ଅଧ୍ୟାୟ ୨୨ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ମୋ ସଂସାର ବୋଝକୁ
କେବେ ପାଟି ଖୋଲେ ନାହିଁ ।
ଖୋଲିଲେ ଆସିପାରେ
ଅଦିନିଆ ବାଆ
କାଳେ ଉଡ଼ାଇ ନେବ ମୋ
ସୁନା ସଂସାରକୁ।
ହେଉ ଯେତେ କଷ୍ଟ
ଅଣ୍ଟା ପଛେ ନଇଁ ପଡୁ
ଚର୍ମ ଲୋଳିତ ହେଉ
ମୁଁ ସହିବି ସବୁ କଷ୍ଟ
ଆଖି ବୁଜି ପିଇ ଯିବି
ଲୁହ ସବୁ ।
ତଥାପି ଖୋଲିବିନି ତୁଣ୍ଡ
କାହିଁକିନା କାଳେ ଭାଂଗିଯିବ
ମୋ ସୁନାର ସଂସାର।
ନାରୀ ବୋଲି କିଛି କଥା
ରହିଯାଏ ଛାତି ତଳେ
କାହାକୁ କହିବି
ମନେ ମନେ ଭାଳେ
ଶୁଣିବ କିଏ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ