ଅଧ୍ୟାୟ ୯ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ବୋଝ ବୋହି ବୋହି
ଯେଉଁଠି ଥକି ଯିବୁ
ସେଇଠି ପଡ଼ିବୁ ଶୋଇ
ଜନ୍ମ ତୋର ନାରୀଟିଏ
କର୍ତ୍ତବ୍ୟରେ ବାନ୍ଧି ଦେ’ ଜୀବନ
ସରିଲେ କର୍ତ୍ତବ୍ୟ
ଫେରିଯିବୁ ନିଜ ଘର ।
ଏତେ କଷ୍ଟ କରେ
ନାରୀ ଝିଅଠୁ ମା’ ଯାଏ
ପଚାରନି କେବେ କିଏ
ସେ କେତେ ଥର ମରି ମରି
ପୁଣି ଜିଇଁ ଥାଏ ।
ତା’ କୋହ ସବୁ ନେଇ
ସେ ଫେରିଯାଏ
ଜନ୍ମ ଜୁଇରୁ ଜୀବନ ଆରମ୍ଭ
ମଶାଣି ଭୂଇଁରେ ସରିଯାଏ
ସାରା ଜୀବନ ସେ କର୍ତ୍ତବ୍ୟ କରୁଥାଏ
ସମସ୍ତେ ଭୁଲନ୍ତି ତା’ ପାଇଁ
କିଛି କର୍ତ୍ତବ୍ୟ ଯେ କିଛି ରହିଥାଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ