ଅଧ୍ୟାୟ ୧୨ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଜନନୀ ପୁଣି ଭଗିନୀ
ଦୁହିତା ପୁଣି ଜାÿୟା
ନାରୀଠାରେ ଶକ୍ତି ହିଁ ବିଦ୍ୟମାନ
ସେଇ ନିରୀହ ମନ ଭିତରେ
ଥାଏ ନିଆଁର ଝୁଲ
ଟିକିଏ ଆଖି ଲୁହରେ
ଲଙ୍କା ଜଳିଗଲା ପରା
ଦ୍ରୌପଦୀ ପାଇଁ କୌରବ ବଂଶ
ଲୋପ ହୋଇଗଲା ।
କେତେ ଆଉ ଲୁହ ଦେବ
କେତେ ଆଉ ଅପମାନ ଦେବ
ସେଥିପାଇଁ ମା’ ଆସିଥିଲେ
ନାରୀ ରୂପେ ନାରାୟଣୀ ହୋଇ
ପୂଜା ପାଇ ଚେତାଇ ଦେଲେ
ମାତୃଜାତିକୁ ସମ୍ମାନଦିଅ
ନାରୀକୁ ସମ୍ମାନ ଦେଲେ
ତା’ ହୃଦୟରୁ ଆପେ
ମମତାର ବୈତରଣୀ ସୃଷ୍ଟି ହୁଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ