ଅଧ୍ୟାୟ ୨୬ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ପାଷାଣୀ ଅହଲ୍ୟା
କେବେ ମୀରାବାଇ
କେବେ ରାଧା ସାଜେ
ପ୍ରେମ ମନ୍ଦାକିନୀ
ମମତାର ନିଝରିଣୀ ପୁଣି
ଛଳନାମୟୀ ।
କେତେ ମନ ଯିଏ
ଚୋରାଇ ନିଏ ସିଏ ନାରୀ
ରୂପସୀ ସିଏ ମର୍ତ୍ତ୍ୟରେ
ମେନକା ଉର୍ବଶୀ
ନିଦ ହଜାଇନିଏ
ପୁରୁଷ ଆଖିରୁ ସିଏ ନାରୀ
ରୂପରେ ଗୁଣରେ ସରି କେହି
ତା'ର ନାହିଁ
ସଂସାରରେ ସିଏ ଏତେ ଜରୁରୀ
ତା’ ବିନା
ସଂସାର ନାହିଁ ।
ନାରୀଟିଏ ପରା
ନିହାତି ଜରୁରୀ ଘର ପାଇଁ
ନାରୀ ସମ୍ମାନ ଚାହେଁ ନାହିଁ କେବେ
ତଥାପି ମଥା ନଇଁଯାଏ ତା ପାଖେ ସବୁରି
ସେ ନାରୀ ଯିଏ
ସଂସାରରେ ସବୁରି ମନ
ପାରେ ଧରି ।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ