ଅଧ୍ୟାୟ ୨୪ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ସୁନ୍ଦର ତା'ର ରୂପ
ସୁନ୍ଦର ମନଟିଏ ନେଇ ଚୁଲ୍ବୁଲ୍
ପ୍ରଜାପତି ପରି ଉଡିବୁଲେ
ଏ ଡାଳରୁ
ସେ ଡାଳକୁ।
ସଂସାର ବଗିଚାରେ ସୁନ୍ଦର ଫୁଲଟିଏ
କିଏ କେତେବେଳେ ତୋଳିନିଏ
କେତେବେଳେ ମଧୁର ଦଂଶନ ପାଏ
କେବେ ଖରା କେବେ ବର୍ଷା ପୁଣି ଶୀତ
ସବୁ ସହି ଚାଲୁଥାଏ ସେ ବାଟ।
ଦୁହିତା ସେ ଦୁଇ କୂଳକୁ ହିତା
କେବେ ମିଠାମିଠା କେବେ ସେ ପିତା
କର୍ତ୍ତବ୍ୟ ଡୋରିରେ ସର୍ବଂସହା ସୀତା
ପାଞ୍ଚଆଡେ ବାଣ୍ଟେମନ ସେ ପାଞ୍ଚାଳୀ
ଫେରାଇ ପାରେ ପତିଙ୍କୁ ଯମପାଶୁ
ସେ ସାବିତ୍ରୀ ଧର୍ମ ପରାୟଣା ନାରୀ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ