ଅଧ୍ୟାୟ ୧୪ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କନ୍ୟା, ଭଗିନୀ, ଜାୟା, ଜନନୀ
କହିବ କା’ କଥା ଆଉ
ତା'ର ସଭିଏଁ ନିଜର ପରା ସବୁ କଥା
ହୃଦୟରେ ରହୁ
ମିଛ ହସ ହସି
ବଞ୍ଚି ଯାଏ କିଛି ଦିନ
ଗଲାବେଳେ ନିଜ ସାଥିରେ
ଯାଏ ତା'ର ସ୍ୱାଭିମାନ ।
ନାରୀଟିଏ ବୋଲି
ଭାରି ଅଭିମାନ ମନେ ଥାଏ
ଜୁଇ ଜଳିଗଲାବେଳେ
ତା’ ବେଦନାବି ଜଳିଯାଏ
କିଏ ତା’ ଦୁଃଖ ବ୍ୱୁଝୁକି ନବୁଝୁ
ସେ ସଭିଙ୍କ ମନ ବୁଝିଥାଏ
ହଁ, ସେ ପରା ନାରୀଟିଏ
ସେ ପରା ନାରୀଟିଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ