ଅଧ୍ୟାୟ ୨୩ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
କାଳେ ଦୁଃଖ ପାଇବେ ସେ
ନା ରହିଯାଉ ମନ କଥା
ହୃଦୟର କାନ୍ଥ ତଳେ ।
ସଞ୍ଜବତୀ ଜାଳେ ତୁଳସୀ ମୂଳେ
ମୋ’ ପରିବାର ଶୁଭ ମନାସି
ତାଙ୍କ ଖୁସିରେ ମୋର ଖୁସି
ତାଙ୍କ ଭାଗ୍ୟ ରେଖାରେ ପା’
ମୋ ରେଖା ଯୋଡ଼ା ଅଛି।
ମୋର ଓଷା ବ୍ରତ ସବୁ
ତାଙ୍କ ନାମରେ
ମୋର ଚୂଡ଼ି ସିନ୍ଦୂର ପଣତ
ସବୁ ହସେ ତାଙ୍କ ଖୁସିରେ ।
ନାରୀ ବୋଲି ଚୁପ୍ ରହେ
ଅନେକ କଥାରେ
ସାଲିସ୍ କରାଯାଏ ସମୟ ସାଥିରେ
ଯନ୍ତ୍ରଣାର ଗାର ଖାଲି
ହୃଦୟ ଭିତରେ
ତଥାପି ପଣତ ମୋ ଲମ୍ବିଥାଏ
ମୋ ସଂସାରର ସୁରକ୍ଷାରେ ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ