ଅଧ୍ୟାୟ ୨୫ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ଝାନ୍ସୀ ରାଣୀ ଲକ୍ଷ୍ମୀବାଈ
ତୁଳସୀ ମୂଳେ ଦିଏ ସଞ୍ଜବତି
ସଂସାର ମଙ୍ଗଳ ପାଇଁ କୂଳବଧୂ ସାଜି।
ନାରୀ ସିଏ ସର୍ବଂସହା ଅଟେ ମଙ୍ଗଳମୟୀ
କରୁଣାର ଝର ଝରିଯାଏ ତା'ର ହୃଦୟରୁ
ସନ୍ତାନ ପାଇଁ ଅଭୟ ଦାୟିନୀ
କରୁଣାମୟୀ ଜନନୀ
ଶାନ୍ତିର ଗଙ୍ଗା ସିଏ ସଂସାର ପାଇଁ
ଖୋଜେନା ମୂଲ
ବିନା ପାରିଶ୍ରମିକରେ
ସେ ଦିନ ରାତି କର୍ମ କରେ।
କେବଳ ପଦେ
ମିଠା କଥା ଚାହେଁ ସେ
ଧନ୍ୟ ସେ ବିନ୍ଧାଣି ଗଢିଲା ନାରୀ
କେତେ ମନ କେତେ
ରୂପର ତୁଳନା କରି
ସଂସାର ଭିତରେ
ସେ ଲୋଟଣୀ ପାରାଟିଏ
ତା ବିନା ସଭିଏଁ ବେସାହାରା
ସଂସାର ରୂପକ ବୃକ୍ଷରେ
ନିତି ମମତାର ପାଣି ଢାଳି
ଜୀବନ ବଂଚଏ ଯିଏ ସେ ନାରୀ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ