ଅଧ୍ୟାୟ ୧୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କିନ୍ତୁ ସବୁ କହି ହୁଏନା
କାହିଁକି କହିବି ଯେ
ଅନ୍ତର୍ଦାହ ଇଏ ହୃଦୟର
ଜଳୁଥାଏ ଅହରହ
ଛାତି ତଳେ।
ସମୟ ଉପହାସ କରେ
ମଣିଷକୁ
ସ୍ୱଳ୍ପ ଜୀବନକୁ ଲମ୍ବା ସପନ
ରାତି କମ୍ ଭାବନା ବେଶୀ।
ସତରେ ବହୁତ କଷ୍ଟ ହୁଏ
ତଥାପି ସହିଯାଏ ନୀରବରେ
ନାରୀଟିଏ ମୁଁ
ସଂସାର ମଙ୍ଗରେ ମା’ ହୋଇ ବସିଥାଏ
ଡଙ୍ଗା ସଳଖି ଚଳାଇବାକୁ ।
ମୁଁ ଯଦି ହଲିଯିବି
ଚହଲି ଯିବ ସଂସାର ରୂପକ
ହୁଲି ଡଙ୍ଗାଟି
ବୁଡିଯିବ ମଝି ନଈରେ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ