ଅଧ୍ୟାୟ ୧୧ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମା’ଙ୍କୁ ଆବାହନ କରି
ନିଜ ନିଜର ଅସ୍ତ୍ର ପ୍ରଦାନ କରିଥିଲେ
ପାପୀ ଆଉ ପାପ ନାଶ ପାଇଁ
ମା’ ଦୁର୍ଗା ରୂପ ଧାରଣ କରି
ଅସୁରମାନଙ୍କୁ ନିପାତ କଲେ ।
ସେ ନାରୀ ରୂପେ ନାରାୟଣୀ
ସେ ଥିଲେ ମହାଯୋଗମାୟା
ମହାଶକ୍ତି
ନାରୀ ଯୁଗେ ଯୁଗେ ବନ୍ଦନୀୟା
ନାରୀ ମମତାର ନିର୍ଝରିଣୀ
ପ୍ରେମର ବାରିଧାରା
ଶାନ୍ତ କମନୀୟ ତା’ ରୂପ
ପୁଣି ସେ ଏମିତି ଫୁଲଟିଏ
ଅନେକ ପୂଜାରେ ଗୋଟିଏ ଫୁଲ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ