ଅଧ୍ୟାୟ ୮ · ନଭେମ୍ବର ୧୩, ୨୦୨୬ · ୪ ମିନିଟ୍ ପଢ଼ା
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ... ପଦୁ ଝରୁଛି ମକରନ୍ଦ... ସେ ମକରନ୍ଦ ପାନ କରି...
ଭବୁ ତରିଲେ ବ୍ରଜନାରୀ... ଆହାଃ ହରି ନାମରେ କି ରସ ଅଛି, ପାନ କଲାବାଲା
ଏକା ଜାଣିଛି।
ସତରେ ସେ ରସ ଅମୃତମୟ। ମିଠା ମିଠା ଭାରି ମିଠା। ମିଳେ ଆତ୍ମତୃପ୍ତି ପରମ
ଶାନ୍ତି। ଯାହାକି ରାଜପ୍ରାସାଦରେ ବି ମିଳେନା। ରାଜସିଂହାସନରେ ବି ମିଳେନା।
ସେଥିପାଇଁ ତ ପୁରାତନ କାଳରେ ଜଙ୍ଗଲରେ ଯାଇ ସାଧନା କରୁଥିଲେ
ମୁନିଋଷିମାନେ।
ଦସୁ୍ୟ ରନôାକର ବି ସେଇ ନାମରେ ବାଲ୍ମିକୀ ହୋଇଗଲେ।
ପାପ ପଙ୍କରେ ଘାଣ୍ଟି ହୁଏ ମଣିଷ ଜୀବନ। ଆଧ୍ୟାତ୍ମିକ ବାତାବରଣରେ ଜୀବନ
ହୁଏ ପରିମାର୍ଜିତ। ମଣିଷ ହୁଏ ସରଳ ନୈତିକତାପୂର୍ଣ୍ଣ। ଭଗବତ୍ ଚିନ୍ତାଧାରା ଅସାଧ୍ୟକୁ
ସାଧ୍ୟ କରେ। ମାନବିକତା ଶିକ୍ଷା ଦିଏ। ସୁପଥ ଦେଖାଇଥାଏ। ମଣିଷ ମନରେ ଧର୍ମ
ପ୍ରତି ଭୟ ରହେ। କୁକର୍ମ କରିବାକୁ ମନରେ ଭୟ ଆସେ। ପୁଣ୍ୟର ନଦୀ ଧାରା ଏଇ
ନାମ। ତା’ର ପବିତ୍ର ସ୍ପର୍ଶରେ ପାପକୁ ଧୋଇ ନିଏ ଅଚିରେ। ଭାରି ଶାନ୍ତି ଲାଗେ
ମାଧବୀ ଦେବୀଙ୍କୁ ଭକ୍ତିରେ ହଜିଯିବାକୁ। ସଂସାର ଜଞ୍ଜାଳ ଭୁଲିଯାଏ ମାଧବୀ। ନିତି
ଅଧ୍ୟାୟେ ପାଠ କରେ ଭାଗବତ। ମନ ହୁଏ ପବିତ୍ର।
୩୪ ମୁଠାଏ ସ୍ୱପ୍ନ
ମଙ୍ଗୁଳି ରିକ୍ସା ଚଳାଇ ପେଟ ପୋଷେ। ଘୋଡ଼ା ମଦୁଆ, ଇଚ୍ଛା ହେଲେ ଯାଏ
ନା ତ ନ ଯାଏ। ସେଦିନ ଘରେ ଉପାସ। ପୁଣି ଯାହା ଆଣେ ସେଥିରୁ ମଦ ପିଏ ଅଧା
ପଇସା। ମାଧବୀ ଅନ୍ତରରେ ଦୁଃଖୀ, ହେଲେ ହସି ହସି ସଂସାର ଚଳାଇନିଏ।
ଭଗବାନଙ୍କ ଉପରେ ଅଗାଧ ବିଶ୍ୱାସ। ଦିନେ ନା ଦିନେ ନିଶ୍ଚୟ ତାର ପତି
ବଦଳିଯିବେ।
ଭଗବାନଙ୍କ ଦୟାରୁ କୋଳ ମଣ୍ଡନ କରିଛି କୁନିପୁଅ।
ଭାରି କଷ୍ଟରେ ଚାଲେ ଜୀବନ ତରୀ।
ମାଧବୀ ଡାକେ ହେ ଈଶ୍ୱର! ତୁମ ଇଚ୍ଛାରେ ସବୁ, ମୁଁ ନିମିତ୍ତ ମାତ୍ର। ଦୟାକର
ପ୍ରଭୁ, ଏ ସଂସାର ସୁନା ସଂସାର ହୋଇଯାଉ। ହାତ ଚୁଡ଼ି ବଜ୍ର ହେଉ। ପୁଅକୁ
ଦୀର୍ଘାୟୁ କର ଠାକୁର। ହେ ଶ୍ରୀହରି ହେ ଶ୍ରୀକୃଷ୍ଣ ଗିରିଧାରୀ ହେ ମୁରଲିଧାରୀ ହେ
ଦୁଃଖନାଶନ ହେ ଗୋବିନ୍ଦ ହେ ଚକ୍ରଧର ହେ କାଳିଆ ଦୀନବାନ୍ଧବ ଦୁଃଖ ହର
ପ୍ରଭୁ। ଭାସିଗଲି ଭବ ସାଗରରେ ରକ୍ଷାକର ।
ଏମିତି କାକୁତି ମିନତି ହୋଇ ଠାକୁରଙ୍କୁ ମାଧବୀ ଡାକେ।
ସ୍ୱାମୀ ମଦୁଆ ପୂଜାବେଳେ ପହଞ୍ଚିଗଲେ ସବୁ ସରିଲା। କାହିଁକି ପୂଜା କରୁଛୁ
କହି ରଡ଼ି ଛାଡ଼େ।
ହେଲେ ସବୁଦିନ ଅଧ୍ୟାୟେ ଭାଗବତ ପାଠ କରି ହରି ନାମ ନେଉଥାଏ ମାଧବୀ।
ସେ ତ ଅନ୍ତର୍ଯ୍ୟାମୀ ସେ ତ ହୃଦୟ ଦେବତା ସେତ ଦୁଃଖହାରୀ, ଭକତ ପାଇଁ
ଉଠି ଆସନ୍ତି ଅନନ୍ତଶୟନରୁ। ଯେଉଁ ଘରେ ଭାଗବତ ଗୀତା ପାଠ ହୁଏ, ସେଠି ବିପଦ
ଟଳିଯାଏ। ସେଠି ରୁହନ୍ତି ଭଗବାନ। ଦୁଃଖ ସରିଯାଏ ସୁଖର ବର୍ଷା ହୁଏ। ଧନ
ସମ୍ପତ୍ତିରେ ଘର ପୂରିଉଠେ। ଜୀବନ ହସିଲା ପୂରିଲା ଲାଗେ।
ହେଲେ ମାଧବୀର କିଛି ପରିବର୍ତ୍ତନ ହେଉନି।
ରଥଯାତ୍ରାରେ ଯାଇ କାଳିଆକୁ କହିଲା- ଯଦି କିଛି ପରିବର୍ତ୍ତନ ନ କରିବ, ମୁଁ
ଜୀବନ ହାରିଦେବି ପ୍ରଭୁ। ଆଉ ଦୁଃଖ କଷ୍ଟ ଅତ୍ୟାଚାର ସହି ପାରୁନି। ଲୁହରେ ଧୋଇ
ଦେଲା ପ୍ରଭୁଙ୍କ ପଦଯୁଗଳ। ଆସ ପ୍ରଭୁ ମୋ’ ଘରକୁ ଚାହିଁଦିଅ ଆଡ଼ନୟନରେ। ନ
ହେଲା ନାହିଁ କିଛି ନ ଦିଅ ହେଲେ ମୋ’ ପତିଙ୍କୁ ବଦଳାଇଦିଅ। ଗୋଟେ ମଦୁଆ
ତୁମ ମାନ ରଖୁନି ପ୍ରଭୁ।
ସେଦିନ ଗାଁରେ ଭାଗବତ ପାଠ ହେଉଥାଏ। ମାଧବୀ ସ୍ୱାମୀ ସେଦିନ ଆସୁଥିଲା
ସେଇ ବାଟେ। କାହିଁକି କେଜାଣି ତା’ର ମନ ହେଲା, ପାଦ ପକାଇଲା ସେଠାକୁ।
ଭାଗବତ ପଢ଼ା ଚାଲିଛି। ତା’ ମନରେ କିଛି ପରିବର୍ତ୍ତନ ଆସିଲା।
ମୁଠାଏ ସ୍ୱପ୍ନ ୩୫
ମୁଠାଏ ସ୍ୱପ୍ନ ୩୫
ସେ ଗୂଢ଼ ରହସ୍ୟ ଶୁଣିବାକୁ ଇଚ୍ଛା ହେଲା। ସେ ଦିନ ଆସିଲା। ତା’ପର ଦିନ
ପୁଣି ଗଲା। ଭାଗବତ ସପ୍ତାହ ଚାଲିଛି ଗାଁରେ ଜୋରଦାର। ପ୍ରବଚକମାନେ ଆସି
ପ୍ରବଚନ ଦେଉଛନ୍ତି। ଏମିତି ସବୁଦିନ ଗଲା। ତା’ ପରେ ଭଗବାନଙ୍କ ସତ୍ତା ଅନୁଭବ
କଲା ସେ। ଭାବିଲା ମଣିଷ ଜୀବନ କେଡ଼େ ଦୁର୍ଲଭ ଜୀବନ। ଭଗବାନ ଭଲ କର୍ମ
ପାଇଁ ଜନ୍ମ ଦେଇଛନ୍ତି। ଅଳିକ ଏ ଜୀବନ। ମୁଁ କିଏ। ମୁଁ ତ ତାଙ୍କ ସନ୍ତାନ।
“କରି କରାଉଥାଏ ସେହି
ତା’ ବିନୁ ଅନ୍ୟ ଗତି ନାହିଁ”
ଯଦି ସେ ସବୁ କରୁଛି, ମୁଁ ତାକୁ ହିଁ ଡାକିବି। ସେହିଦିନରୁ ଭଲ ମଣିଷଟିଏ
ହୋଇଗଲା। ନିତି ଡାକିଲା ହାତ ଯୋଡ଼ି। କ୍ଷମା ମାଗିଲା ଅମଣିଷପଣିଆ ପାଇଁ।
ମାଧବୀ ଭଗବାନଙ୍କୁ ଧନ୍ୟବାଦ ଦେଲା।
କହିଲା- ହେ ପ୍ରଭୁ! ତୁମେ ତ ଆମ ଚାରିପାଖରେ ସବୁଠି ସବୁବେଳେ ଅଛ।
ତୁମକୁ ଚିହ୍ନି ପାରିଲେ ହେଲା।
ବଦଳିଗଲା ତା’ ଦୁନିଆ। ପତି ଭଲ ପଥରେ ଯାଇ ଯାହା ରୋଜଗାର କଲା,
ସେଥିରେ ସେମାନେ ଆନନ୍ଦରେ ଚଳିଲେ।
ପ୍ରଭୁ କହିଛନ୍ତି- ଯିଏ ମୋତେ ଯେମିତି ଖୋଜଇ/ ମୁଁ ତାକୁ ସେମିତି ଦିଶଇ।
ହରିବୋଲ...
ଜୟ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରି
ହେ ନାଥ ନାରାୟଣ ବାସୁଦେବ...!
୩୬ ମୁଠାଏ ସ୍ୱପ୍ନ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ