ଅଧ୍ୟାୟ ୧୮ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଘରର ଚାରିକାନ୍ଥରେ ରହି
ପରିବାର ପାଇଁ ଆଶିଷ ଅଜାଡୁଥାଏ ।
ମନର ଆବେଗକୁ
ମନରେ ମାରେ
ସେ ସଂପୂର୍ଣ୍ଣା ନୁହେଁ
ବାକି ଅନେକ କିଛି
ଆଶା ଅସୁମାରୀ
ମରିଚୀକାର ତୃଷ୍ଣା
ହୃଦରେ ବ୍ୟାକୁଳତା
ଆତୁର ଚିକôାର
ଆବେଗର ନଈଟିଏ
ଛାତି ତଳେ
ଛୁଇଁନି ଜହ୍ନକୁ
ଉପଭୋଗ କରିନି ଚାନ୍ଦିନୀକୁ
ଆସ୍ୱଦନା କରିପାରିନି ରସକୁ।
ମନରେ ଅବସୋସ
ଆଖିରେ ହତାଶା
ହୃଦୟରେ କୋହ
ମନରେ ପିପାସା
ଲାଗେ କିଛି ବ୍ୟତିକ୍ରମ
ସତରେ ଜୀବନ ଅସମ୍ପୂର୍ଣ୍ଣ
ଜନମ ଜୁଇରୁ ମରଣ ଜୁଇ
ଛାତିରେ କୋହର ବରଫ
ସେ କେମିତି ହେବ ସମ୍ପୂର୍ଣ୍ଣା ?
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ