ଅଧ୍ୟାୟ ୧୦ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କାହା ଇଚ୍ଛାରେ ବନ୍ଧା ନୁହେଁ
ମୋର କ’ଣ ମନ ନାହିଁ
କ’ଣ ନାରୀଟିଏ ବୋଲି ?
ସବୁ କିଛି ଜଳାଞ୍ଜଳି ଦେଇ
ତୁମ ଇସାରାରେ
କାଠ କଣ୍ଢେଇ ପରି ନାଚୁଥିବି
ମାଙ୍କଡ ନାଚିଲା ପରି ମୁଁ ପ୍ରତ୍ୟହ
ତୁମ ଇସାରାରେ ଘୁଙ୍ଗୁର ପିନ୍ଧି
ନାଚ କରି ସମସ୍ତଙ୍କ ମନକୁ ତୋଷି
ସବୁକିଛି ତୁମକୁ ଦେଇ
ପେଟକୁ ମୁଠେ ଖାଦ୍ୟ ଯୋଗାଡ଼ କରିବି
ତୁମେ ଏହା ହିଁ ଚାହୁଁଛ ନା ?
ତୁମ ଅହଂ ଭାବରେ ପେଷିଦେବ
ମୋ ନାରୀ ଜୀବନକୁ
ଭୁଲି ଯାଅନି ଯେ
ସବୁ ଅତ୍ୟାଚାର ସୀମା ଟପି ଗଲାପରେ
ମା’ ସିଂହବାହିନୀ ଆଦ୍ୟାଶକ୍ତିଙ୍କର
ଆବିର୍ଭାବ ହୋଇଥିଲା
ଅସତ୍ୟ ଅନ୍ୟାୟ ଉପରେ
ସତ୍ୟ ଧର୍ମର ଜୟ ପାଇଁ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ