ଅଧ୍ୟାୟ ୨୮ · ନଭେମ୍ବର ୧୩, ୨୦୨୬ · ୧ ମିନିଟ୍ ପଢ଼ା
ବାଣ୍ଟିଦିଏ ଦେହ ମନ ପାଞ୍ଚଜଣଙ୍କୁ
ମନ ରହିଯାଏ କର୍ଣ୍ଣ ପାଖରେ
କହି ପାରେନା ମନ ଖୋଲି
ହୃଦୟରେ ଦେଖେ ତା'ର
ପ୍ରେମର ପ୍ରତିଛବିକୁ ।
କହିଦେଲେ ସମାଜ କହିବ କଳଙ୍କିନୀ
ଅଧିକାର ନାହିଁ
ମନ ଖୋଲି କହିବାକୁ।
ନାରୀକୁ ଭାଗ କଲା ଯିଏ
ସେ ନିର୍ଦୋଷ
କିନ୍ତୁ ଭାଗ ହେଲା ପରେ
ସେ ବିଟପୀ
କେତେ ଅବ୍ୟକ୍ତ ଯନ୍ତ୍ରଣା
ଛାତିରେ ଚାପି ଧରେ
କେତେ ଧୈର୍ଯ୍ୟର ବନ୍ଧ ବାନ୍ଧି ଚାଲେ
କେତେ ଲୁହର ସାଗର ପହଁରି ଯାଏ
ତଥାପି ପରିବାର ତା’ ପାଇଁ ସବୁଠୁ ବଡ଼।
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ