ ଶତ୍ରୁ ରକ୍ତ ସଂପର୍କୀୟମାନେ। ଏଇ ସେଇ ପୁଣ୍ୟଭୂମି ଭାରତ,
ଯେଉଁଠି ଭାଇ ପାଇଁ ଭାଇ ଚଉଦ ବର୍ଷ ସାଥିରେ ବନ ଗମନ କରିଥିଲେ। କିନ୍ତୁ
ଆଜିକାଲି ରକ୍ତ ଚିହ୍ନୁନାହାନ୍ତି ରକ୍ତକୁ। ଭାଇ ଭାଇ ମଝିରେ ପ୍ରାଚୀର। ସମ୍ପତ୍ତି ପାଇଁ
ସମ୍ପର୍କରେ ତିକ୍ତତା ଆସେ। ଈର୍ଷା ପରଶ୍ରୀକାତରତା ଜ୍ୱଳନରେ ସମୟ ସରେ।
ଜନ୍ମ ଦେଇଥିବା ପିଲାମାନେ ବାପା ମା'ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦିଅନ୍ତି। ମୁଣ୍ଡକୁ
ହାତ ପାଇଗଲେ ଯୌବନର ଉଦ୍ଦାମତାରେ ରକ୍ତକୁ ପର କରିଥାଆନ୍ତି।
କେମିତି ଜୀବନ ଇଏ। ଏଠି ସମୟ ବଦଳିବା ସହିତ ସମ୍ପର୍କୀୟମାନେ
ଧୀରେଧୀରେ ବଦଳି ଯାଆନ୍ତି। କେବେ ସ୍ୱାର୍ଥର ଖୋଳପା ଭିତରେ ସେମାନେ
ପଶିଥାଆନ୍ତି। କେବେ ଯୌବନ ଉଦ୍ଦାମତାରେ ନିଜର ମଣିଷମାନଙ୍କୁ ଭୁଲିଯାଆନ୍ତି।
ସମୟ ଥିଲା, ସବୁ ସମ୍ପର୍କର ସମ୍ମାନ ଥିଲା। ଏବେ କେହି ଆଉ କାହାକୁ
ସମ୍ମାନ ଦେଉନାହାନ୍ତି। ରକ୍ତ ରକ୍ତକୁ ଚିହ୍ନି ପାରୁନାହିଁ। ଆଉ ପରିବାର ମମତା ଆଗ
ମୁଠାଏ ସ୍ୱପ୍ନ ୨୭
ପରି ନାହିଁ। ସଭିଏଁ ସ୍ୱାର୍ଥରେ ମସଗୁଲ। ଏଠି ପ୍ରତି ପାଦରେ କଣ୍ଟା। ତା’ ଭିତରେ ରକ୍ତ
ଯଦି ଧୋକା ଦିଏ ଆହୁରି ଯନ୍ତ୍ରଣା ବଢ଼ିଯାଏ। ଜୀବନ ଦୁର୍ବିସହ ହୋଇଯାଏ। ଜୀଇଁ
ଥାଉ ଥାଉ ମଣିଷ ମରିଯାଏ।
ବୃଦ୍ଧାଶ୍ରମରେ ମୌନରେ ବସିଛନ୍ତି ମଧ୍ୟବୟସ୍କ ସ୍ତ୍ରୀ ଲୋକଟିଏ।
ଗୁମୁସୁମ୍ ନୀରବ ମନରେ କେତେ ଯେ ଉର୍ମି ଆସି ପିଟି ହୋଇ ଫେରିଯାଉଛି,
ସେ ହିଁ ଏକା ଜାଣନ୍ତି। ଅତୀତଟା ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଭାଙ୍ଗିଯାଇଥିବା
ସୁନା ସଂସାରକୁ ଗଢ଼ିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେ ସ୍ୱପ୍ନ ଘର ତାସ୍ଘର ପରି
ଭୁଶୁଡ଼ି ପଡୁଛି। ଅନେକ କଥା ଭାବୁଛନ୍ତି।
ଶୂନ୍ୟରେ ଖୋଜନ୍ତି ପୂର୍ଣ୍ଣତା କାହିଁ ଯେ...।
ସୁନୀତା ଦେବୀ!
ଗୁରୁ ଗମ୍ଭୀର ବ୍ୟକ୍ତିତ୍ୱ। ଆଭିଜାତ୍ୟ ପରମ୍ପରାକୁ ଜାବୁଡ଼ି ଧରିଥିବା ମଣିଷଟିଏ।
ହସଖୁସିର ଜୀବନ। କାହାର ନଜର ଲାଗିଲା କେଜାଣି, ହଠାତ୍ ସ୍ୱାମୀଙ୍କର ବିୟୋଗ
ପରେ ଭାଙ୍ଗିପଡ଼ିଲା ସତେ ସୁଖର ସଂସାର। ପିଲାମାନେ ତାଙ୍କ ପରିବାର ଧରି ବ୍ୟସ୍ତ
ଜୀବନ। ଏ ଖବର ଅସ୍ତବ୍ୟସ୍ତ କରିଦେଲା ପିଲାମାନଙ୍କୁ। ଯିଏ ଯେଉଁଠି ଥିଲେ ଆସିଲେ
ବି ବାପାର କାମକୁ। ସମୟ ଗଡ଼ିଗଲା ଶୁଦ୍ଧିକ୍ରିୟା ସରିଗଲା। ତା'ପରେ ସଭିଏଁ ବସି
କଥା ଆରମ୍ଭ କଲେ।
ମା’ କା’ ପାଖରେ ରହିବେ। ମଧ୍ୟସ୍ଥି ପଚାରିଲେ।
ସଭିଏଁ ଏକା ସ୍ୱରରେ କହିଲେ ଯେ କାହା ପାଖରେ ସମୟ ନାହିଁ ମା'ର
ସେବା କରିବାକୁ। ଆମେ ସମସ୍ତେ ପଇସା ଖର୍ଚ୍ଚ କରିବୁ। ହେଲେ ମା’ଙ୍କୁ ରଖିପାରିବୁନି।
ଆମର ବ୍ୟସ୍ତ ଜୀବନ। ତେଣୁ ଗୋଟେ କାମ କରାଯାଉ। ଆମେ ତ ସବୁ ଧନ
ପାଇବୁ। ତେଣୁ ମା’ଙ୍କୁ ଭଲ ବୃଦ୍ଧାଶ୍ରମରେ ଛାଡ଼ିଦେବା। ମୁଣ୍ଡକୁ ଚଡ଼କ ସତେ ମାରିଲା
ସୁନୀତା ଦେବୀଙ୍କର। ଚମକି ପଡ଼ିଲେ ସେ। ଯାହା ଶୁଣିଲେ କ’ଣ ସତ କି? ନା
ଆଉ କ’ଣ ଶୁଣିଲେ? କାନକୁ ବିଶ୍ୱାସ କରି ପାରିଲେନି। ତାଙ୍କ ଜନ୍ମ କଲା ପୁଅ-
ଝିଅ ତାଙ୍କୁ ରଖିବାକୁ ମନା କରୁଛନ୍ତି ପାଖରେ।
ହେ ଭଗବାନ! ଏ କି ସମୟ! ଏଠି ପିଲାମାନେ ଭାଗ କରୁଛନ୍ତି ରକ୍ତ ମାଂସ
ଶରୀରକୁ। ଧନ ବାଣ୍ଟିନେବେ, ହେଲେ ମା’କୁ ନୁହେଁ?
ଅନ୍ୟମନସ୍କ ହୋଇ ବସିଥିଲେ ସୁନୀତାଦେବୀ। ଆଖିରେ ଧାରଧାର ଲୁହ। ସେ
କ’ଣ ଶିକ୍ଷା ସଂସ୍କାରରେ ଭୁଲ୍ କଲେ କି? କେଉଁଠି ରହିଗଲା ତାଙ୍କର ଭୁଲ୍?
କାହିଁକି ପିଲାମୋନେ ବିପଥଗାମୀ?
୨୮ ମୁଠାଏ ସ୍ୱପ୍ନ
ଚମକି ପଡ଼ିଲେ ସୁନିତାଦେବୀ କାହାର ସ୍ପର୍ଶରେ। ସମାଜସେବୀ ଜଣେ ଚାହିଁଛନ୍ତି
ତାଙ୍କୁ ଏକଲୟରେ। ପଚାରିଲେ, “ଚିହ୍ନିପାରୁଛ ଆଣ୍ଟି।”
ମୁଣ୍ଡ ହଲାଇଲେ ସୁନୀତାଦେବୀ।
“ମୁଁ ପରା ତୁମ ପାଖଘରର। ତୁମ ପଡ଼ିଶା ଝିଅ ରିନା ପରା। ଚିହ୍ନିପାରୁନା କି?
ତୁମେ କ'ଣ ଏଠି? କ’ଣ ପାଇଁ ଆସିଛ। ଆଉ ସମସ୍ତ ଭାଇଭଉଣୀମାନେ କୁଆଡ଼େ
ଗଲେ? କ’ଣ ଦାନ କିଛି କରିବାକୁ ଆସିଛ କି?
“ସମସ୍ତେ ଅଛନ୍ତି ମା’। ହେଲେ ଆସିନାହାନ୍ତି। ମୁଁ ଆସିଛି ଏକା ଏଠାକୁ।”
“ଆରେ ତୁମେ ଏକା କ’ଣ ଆସିଛ? ମଉସାଙ୍କୁ ସାଥିରେ ଆଣିଲନି। ଏକା
କ’ଣ ଦାନ ଦେବ ଯେ?”
“ଆରେ ମା’ ମୁଁ ଦାନ କରିବାକୁ ନୁହେଁ, ରହିବାକୁ ଆସିଛି। ସମସ୍ତେ ଅଛନ୍ତି
ହେଲେ ମଣିଷପଣିଆ ମରିଗଲା। ସେମାନେ ଭୁଲିଗଲେ ରକ୍ତକୁ। ମଉସା ଚାଲିଗଲେଣି।
ପିଲାମାନେ ଧନ ସବୁ ଭାଗ କରିନେଲେ, ହେଲେ ମା'କୁ ନୁହେଁ। ମୋତେ ଏଇଠି
ଛାଡ଼ିଦେଲେ। ଦିନେ ବି ଆସୁନାହାନ୍ତି ଦେଖିବାକୁ। ଭାରି ମନେ ପଡୁଛିରେ ମୋ’
ପିଲାଙ୍କ କଥା।”
ରିନା ସ୍ତବ୍ଧ। ଏତେ ସଂସ୍କାର ପାଇଥିବା ପିଲା ଏମିତି ବଦଳିଗଲେ କେମିତି?
“ତୋ ମଉସା ଗଲା ପରେ ମୁଁ ଏକା। ଆଉ କ’ଣ କରିପାରିବି? ଫେରିବାର
ଦିନ ଗଣୁଛି ମୁଁ ଏଇମିତି ନୀରବରେ ଏଠି। ସତରେ ଝିଅ, ରକ୍ତ ଯଦି ଧୋକା ଦେବ
କହିବି କାହାକୁ।”
“ଆପଣଙ୍କୁ ସହିବାକୁ ଧୈର୍ଯ୍ୟ ଦିଅନ୍ତୁ ଭଗବାନ।”
“ମୋ’ ପିଲାମାନେ ବୁଝି ପାରୁନାହାନ୍ତି ସିନା ସମ୍ପର୍କର ମାନେ। ହେଲେ ମୁଁ
ପରା ମା’। ସମ୍ପର୍କ ଡୋରିରେ ବାନ୍ଧିଥିଲି ଗଢ଼ିଥିଲି ସୁନାର ସଂସାର। ମମତା ଦେଇ
କଲି ଏତେ ବଡ଼। ମୁଁ କ’ଣ ଅମଙ୍ଗଳ ଚାହିଁପାରିବି ସେମାନଙ୍କର। ସମୟ ଆସିବ
ସେମାନେ ନିଶ୍ଚୟ ବୁଝିବେ। ହେଲେ ସମୟ ଗଡ଼ିଯାଇଥିବ। ଅଫେରା ରାଇଜକୁ
ଚାଲିଯାଇଥିବେ ନିଜ ଲୋକମାନେ।”
ସତରେ ସମୟ କେମିତି ବଦଳିଗଲା କେଜାଣି? କାଲି ପରି ମନେପଡ଼େ ସୁଖର
ସଂସାର। ସୁନୀତାଦେବୀ ପାଳୁଥିଲେ ପିଲାଙ୍କୁ ହସିହସି, ସତେ ମାଳିଟିଏ ଜଗୁଥିଲେ
ସଂସାର ବଗିଚାକୁ। ସେଇମାନେ ଆଜି ପର କରିଦେଲେ ଯେଉଁମାନଙ୍କୁ ସେ ମଣିଷ
କରିଥିଲେ, ଦୁନିଆ ଦେଖାଇଥିଲେ। ଛାତି ଚିରି କ୍ଷୀର ଦେଇ ବଡ଼ କରିଥିଲେ,
ସେମାନେ ଆଜି ପର କରିଦେଲେ। ନିଜର ଯିଏ ସେମାନେ ଏଇ ବୃଦ୍ଧାଶ୍ରମ ଲୋକ।
ମୁଠାଏ ସ୍ୱପ୍ନ ୨୯
ମୁଠାଏ ସ୍ୱପ୍ନ ୨୯
ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ସନ୍ଧ୍ୟା ଘଣ୍ଟି ଶୁଭିଗଲା। ହାତ ଯୋଡ଼ିଲେ ସୁନୀତା
ଦେବୀ, “ଧନ୍ୟ ତୋର ଲୀଳା....! କହିବି କାହାକୁ, ତୁ ଅନ୍ତର୍ଯ୍ୟାମୀ। ତୁ ଏକା ଜାଣୁ
ସବୁ କିଛି।”
ରିନା ସ୍ତବ୍ଧ ହୋଇ ଶୁଣୁଥିଲା ରକ୍ତର କାହାଣୀ।
ଭାବୁଥିଲା ଏଇ କ’ଣ ଜୀବନ! ନିଜର ମାନେ ସାତ ପର ହୁଅନ୍ତି ଆଉ ହୃଦୟ
ମିଶୁଥିବା ଦୂର ଲୋକମାନେ ପାଖରେ ରହି ନିଜରପଣିଆରେ ବାନ୍ଧି ଦିଅନ୍ତି ବାକି
ଜୀବନ!
ଏଇ କ’ଣ ସମ୍ପର୍କ।
ଏଠି ରକ୍ତ ସମ୍ପର୍କ ଥିଲେ କିଏ ନିଜର ନୁହେଁ। ସ୍ନେହ ମମତାର ବନ୍ଧନ ନିଜଠୁ
ନିଜର। ରକ୍ତ ଧୋକା ଦେଇପାରେ, ହେଲେ ମମତାରେ ବନ୍ଧା ସମ୍ପର୍କ କେବେ
ଧୋକା ଦିଅନ୍ତି ନାହିଁ।
୩୦ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ