ଅଧ୍ୟାୟ ୧୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କେବେ କଣ୍ଟା କେବେ ଫୁଲ
ନାରୀଟିଏ ଯିଏ ବୁଝିଛି ଏଠି
ଦେବାକୁ ହେବ ଖାଲି ମୂଲ ।
ସ୍ନେହର ଫଲ୍ଗୁ ଝରାଇ
ଲୁହ ପିଇଯିବ
ପଣତ କାନିରେ ଲୁହ ପୋଛି
ଏଠି ମିଛ ହସ ହସି ଦେବ
ଅପମାନ ସବୁକୁ ଢୋକି ଦେବ
ଏକା ଥରେ ହଜମ କରିବ ସବୁ
ଏଠି ନିର୍ଦ୍ୱନ୍ଦ୍ୱରେ ।
କଥା କହିବାର ଅଧିକାର ନାହିଁ ଏଠି
ଚୁପ୍ ରହିବ
ଯାହା ଘଟୁଥିବ ଖାଲି ଜଳଜଳ
ହୋଇ ଚାହିଁବ
ଆଇନ ପୋଥିରେ ଅଧିକାର ସିନା
ଆଜି ଯାଏଁ ନାରୀ
ମାନସିକ ସ୍ତରରେ ପରାଧୀନ
ଜନମରୁ ମରଣ ଯାଏ
ରହିବ ସେ କା ଅଧୀନ ।
ବୁଝେନି କିଏ ତା ଅନ୍ତର ବେଦନା
ଛାତି ତଳେ ସବୁ ଚାପି ହୁଏ
ପରିବାରକୁ ମମତା ରଜ୍ଜୁରେ
ବାନ୍ଧି ବାନ୍ଧି ଜୀବନ ତା’ ସରିଯାଏ ।
କେମିତି ଜନମ ପାଇଛି ନାରୀଟେ
କୁହୁଳୁଥାଏ ରାତି ଦିନ
ବାହ୍ୟ ଆଡମ୍ବର ଲୋକ ଦେଖାଣିଆ
ଭିତରେ ଅନ୍ତର୍ଦହନ ।
ତ୍ୟାଗ କରି କରି ଚାଲିଯାଏ ସିନା
ମଶାଣିକୁ ଜଳିବାକୁ
ତା’ ବେଦନା ଭିତରେ ରୁହେ
କହି ପାରେନା ଶେଷରେ କାହାକୁ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ