ଅଧ୍ୟାୟ ୨୭ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ନାରୀଟିଏ ସବୁକିଛି
ଦେଇ ପାରେନା ଜଣକୁ
ବାଣ୍ଟିଥାଏ କୁଢ଼କୁଢ଼ କରି
ତା'ର ଦେହ ଆଉ ମନକୁ ।
ପ୍ରେମ ଦିଏ ପ୍ରେମିକକୁ
ଦେହ ଦିଏ ସ୍ୱାମୀକୁ
ମମତା ଦିଏ ସନ୍ତାନମାନଙ୍କୁ
ସବୁ ସମୟ ଦେଇଦିଏ
ଗଢିଥିବା ପରିବାରକୁ।
ନାରୀଟିଏ
ତା’ ପାଇଁ କିଛି ରଖେନା
ଅନୁତାପ କି ଅନୁଶୋଚନା ନଥାଏ
ସେ ନିଃସ୍ୱ ହୋଇ ବି ଭାବେ
ସର୍ବସ୍ୱ ଅଛି ତା’ ପାଖରେ
ନା’ ତ କାହିଁକି ତା’ ପାଖରେ
ସଭିଙ୍କର ଭିଡ଼ ?
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ