ଅଧ୍ୟାୟ ୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କିଏ କହେ ପାଷାଣୀ
କିଏ କହେ ସେ ଦେବୀଟିଏ
କିଏ କହେ ସେ ମୋ ମା’
ଆଉ କିଏ କହେ ସେ ମୋ ଭଉଣୀ
ପୁଣି କିଏ କହେ ସେ ମୋ ଝିଅ
ଆଉ କିଏ କହେ ସେ ମୋ ପନôୀ ।
ମୁଁ ଅବତୀର୍ଣ୍ଣ ହୁଏ ସେ ଭୂମିକାରେ
ଥରଥର ଅଭିନୟ କରି ଥକିଯାଏ
ମୁଁ ପରା ନାରୀଟିଏ
ଜନ୍ମ ମୋର ସହିବାକୁ ।
ପୁରୁଷ ମନ କଠୋର
ତୁମ ହୃଦୟର କେତେ ସପନ
ଭାଙ୍ଗ ମନ ଇଛା
ତୁମ ଇଛାରେ ତୁମେ ରହି ଯାଅ
ମନ ବୁଝିବାକୁ ସମୟର ଅଭାବ
କାହିଁକି କହିବି ମୋ’ ମନର କଥା ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ