ଅଧ୍ୟାୟ ୭ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଡାକବାଲା - ବାର୍ତ୍ତା ବାହକ। ପ୍ରତ୍ୟେକ ମଣିଷ ଦୂରେ ଥିବା ସମ୍ପର୍କର ବାର୍ତ୍ତା ପାଇଁ
ଅପେକ୍ଷା କରେ ଗୋଟିଏ ଚିଠିକୁ। ଚିଠି ମନର ଭାଷା - ପ୍ରେମ, ପ୍ରଣୟ, ଦୁଃଖ,
ଆପଦ, ସବୁ କିଛି ଏଇ ଇନଲାଣ୍ଡ, ଲଫାଫା ଓ ପୋଷ୍ଟ କାଡର୍୍ରେ ଲେଖା ରହେ।
ସେଇ ଚିଠି ଆସେ ଡାକଘର ମାଧ୍ୟମରେ। ଡାକବାଲା ବା ପୋଷ୍ଟ ପିଅନ - ଗାଁ
ଗାଁ ବୁଲି ବାର୍ତ୍ତା ବାଣ୍ଟେ।
ସମସ୍ତଙ୍କ ମନରେ ଥାଏ ଅପେକ୍ଷା - ଡାକବାଲା ଆସିବ କେବେ?
କେହି ପ୍ରେମିକା ଅପେକ୍ଷା କରେ, କେହି ସ୍ତ୍ରୀ, କେହି ମା’ ବାପା, ସାଙ୍ଗସାଥୀ।
ସବୁ ହୃଦୟର ଭାଷା ଏକ ଖଣ୍ଡ ଚିଠି ଭିତରେ।
ଝୁମୁରି ପ୍ରତିଦିନ ଡାକବାଲାକୁ ଚାହିଁଥାଏ। ତା’ ଆଶା - ପୁଅ ରାଜାର ଚିଠି
ଆସିବ। ବହୁ କଷ୍ଟରେ ସେ ପୁଅକୁ ମଣିଷ କରିଛି। ବାପା ଅକାଳରେ ଝଡ଼ିଗଲା
ପରେ ସେ ଛୋଟ ପିଲାକୁ ବାସନ ମାଜି, ଘରେ ଦିନେ–ଦିନେ ପାଇଟି କରି ଠାକିଛି।
ହାତ ପାତି, କାକୁତି ମିନତି କରି ସେ ତାର ପୁଅକୁ ପଢ଼ାଇଛି। ତା’ ଆଖିରେ ଗୋଟିଏ
ସ୍ୱପ୍ନ - ପୁଅ ହାକିମ ହେବ, ଗରିବି ହଟିଯିବ।
ପୁଅ ଅକ୍ଲାନ୍ତ ପରିଶ୍ରମରେ ଓଏଏସ୍ ପାଇଲା। ଝୁମୁରିର ପରିଶ୍ରମ ସାର୍ଥକ ହେଲା।
ପୁଅ ସହର ଗଲା। ପ୍ରଥମେ ସପ୍ତାହକୁ ଥରେ ମା’ ପାଖକୁ ଚିଠି ଆସୁଥିଲା - ଭଲମନ୍ଦ
ମୁଠାଏ ସ୍ୱପ୍ନ ୩୧
ପଚାରିବା, ଦରମା ପାଇଲେ ମା’ଙ୍କୁ ଟଙ୍କା ପଠାଇବା। କିନ୍ତୁ ପରେ ଚିଠି ଆସିବା
ବନ୍ଦ ହୋଇଗଲା।
ଝୁମୁରି ଡରିଗଲା, ପୁଅ ଭଲରେ ଅଛି ନା? ସେ ତା’ର ସବୁକିଛି। ପୁଅ ଛଡ଼ା
ତା’ର ଦୁନିଆ ନାହିଁ।
ପ୍ରତିଦିନ ସେ ଡାକବାଲାକୁ ଚାହିଁଥାଏ।
“ମୋ’ ଚିଠି ଆସିଛି ନା?” - ପଚାରେ ସେ।
ଡାକବାଲା ମନାକରି ଚାଲିଯାଏ।
ଆଖିରେ ପାଣି ଭରି ଝୁମୁରି ଘରକୁ ଫେରେ।
ଦିନେ ଗାଁର ଗୋଟିଏ ପିଲା, ଯିଏ ସହରରେ ରାଜାଙ୍କ ସହିତ ଥିଲା, ଫେରିଲା।
ଝୁମୁରି ପଚାରିଲା- “ମୋ ପୁଅ କେମିତି ଅଛି?”
ସେ କହିଲା- “ଠିକ୍ ଅଛନ୍ତି, ବ୍ୟସ୍ତ ଜୀବନ ତ, ତେଣୁ ଚିଠି ଡେରି ହେଉଛି।”
“ବ୍ୟସ୍ତ ଜୀବନ...” - ଏହି ଶବ୍ଦଟି ଝୁମୁରିର ମନକୁ ଘା’ ଦେଲା।
ସେ ଭାବିଲା- “ଯେଉଁ ପୁଅ ପାଇଁ ମୁଁ ନିଜେ ନଖାଇ ଖୋଇଛି, ସେଇ ପୁଅ
ପାଖରେ ମା’ ପାଇଁ ସମୟ ନାହିଁ!”
ଝୁମୁରିର ଦେହ ଧୀରେଧୀରେ ଅସୁସ୍ଥ ହେଲା।
ତଥାପି ପ୍ରତିଦିନ ଡାକବାଲା ଆସିଲେ ସେ ଚାହିଁ ବସିଥାଏ। ପଚାରେ- “ମୋ
ପୁଅର ଚିଠି ଆସିଛି ନା?”
ସେଇ ମଧ୍ୟରେ ରାଜାଙ୍କ ଜୀବନ ସହରରେ ବଦଳିଗଲା।
ଉପର କର୍ମଚାରୀ ରାକେଶ ବାବୁ ତାକୁ ଘରକୁ ଆମନ୍ତ୍ରଣ କଲେ।
ସେଠାରେ ତାଙ୍କ ଝିଅ ରାଗିଣୀ ଅନିନ୍ଦ୍ୟ ସୁନ୍ଦରୀ, ଉଚ୍ଚଶିକ୍ଷିତା।
ଚକ୍ଷୁ ମିଳିଲା, ଭାବ ଜାଗିଲା। ପ୍ରେମ ଗଭୀର ହେଲା।
ଶେଷରେ ରାକେଶ ବାବୁ କହିଲେ- “ତୁମେ ମୋ’ ଝିଅକୁ ବିବାହ କର,
ସମସ୍ତ ସମ୍ପତ୍ତି ତୁମର।”
ରାଜା ମା’ କଥା କହିଲେ; କିନ୍ତୁ ରାକେଶ ବାବୁ ହସି କହିଲେ- “ତୁମ ମା’
ଗାଁରେ ରୁହନ୍ତୁ, ମଝିରେ ମଝିରେ ଟଙ୍କା ପଠାଇଦିଅ।”
ପ୍ରେମରେ ଅନ୍ଧ ରାଜା ମା’କୁ ଭୁଲିଗଲା। ବିବାହ ତାରିଖ ନିର୍ଦ୍ଧାରିତ ହେଲା।
ମା’ ଝୁମୁରି କିଛି ଜାଣିନି।
ଦିନେ ଡାକବାଲା କବାଟ ଠକ୍ଠକ୍ କଲା।
ବୁଢ଼ୀ ରୋଗଶଯ୍ୟାରେ ଥିଲା, ଭାବିଲା- “ମୋ ପୁଅ ଆସିଛି କି?”
୩୨ ମୁଠାଏ ସ୍ୱପ୍ନ
ଡାକବାଲା କହିଲା- “ନା ମାଉସୀ, ମୁଁ ଡାକବାଲା। ତୁମ ଟେଲିଗ୍ରାମ ଆସିଛି।”
ଝୁମୁରି କହିଲା- “ପଢ଼ିଦେ, କ’ଣ ଲେଖା ଅଛି?”
ଡାକବାଲା ପଢ଼ିଲା- “ତୁମ ପୁଅର ବିବାହ କାଲି।”
ଆକାଶ ଛିଣ୍ଡିପଡ଼ିଲା ମୁଣ୍ଡ ଉପରେ। ଝୁମୁରି ଭୋ ଭୋ କାନ୍ଦି ଉଠିଲା। ଛାତି
ଫାଟି ଯାଉଥିଲା ଯନ୍ତ୍ରଣାରେ। ସେ ଅସ୍ତବ୍ୟସ୍ତ ଶ୍ୱାସରେ କହିଲା- “ପୁଅ ମୋ’ ମୁଣ୍ଡ
ତଳେ କିଛି ପଇସା ଅଛି... ତୁ ନେଇ ସେଇ ଠିକଣାରେ ତାକୁ ପଠେଇଦେ।”
ଏବଂ ସେଇ କଥା କହି ସେ ଟଳିଗଲା...।
ଡାକବାଲା ନିରବ ହେଲା। ତାର ଆଖିରେ ଲୁହ ଗଡ଼ିଲା।
ସେ ଭାବିଲା- “କାହିଁକି ମୋ’ ହାତରେ ଖରାପ ଖବର ଆସେ?”
ତଥାପି ସେ ତାର କର୍ତ୍ତବ୍ୟ କଲା। ଝୁମୁରିର ଇଚ୍ଛା ଅନୁଯାୟୀ ମନିଅର୍ଡର
କରିଦେଲା।
ଡାକବାଲା ଗାଁ ଗାଁ ବୁଲି ଚିଠି ବାଣ୍ଟେ। କେବେ ଖୁସି, କେବେ ଦୁଃଖ। ସେ ତ
ଡାକବାଲା। ତା’ର କି ଯାଏ ଆସେ ଖବରରେ? ସେ ତ କେବଳ ମଣିଷ ହୃଦୟର
ବାର୍ତ୍ତାବାହକ।
ମୁଠାଏ ସ୍ୱପ୍ନ ୩୩
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ