ଅଧ୍ୟାୟ ୧୬ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଅହଲ୍ୟା ପରି
ସହିବି ଶତଶତ ପଦାଘାତ
କେବେ ତ ଉଦ୍ଧାର ପାଇଯିବି ।
ମୁଁ କ’ଣ ହୋଇଯିବି ପାଞ୍ଚାଳୀ
ବାଣ୍ଟିବି ମନ ପାଞ୍ଚଆଡ଼େ
ମନର କୋହକୁ ଚାପି ରଖି
ଉତ୍ସର୍ଗୀକୃତ ହେବି
କର୍ଣ୍ଣ ରହିବେ ଆଢ଼ୁଆଳରେ ।
ହୋଇଯିବି ସତୀ ସୀତା
ଯଦି ସହି ପାରିବିନି
ମୋର କରୁଣ ଚିକ୍ରାରରେ,
ଫାଟିଯିବ ବସୁଧା
କୋଳେଇ ନେବାକୁ ମୋତେ।
ମୁଁ ପରା ନାରୀଟିଏ
ବହୁତ କଷ୍ଟ ହୁଏ ସଂସାରର
ମଙ୍ଗ କୋଣରେ ରହି
ଆହୁଲା ମାରିବାକୁ
ତଥାପି କାତ ମାରେ ଡଙ୍ଗା ଚାଲେ
ପହଞ୍ଚାଇବା ମୋର ଶେଷ ଲକ୍ଷ୍ୟ
ଠିକଣା ଜାଗାରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ